ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଏ?

ଆତ୍ମାକୁ ନା ତ କେଉଁ ଶସ୍ତ୍ର ମରିପାରିବ, ନା ଅଗ୍ନି ଜଳେଇପାରିବ, ନା ଜଳ ବହିପାରିବ ଆଉ ବାୟୁ ମଧ୍ୟ ସୁଖେଇ ପାରିବନି । ଦୁଃଖ, ସୁଖ, ଉତ୍ସାହ, ଭୟ ଆଦି ଜୀବନର ଅଭିନ୍ନ ଅଙ୍ଗ ଅଟେ । କିନ୍ତୁ ଆମ ମୁଣ୍ଡରେ ସର୍ବଦା ଏକ ପ୍ରଶ୍ନ ଥାଏ ଜେବେ ଆମେ ମରିଗଲା ପରେ ଆମର କଣ ହୁଏ, ଆତ୍ମା କେଉଁଠାକୁ ଯାଏ ଓ କେଉଁଠି ରୁହେ?ତେବେ ଆସନ୍ତୁ ଜାଣିବା ଏମିତି କିଛି କଥା ।

ପୁରାଣ ଅନୁସରେ ମୃତ୍ୟୁ ପରେ ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଧାରଣ କରିଥାଏ । କିନ୍ତୁ ଅନ୍ୟ ଶରୀର କେବେଳ ମଣିଷ ଶରୀର ନୁହଁ ଅନ୍ୟ ପ୍ରାଣୀର ଶରୀର ମଧ୍ୟ ହେଇପାରେ । ଆତ୍ମା ମୃତ୍ୟୁ ପରେ କେଉଁ ପ୍ରାଣୀର ଶରୀର ଧାରଣ କରିବ ତାହା ତାର କାର୍ଯ୍ୟ ଉପରେ ନିଭର କରିଥାଏ । ଆପଣ ମାନଙ୍କ ଅନୁଭବ ଥିବ ଯେଉଁ ବ୍ୟକ୍ତି ସୁକର୍ମ କରେ ସେ ବି ଦୁଃଖ ଭୋଗିଥାଏ ।

ପୁରାଣ ରେ କୁହାଯାଇଛି ମନୁଷ୍ୟ ଏବେ ଯୋଉ ପରିଣାମ ଭୋଗୁଛି ତାହା କେବଳ ଏହି ଜନ୍ମ ର ଫଳ ନୁହଁ, ତାହା ଅନେକ ପୂର୍ବଜନ୍ମ ର କର୍ମର ଫଳ । କର୍ମ ଅନୁସାରେ ମନୁଷ୍ୟ ତଥା ଅନ୍ୟ ପ୍ରାଣୀର ଜନ୍ମ ହୋଇଥାଏ । ଏଥିପାଇଁ ଶରୀର ମରେ ଆତ୍ମା ମରେ ନାହିଁ । ପୁରାଣରେ କୁହା ଯାଇଛି ଆମର ଯେଉଁ ଚେତନା ହବ ଆମର ପରଜନ୍ମ ତା ଉପରେ ନିର୍ଭର କରିବ । ମୃତ୍ୟୁ ଅତି ଭୟାନକ ହୋଇଥାଏ । ସେହି ସମୟରେ ସେ ସେହି କଥା ଟିକୁ ଭାବୁଥାଏ ଯେଉଁଟା ତରବଧିକ ପସନ୍ଦ ହୋଇଥାଏ କିମ୍ବା ପାଇବାର ଇଛା ଥାଏ । ଏହି ମୋହ ଅନୁସାରେ ପରଜନ୍ମ ନିର୍ଧାରିତ ହୋଇଥାଏ ।

ଏହାକୁ ଭରତ ମହାରାଜ ଙ୍କ ଜୀବନରୁ କିଛି ଉଦାହରଣ ମିଳିପାରେ । ଯାହାର ଉଲ୍ଲେଖ ଶ୍ରୀମଦ ଭାଗବତଗୀତା ରେ ଅଛି । ସକୁନ୍ତଳାଙ୍କ ପୁତ୍ର ଭରତ ଯାହାଙ୍କ ନାମ ଅନୁସାରେ ଆମ ଦେଶ ର ନାମ ହୋଇଛି, ଯିଏ ବୈରାଗୀ ହୋଇଗଲେ । ଗୋଟିଏ ଦିନ ଯେତେବେଳେ ସେ ତପ କରୁଥିଲେ ଏକ ଗର୍ଭବତୀ ହରିଣ ପାଣି ପିବା ପାଇଁ ନଦୀକୂଳକୁ ଆସିଲା । ଏହି ସମୟରେ ଏକ ସିଂହ ଶବ୍ଦ ଶୁଣି ସେ ନଦୀ ମଧ୍ୟ କୁ ପଳେଇଲା ଓ ସେଥି ସେ ଗୋଟେ ଛୁଆ କୁ ଜନ୍ମଦେଲା । ନଦୀବରପଟ କୁ ଯାଏ ସେ ମରିଗଲା ।

ଭାରତ ମହାରାଜା ଏହାକୁ ଦେଖୁଥିଲେ ଯେ ଜଣେ ଛୁଆ ଜନ୍ମ ହୋଇ ନିଜ ମା କୁ ହରେଇ ବସିଲା । ତା ଉପରେ ତାଙ୍କର ଦୟା ଆସିଲା ଓ ସେ ତାର ଲାନନ ପାଳନ କଲେ । ଯେବେ ତାଙ୍କର ମୃତ୍ୟୁ ସମୟ ଆସିଲା ସେ ହରିଣ ଛୁଆର କଣ ହବ ଭାବିଲେ । ଯାହାର ଫଳ ତାଙ୍କୁ ପରଜନ୍ମ ହରିଣ ମିଳିଲା । ତାଙ୍କର ପୂର୍ବଜନ୍ମ ତାଙ୍କୁ ମାନେଥିଲା । ସେ ତାଙ୍କ କୁଟୀରରେ ଜପ କରିଲେ ଓ ପରଜନ୍ମ ତାଙ୍କୁ ମଣିଷର ମିଳିଲା ଓ ସେ ମୋକ୍ଷ ପାଇଗଲେ ।

ଗୀତା ରେ ଭଗବାନ କହିଛନ୍ତି ଯିଏ ମରିବା ସମୟରେ ମତେ ସ୍ମରଣ କରେ ସେ ମୋଠାରେ ହିଁ ଲିନ ହୋଇଯାଏ । ମନୁଷ୍ୟ ଶରୀର ବହୁତ କଷ୍ଟରେ ମିଳିଥାଏ । ଏହାକୁ ବ୍ୟର୍ଥ କରିବା ଉଚିତ ନୁହେଁ । ସର୍ବଦା ଭଗବାନ ଶ୍ରୀକୃଷଙ୍କ କଥା ସ୍ମରଣ କରିବ ଯାହା ଫଳରେ କି ମୃତ୍ୟୁ ସମୟରେ ଖାଲି ତାଙ୍କ ବିଚାର ଆସୁ । ଧନ୍ୟବାଦ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।