ପବିତ୍ର ଗଣେଶ ପୂଜାରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 5 ଟି କାମ, ନହେଲେ ହେଇଯିବେ ବର୍ବାଦ

ଆସନ୍ତା 22 ତାରିଖ ଶନିବାର ଦିନ ହେଉଛି ଗଣେଶ ପୂଜା । ଶାସ୍ତ୍ର ଅନୁସାରେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମଣାଯାଇଥାଏ । ଏହି ଦିନରେ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଆଦି ଆରମ୍ଭ କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଜଣାତରେ ହେଉ ବା ଅଜଣାତରେ ଯଦି ଏହି ଦିନ କିଛି ଭୁଲ ହେଇଯାଏ ତେବେ ଏହା ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଯାହା ଦ୍ଵାରା ଆମକୁ ଆର୍ଥିକ ଓ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଜାଣିବା କି ପବିତ୍ର ଗଣେଶ ପୂଜା ଦିନ କେଉଁ ସବୁ ଭୁଲ କରିବା ଅନୁଚିତ । ତେବେ ଆସନ୍ତୁ ଜାଣିବା ।

କଥା ବାର୍ତ୍ତା କରି ପାରୁନଥିବା ଜୀବଜନ୍ତୁଙ୍କୁ ଗୋଇଠା ମାରିବା ଦ୍ଵାରା ଘରେ ଧନର ଅଭାବ ଦେଖାଦିଏ । ତା ସହିତ ଘରେ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ । ତେଣୁ ଭୁଲରେ ମଧ୍ୟ କେବେ ବି ଜୀବଜନ୍ତୁ ମାନଙ୍କୁ ଗୋଦା ମାରିବେ ନାହିଁ । ବିଶେଷ କରି ଗୋରୁ ଗାଇଙ୍କୁ ଭୁଲରେ ବି ଆଘାତ କରନ୍ତୁ ନାହିଁ ।

ପବିତ୍ର ଗଣେଶ ପୂଜାରେ କୌଣସି ଗୁରୁଜନମାଙ୍କ ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ରାଗି ଯାଆନ୍ତି । ଏହା ଫଳ ଆପଣଙ୍କ ପରିବାରକୁ ଭୋଗ କରିବାକୁ ପଡିଥାଏ ।

ଘରକୁ ଆସିଥିବା ଅତିଥି ମାନଙ୍କର ଅପମାନ କରନ୍ତୁ ନାହିଁ । ଅତିଥି ଭଗବାନ ସମାନ ହୋଇଥାନ୍ତି । ତେଣୁ ଘରକୁ ଆସିଥିବା ଅତିଥିଙ୍କର କେବେ ହେଲେ ଅପମାନ କରନ୍ତୁ ନାହିଁ । ଯାହା ଦ୍ଵାରା ଗୃହରେ ଅମଙ୍ଗଳ ହୋଇଥାଏ । ଯଦି ଏହି ପବିତ୍ର ଗଣେଶ ପୂଜା ଦିନ କୌଣସି ଅସହାୟ ବ୍ୟକ୍ତି ଆପଣଙ୍କ ଘରକୁ ଆସନ୍ତି ତେବେ ତାଙ୍କୁ କେବେ ହେଲେ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

ବିଶ୍ଵାସ ଘାତକ କୌଣସି ପାପ ଠାରୁ କମ ନୁହେଁ । ଆମେ ଯଦି କୌଣସି ବ୍ୟକ୍ତିଙ୍କୁ ବିଶ୍ଵାସ ଘଟକ କରିଥାଉ ତେବେ ତାହାର ବିଶ୍ଵାସ ଆମ ଉପରୁ ଉଠିଯାଇଥାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ଧୋକା ଦେବା ସବୁଠାରୁ ହୀନ କାମ ବୋଲି କୁହାଯାଇଛି । ଏହାର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ । ତେଣୁ ପବିତ୍ର ଗଣେଶ ପୂଜା ଦିନ ଏହିଭଳି ଭୁଲ କାମ ଠାରୁ ଦୂରେଇ ରୁହନ୍ତୁ ।

ଘରର ମୁଖ୍ୟ ଦ୍ଵାରରେ ଝାଡୁ ରଖନ୍ତୁ ନାହିଁ । ଝାଡୁ ଏକ ବ୍ୟବହାରିକ ଜିନିଷ ଯାହାକି ନକରାତ୍ମକ ଉରଜ୍ଯକୁ ନଷ୍ଟ କରି ଦେଇଥାଏ । ଯଦି ଆପଣ ଏହାକୁ ଘରର ମୁଖ୍ୟ ଦ୍ଵାରରେ ରଖିବେ ତେବେ ନକରାତ୍ମକ ଉର୍ଜ୍ଜା ସୃଷ୍ଟି ହେବା ସହିତ ବିପଦ ମାଡି ଆସିଥାଏ । ତେଣୁ ଝାଡୁ ଆପଣଙ୍କ ଘରର ଏପରି ସ୍ଥାନରେ ରଖିବା ଉଚିତ ଯେମିତି କି ତାହା ଉପରେ କାହାର ବି ନଜର ପଡୁନଥିବ । ତେଣୁ ବନ୍ଧୁମାନେ ଆପଣମାନେ ବି ଏହି ପବିତ୍ର ଗଣେଶ ପୂଜା ଦିନ ଭୁଲରେ ବି ଏହିୟ 5 ଟି କାମ କରନ୍ତୁ ନାହିଁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।