TV ଇଣ୍ଡଷ୍ଟ୍ରି ର ଏହି 5 ଜଣ Actress କୋଟି କୋଟି ଟଙ୍କାର ଅଫର କୁ ଠୋକର ମାରିଦେଲେ, କିନ୍ତୁ କରିଲେ ନାହିଁ ବୋଲ୍ଡ ସୀନ

ବଲିଉଡରେ ଅନେକ କଳାକାର ଅଛନ୍ତି ଯେଉଁମାନଙ୍କୁ ପରଦାରେ ଅନ୍ତରଙ୍ଗ ମୁହୂର୍ତ୍ତ ସୁଟ୍ କରିବାକୁ କିଛି ବି ଅସୁବିଧା ନାହିଁ । ଆହୁରି କେତେ କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଏପରି ସିନ୍ କରିବାକୁ ସିଧା ମନା କରି ଦିଅନ୍ତି । ବଲିଉଡରେ ଗ୍ଲାମର ର ତଡକା ଲଗାଇବା ପାଇଁ ଏପରି ଦୃଶ୍ୟ ଦେଖାଉଥିବା ବେଳେ, ଆଜିକାଲି ଟିଭିର ଛୋଟ ପରଦାରେ ମଧ୍ୟ ନିର୍ଦ୍ଦେଶକ ମାନେ ଏପରି ଅନ୍ତରଙ୍ଗ ଦୃଶ୍ୟ କରିବାକୁ ପଛାଉ ନାହାନ୍ତି । ଛୋଟ ପରଦାରେ ମଧ୍ୟ ଏପରି ଦୃଶ୍ୟ ଆଜିକାଲି ସାଧାରଣ ହୋଇ ଗଲାଣି ।

କିନ୍ତୁ ଛୋଟ ପରଦାରେ ମଧ୍ୟ ଏପରି ହିରୋଇନ୍ ଅଛନ୍ତି ଯେଉଁମାନେ ଅନ୍ତରଙ୍ଗ ସିନ୍ କରିବାକୁ ସିଧା ଅସ୍ବୀକାର କରିଛନ୍ତି । ତେବେ ଚାଲନ୍ତୁ ଦେଖିବା ଟିଭିର କେଉଁ ଅଭିନେତ୍ରୀ ମାନେ ଏହି ତାଲିକାରେ ସାମିଲ ଅଛନ୍ତି ।

ସୋନାରିକା ଭଦୋରିଆ

ଧାରାବାହିକ ପୃଥିବୀ ବଲ୍ଲଭ ରେ ସୋନାରିକା ଭଦୋରିଆ ଓ ଆକାଶ ଶର୍ମାଙ୍କ ମଧ୍ୟରେ ଏକ ଚୁମ୍ବନ ଦୃଶ୍ୟ ଲେଖା ଯାଇଥିଲା । କିନ୍ତୁ ସୁଟିଂ ସମୟରେ ହିଁ ସୋନାରିକା ଏହି ଦୃଶ୍ୟ କରିବାକୁ ସିଧା ମନା କରି ଦେଇଥିଲେ । ସୋନାରିକା ନିଜ ବ୍ୟକ୍ତିଗତ ଜୀବନରେ ବହୁତ ବୋଲ୍ଡ ଦିଶୁଥିଲେ ମଧ୍ୟ ଟିଭି ପରଦାରେ ଏହିପରି ବୋଲ୍ଡ ଦୃଶ୍ୟ କରିବାକୁ ସେ ସିଧା ମନା କରି ଦେଇଥିଲେ ।

ଜନତ ଜୁବେର ରେହମାନି

ଜନତ ଜୁବେର ମଧ୍ୟ ଅନ୍ ସ୍କ୍ରିନ ଏପରି ଦୃଶ୍ୟ କରିବାକୁ ଆପତ୍ତି କରିଥିଲେ । ଜନତ ଟିଭି ଶୋ ତୁ ଆସିକି ରେ ରିତ୍ୱିକ ଅରୋରାଙ୍କ ସହ ଏହିପରି ଦୃଶ୍ୟ କରିବାକୁ ସିଧା ମନା କରିଥିଲେ । ସେ ବର୍ତ୍ତମାନର ଯୁବା ପିଢ଼ିର ଏକ ପ୍ରତିଭାଶାଳୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ଜନତ ଜୁବେରଙ୍କ ବୋଲ୍ଡନେସ୍ ର ଅନେକ ଫ୍ୟାନ ଥିଲେ ମଧ୍ୟ ଏହିପରି ସିନ୍ କରିବାକୁ ସେ ବାରଣ କରନ୍ତି ।

ମାହୀ ଭିଜ୍

ଅଭିନେତ୍ରୀ ମାହୀ ଭିଜ୍ ଙ୍କୁ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ବିଲକୁଲ୍ ପସନ୍ଦ ନୁହେଁ । ମାହୀ ଭିଜ୍ ବାଲିକା ବଧୁ ଧାରାବାହିକରେ ଅଭିନୟ କରିଥିବା ସମୟରେ ନିର୍ମାତା ତାଙ୍କର ଏକ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରିବାକୁ ଚାହିଁଥିଲେ । ଯାହାକୁ ନେଇ ମାହୀ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ ।

କ୍ରିତିକା ସେନଗର

ଏକତା କପୁରଙ୍କ ହିଟ୍ ଶୋ କସମ୍ ସେ ଧାରାବାହିକରୁ ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରିତିକା ସେନଗଡ । ରିତିକାଙ୍କୁ ମଧ୍ୟ ସେହି ଧାରାବାହିକରେ ସହ ଅଭିନେତାଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରିବାକୁ କୁହା ଯାଇଥିଲା । କିନ୍ତୁ ରିତିକା ତାହା କରିବାକୁ କୁଣ୍ଠାବୋଧ କରିଥିଲେ । ପରେ ଏହି ଦୃଶ୍ୟ ତାଙ୍କ ପରି ଆଉ ଜଣଙ୍କୁ ନେଇ ସୁଟିଂ କରା ଯାଇଥିଲା ।

ଶ୍ଵେତା ଭଟ୍ଟାଚାର୍ଯ୍ୟ

ଜୟ କହ୍ମେୟା ଲାଲ୍ କି ଧାରାବାହିକରେ ନିର୍ମାତା ଶ୍ଵେତା ଭଟ୍ଟାଚାର୍ଯ୍ୟ ଓ ବିଶାଲ ବସିଷ୍ଟ ଙ୍କ ସହ ଚଉଠି ରାତିର ଦୃଶ୍ୟ ସୁଟିଂ କରିବାକୁ ଚାହିଁଥିଲେ । କିନ୍ତୁ ଶ୍ଵେତାଏହି ଦୃଶ୍ୟ କରିବାକୁ ମନା କରିଦେବାରୁ ନିର୍ମାତାଙ୍କୁ ଏହି ସିନ୍ ପରିବର୍ତ୍ତନ କରିବାକୁ ପଡ଼ିଥିଲା ।

ତେବେ ଆପଣ ମାନଙ୍କୁ ଏମାନଙ୍କୁ ମଧ୍ୟରୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ