ଅବକାରୀ କନେଷ୍ଟବଳ ପଦବୀ ପାଇଁ ବାହାରିଲା ନିଯୁକ୍ତି – ଦେଖନ୍ତୁ ଶେଷ ତାରିଖ ଓ କେମିତି କରିବେ ଅନଲାଇନ ଆବେଦନ

ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ

ବକ୍କ ନଂ-3 ଏବଂ 5 । ୟୁନିଟ-1 । ଭୁବନେଶ୍ବର-751009

ଦୁରଭାଷ- 0674- 2597149 । 2597152(ଅଫିସ) । ଫୋନ- 0674-2597155 । ୱେବସାଇଟ: www.osssc.gov.in

ବିଜ୍ଞାପନ : ସଂଖ୍ୟା: IIE- 68/2017-91(C)/OSSSC ତାରିଖ-9.10.2018

ଅବକାରୀ କନେଷ୍ଟବଳ ପଦବୀ ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀ ଚୟନ ନିମନ୍ତେ ଅନଲାଇନ ଦରଖାସ୍ତ ଆହ୍ଵାନ।

ଓଡିଶା ସରକାର ଅବକାରୀ ବିଭାଗ ଅଧିନସ୍ଥ ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟ ଗୁଡିକରେ 219 ଟି ଅବକାରୀ କନେଷ୍ଟବଳ ପଦବୀର ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) । ଭୁବନେଶ୍ଵର ଅନଲାଇନ/online ଦରଖାସ୍ତ ଆହ୍ଵାନ କରୁଛନ୍ତି। ଏହି ପଦବୀ ଗୁଡିକର ଜିଲ୍ଲା ଭିତ୍ତିକ ଓ ସଂରକ୍ଷଣ ବର୍ଗବାରୀ ତାଲିକା । ପ୍ରତ୍ୟକ ପଦବୀର ଦରମାହାର ତଥା ପାରିଶ୍ରମିକ । ବୟସ ସୀମା । ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା । ଦରଖାସ୍ତ କରିବା ପ୍ରଣାଳୀ ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀର ସବିଶେଷ ତଥ୍ୟ ଏହି ଆୟୋଗଙ୍କ ବିଜ୍ଞାପନ ସଂଖ୍ୟା-IIE-68/2017-910(c)/OSSSC Dt. 09.10.2018 ରେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ OSSSC ୱେବ୍ସାଇଟ www.osssc.gov.in ରେ ଉପଲବ୍ଧ।

 

ଦରମାହାର ତଥା ପାରିଶ୍ରମିକ । ବୟସ ସୀମା । ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା । ଦରଖାସ୍ତ କରିବା ପ୍ରଣାଳୀ ପାଇଁ ଏଇ ଲିଙ୍କ ରେ ଦେଖନ୍ତୁ – https://www.osssc.gov.in/Public/Advertisements.aspx

ଆଗ୍ରହୀ ପ୍ରାର୍ଥୀ।ପ୍ରାର୍ଥୀନୀ ମାନେ ଉକ୍ତ ୱେବସାଇଟ କୁ logon କରି ଅନଲାଇନ/ online ଦରଖାସ୍ତ କରିପାରିବେ। ଆବେଦନ ପତ୍ର କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ।

 

ଗୁରୁତ୍ଵପୂର୍ଣ୍ଣ ତାରିଖ

ପ୍ରକ୍ରିୟା                            ଆରମ୍ଭ ତାରିଖ ଶେଷ ତାରିଖ

ଅନ୍ ଲାଇନ ପଞ୍ଜୀକରଣ -12.10.2018 12.11.2018

ଅନ୍ ଲାଇନ ପରୀକ୍ଷା ଦେୟ ପଇଠ – 12.10.2018 12.11.2018

ଟ୍ରେଜେରୀ ଚାଲାଣ ଦ୍ଵାରା ପରୀକ୍ଷା ଦେୟ ପଇଠ -12.10.2018 19.11.2018

ଅନ୍ ଲାଇନ ଆବେଦନ – 12.10.2018 19.11.2018

 

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ