୧୦ ରୁ ୮ ଜଣ ଗାଧୋଇବା ସମୟରେ କରିଥାନ୍ତି ଏହି ଭୁଲ, ଯାହା ଦ୍ଵାରା ଶରୀର ଉପରେ ପଡିଥାଏ ଏହି ସବୁ ଖରାପ ପ୍ରଭାବ – ଆପଣ କରୁନାହାନ୍ତି ତ?

୧୦ ରୁ ୮ ଜଣ ଗାଧୋଇବା ସମୟରେ କରିଥାନ୍ତି ଏହି ଭୁଲ

ଦୈନଦିନ ଜୀବନରେ କିଛି ଏଭଳି କାର୍ଯ୍ୟ ଅଛି ଯାହା ଆମକୁ ନିତ୍ୟ କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ ସକାଳୁ ଉଠି ଫ୍ରେଶ ହବା, ଗାଧୋଇବା, ଜଳଖିଆ ଖାଇବା ଇତ୍ୟାଦି । ଏହା ସେଇ ସବୁ କାର୍ଯ୍ୟ ଯାହା ଆମେ ବହୁତ ବର୍ଷ ହେଲା କରି ଆସୁଛେ । ଆମେ ପ୍ରତ୍ୟକ ଦିନ ଗାଧୋଇଥାଉ । ଏହା ଦ୍ଵାରା ଆମେ ସ୍ବଚ୍ଛ ଓ ବହୁତ କିଛି ରୋଗରୁ ବଞ୍ଚିଥାଉ । ସେଥିପାଇଁ ଗାଧୋଇବା ବହୁତ ଆବଶ୍ୟକ । ଯଦି ଆପଣଙ୍କୁ କେହି କୁହେ ଆପଣ ଠିକ ଭାବରେ ଗାଧଉ ନାହାନ୍ତି ତେବେ ଆପଣ ବିଶ୍ବାସ କରିବେନି, କିନ୍ତୁ ପ୍ରାୟ ୧୦ ରୁ ୮ ଲୋକ ଏହି ଭୁଲ କରିଥାନ୍ତି ଯାହା ଫଳରେ ଭବିଷ୍ୟତରେ ସେମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏବଂ ଏହା କେବଳ ପୁରୁଷ ନୁହେଁ ନାରୀ ମାନଙ୍କ ପାଇଁ ମଧ୍ୟ ।

ତେବେ ଚାଲନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ-

ଗାଧୋଇବା ପରେ ଶରୀର ପୋଛିବା ପାଇଁ କେବେବି କାହାର ଟାୱଲ ବ୍ୟବହାର କରନ୍ତୁ ନାହିଁ, ଏହା ଦ୍ଵାରା ଅନେକ ପ୍ରକାରାର ଚର୍ମ ରୋଗ ଦେଖା ଦେବାର ସମ୍ଭାବନା ଥାଏ । ଯାଦୁ, କାଛୁ, କୁଣ୍ଡିଆ ଆଦି ରୋଗ ଦେଖା ଦେଇ ପାରେ ।

ନିଜ କେଶରେ କେବେବି ଗାଧୋଇବା ସାବୁନ ବ୍ୟବାହାର କରନ୍ତୁ ନାହିଁ, ଏହା ଦ୍ଵାରା କେଶ ଝଡିପାରେ । ସାବୁନରେ କିଛି ଏମିତି କେମିକାଲ ଅଛି ଯାହା କେଶ ପାଇଁ କ୍ଷତି କାରକ ।

ସପ୍ତାହରେ ୨ ରୁ ୩ ଥର ସମ୍ପୋ ବ୍ୟବହାର କରନ୍ତୁ କାହିଁକି ନା ଅଧିକା ବ୍ୟବହାର କରିଲେ କେଶର ମୂଳ ଦୁର୍ବଳ ହୋଇ ଝାଡିବାକୁ ଲାଗିବ ।

ଗାଧୋଇବା ପାଣିକୁ ଅଧିକ ଗରମ କରି ଗାଧୋଇଲେ ତାହା ଆମ ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ, ସେଥିପାଇଁ ପାଣି ପୁରା ନର୍ମାଲ ରହିବା ଆବଶ୍ୟକ । ଏବଂ ସୂର୍ଯ୍ୟ ଉଦୟ ଆଗରୁ ଗାଧୋଇଲେ ଆପଣଙ୍କ ଶରୀର ସର୍ବଦା ନିରୋଗ ରହିବ ।

ବ୍ୟାୟାମ କରି ସାରି ବା ଦୌଡି ସାରି ଆସିବାର ସଙ୍ଗେ ସଙ୍ଗେ ଗାଧାନ୍ତୁ ନାହିଁ । ଏହା ଦ୍ଵାରା ଶରୀର ଉପରେ ଖରାପ ପ୍ରଭାବ ପଡେ । ଏହାର ଅଧ ଘଣ୍ଟା ବା ଘଣ୍ଟେ ପରେ ଗାଧୋଇବା ଆବଶ୍ୟକ ।

ସାମ୍ପୁ କରିବା ପରେ ସଙ୍ଗେ ସଙ୍ଗେ କନ୍ଡିଶନାର ବା କୌଣସି ହେୟାର ଜେଲ ଲଗାନ୍ତୁ ନାହିଁ । ଏହା କରିବା ଦ୍ଵାରା କେଶର ମୂଳରେ ବହୁତ ପ୍ରଭାବ ପଡେ ଓ ଏହା ଦୁର୍ବଳ ହୋଇଯାଏ । ଆପଣ ଚନ୍ଦା ମଧ୍ୟ ହୋଇପାରାନ୍ତି ।

 

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଶେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ