ନିଜ ଜନ୍ମ ମାସ ହିସାବରେ ବାଛନ୍ତୁ ଗୋଟେ ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା

ଯେ କୌଣସି ବ୍ୟକ୍ତି ହେଉନା କାହିଁକି ତାହାର ଜିନିଷକୁ ଚୟନ କରିବା ହିଁ ତାହାର ବିଚାର ଓ ସ୍ଵାଭାବର ଆଇନା ହୋଇଥାଏ । ଏହା ଦ୍ଵାରା ତାହାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏଠି ଅଲଗା ଅଲଗା ମାସ ଅନୁସାରେ କିଛି ଫଟୋ ଦେଖାଇବୁ । ଯେଉଁଥିରେ ଆପଣଙ୍କୁ ନିଜର ଜନ୍ମ ମାସ ବାଲା ଫଟୋ ବାଛିବାର ଅଛି । ଏଥିରୁ ମଧ୍ୟ ଜଣା ପଡି ଯିବ କି ଆପଣ କେଉଁ ସ୍ଵଭାବର ଅଟନ୍ତି । ଆପଣ ଯେଉଁ ମାସରେ ଜନ୍ମ ହୋଇଛନ୍ତି କିମ୍ବା ନିଜ ବନ୍ଧୁର ଜନ୍ମ ମାସ ବିଷୟରେ ଜାଣି ସେହି ମାସ ବିଷୟରେ ପାଢି ଆପଣ ତାଙ୍କର ସ୍ଵଭାବ ଜାଣି ପାରିବେ । ତେବେ ଚଲାନ୍ତୁ ଜାଣିବା ।

ଜାନୁୟାରୀ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଯଦି କୌଣସି କାମକୁ ଆରମ୍ଭ କରିଥାନ୍ତି ତେବେ ସେହି କାମକୁ ପୁରା କରିବା ପରେ ହିଁ ଏମାନଙ୍କୁ ଶାନ୍ତି ମିଳିଥାଏ । ଆପଣ ସ୍ଵଭାବରେ ଦୟାଳୁ ହୋଇଥାନ୍ତି ଓ ସଠିକ ବିଚାର ବି କରିଥାନ୍ତି । ଆପଣମାନେ ଅନ୍ୟ ବ୍ୟକ୍ତିର ସ୍ଵଭାବ ଦେଖି ଜାଣି ଯାଆନ୍ତି କି ସେହି କେଉଁ ପ୍ରକାରର ବ୍ୟକ୍ତି ଅଟେ । ଆପଣମାନେ ପ୍ରେମ ଓ ସାଙ୍ଗମାନଙ୍କୁ ସବୁଠୁ ଅଧିକ ମହତ୍ଵ ଦେଇଥାନ୍ତି ।

ଫେବ୍ରୁୟାରୀ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ହୃଦୟର ବହୁତ ଭଲ ହୋଇଥାଏ । ଏମାନେ ନିଜର ମିଠା କଥା ଦ୍ଵାରା ସମସ୍ତଙ୍କୁ ନିଜର କରି ରଖିଥାନ୍ତି । ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଭରପୁର ଅଛି । ଏମାନଙ୍କ ସବୁ ଜିନିଷ ପ୍ରତି ସକରାତ୍ମକ ଚିନ୍ତା ଧାରା ଯୋଗୁଁ ଏମାନଙ୍କ କୌଣସି ବି କାମ ଅଧୁରା ରହି ନ ଥାଏ । ଆପଣଙ୍କ ସବୁ କାର୍ଯ୍ୟ ସମ୍ପୂର୍ଣ ହୋଇଥାଏ । ଏମାନେ ଖୁସ ମିଜାଜର ଲୋକ ଅଟନ୍ତି ।

ମାର୍ଚ୍ଚ

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିର ଲୋକମାନେ ପ୍ରାୟ ସମୟ ସତ କଥା କହିଥାନ୍ତି ଓ ଭଲ ଲୋକ ଅଟନ୍ତି । ଏମାନେ ସମସ୍ଥଙ୍କୁ ସବୁବେଳେ ସାହାର୍ଯ୍ୟ କରନ୍ତି ଓ ଏମାନେ ବହୁତ ଦୟାବାନ ବ୍ୟକ୍ତି ଅଟନ୍ତି । ଏମାନେ ସମ୍ପର୍କ ପ୍ରତି ବହୁତ ବିଶ୍ଵାସୀ ହୋଇଥାନ୍ତି । ସେଥିପାଇଁ ଏମାନଙ୍କୁ ବହୁତ ଲୋକ ଆପଣଙ୍କୁ ଭଲ ପାଇଥାନ୍ତି । ଏମାନେ କାହାକୁ ବି ହଇରାଣ କରି ନ ଥାନ୍ତି ଓ କହିବାକୁ ଗଲେ ଏମାନେ ଏକ ଭାବୁକ ବ୍ୟକ୍ତି ଅଟନ୍ତି । ଯେକୌଣସି ପରିସ୍ଥିତିରେ ଏମାନେ ଡରନ୍ତି ନାହିଁ, ତାକୁ ଏମାନେ ସାମ୍ନା କରନ୍ତି ।

ଏପ୍ରିଲ

କୌଣସି ବି ଲୋକର ହୃଦୟ ଜିତିବାର ଉପାୟ ଆପଣଙ୍କୁ ଜଣା ଅଛି । ଆପଣଙ୍କୁ ଦେଖେଇ ହେବା ଜମା ପସନ୍ଦ ନୁହେଁ । ଆପଣଙ୍କ ପ୍ରତି ସମସ୍ତେ ବିଶ୍ଵାସ ରଖିଥାନ୍ତି । ଆପଣ ବିଶ୍ଵାସୀ ଲୋକ ଅଟନ୍ତି । ଆପଣ ସବୁବେଳେ ସର୍ବ ପ୍ରଥମେ ନିଜ ପରିବାର ପ୍ରତି ଧ୍ୟାନ ଦେଇଥାନ୍ତି ଓ ପରିବାରକୁ ବହୁତ ଭଲ ପାଆଥନ୍ତି । କାହାର କିଛି ଅସୁବିଧା ହୋଇଥିଲେ ଆପଣ ଜମା ସହି ପାରନ୍ତି ନାହିଁ । ତେଣୁ ଆପଣଙ୍କୁ ସବୁ ଲୋକ ନିଜର ବୋଲି ଭାବନ୍ତି । ଯେକୌଣସି ସମ୍ପର୍କ ହେଉ ନା କାହିଁକି ଆପଣ ତାକୁ ନିଷ୍ଠାର ସହ ପାଳନ କରନ୍ତି ।

ମେ

ଆପଣ ହୃଦୟର ବହୁତ ଭଲ ଓ ସମସ୍ତକୁ ନିଜର କରି ରଖିଥାନ୍ତି । ଆପଣ ସ୍ଵଭାବରେ ବହୁତ ବିଶ୍ଵାସି ଓ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଗୋଟିଏ କଥାକୁ ଭୟ କରନ୍ତି କି ଆପଣଙ୍କ ଯୋଗୁଁ କାହାର ହୃଦୟ ନ ଭାଙ୍ଗି ଯାଏ । କୌଣସି ଜିନିଷରେ ଆପଣ ବୁଝାମଣା କରି ନ ଥାନ୍ତି ଯାହା ଠିକ ଲାଗେ ଆପଣ ସେହି କାମ ହିଁ କରନ୍ତି । ଗୋଟିଏ ଲକ୍ଷରେ ପହଞ୍ଚିବା ପାଇଁ ଆପଣ ବହୁତ ପରିଶ୍ରମ କରନ୍ତି ।

ଜୁନ

ନିଜ ଜୀବନର ଭରପୁର ମଜା ନିଅନ୍ତି । ଆପଣ ଜଣେ ଖୁସ ମିଜାଜ ଲୋକ ଅଟନ୍ତି । କାହା କଥା ବି ଶୁଣି ନ ଥାନ୍ତି ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତି ଓ ଆପଣ ଅନ୍ୟ ଲୋକଙ୍କୁ ଖୁସି କରବା ପାଇଁ ବହୁତ ଚେଷ୍ଟା କରନ୍ତି । ନିଜର ସାଙ୍ଗମାନେ ହୁଅନ୍ତୁ କିମ୍ବା ଅନ୍ୟ କେହି ଆପଣ ତାଙ୍କର ବହୁତ କ୍ୟାୟାର କରିଥାନ୍ତି । ଯଦି ଆପଣ ଥରେ କାହାକୁ ନିଜ ଜୀବନରୁ କାଢି ଦିଅନ୍ତି ତେବେ ସେ ଆଉ ଆପଣଙ୍କ ଜୀବନରେ ଆସିପାରେ ନାହିଁ ।

ଜୁଲାଇ

ଯଦି ଆପଣ ଏହି ମାସରେ ଜନ୍ମ ହୋଇଥାନ୍ତି ତେବେ ଆପଣ ମଜାଦାର ଓ ସମସ୍ତଙ୍କ ସହ ଜଲ୍ଦି ମିଶି ଯିବା ସ୍ଵଭାବର ଲୋକ ଅଟନ୍ତି । ଆପଣଙ୍କ ଭିତରେ ସବୁ କାମ କରିବାର କ୍ଷମତା ଅଛି । ଆପଣ କରୁଥିବା କାମକୁ ସମସ୍ତେ ପ୍ରଶଂସା କରନ୍ତି । ଆପଣ କାହାକୁ ଥରେ ମାତ୍ର ଆପଣଙ୍କ ହୃଦୟରେ ବସାନ୍ତି  ତେବେ ତାଙ୍କ ସହ ପୁରା ବିଶ୍ଵାସୀ ହୋଇ ରହିଥାନ୍ତି ।

ଅଗଷ୍ଟ

ଆପଣ ବହୁତ ଇମୋସନାଲ ଓ ଭାବୁକ ବ୍ୟକ୍ତି ଅଟନ୍ତି । ଆପଣ ସମ୍ପର୍କକୁ ବହୁତ ମହତ୍ଵ ଦେଇଥାନ୍ତି । ଆପଣ ଚାହାନ୍ତି ନାହିଁ କି ଆପଣଙ୍କ କଥା ଦ୍ଵାରା କାହାକୁ ଅସୁବିଧା ଯେପରି ନ ହେଉ । ଆପଣ ଅନ୍ୟ ଲୋକଙ୍କୁ ଖୁସି କରବା ପାଇଁ ବହୁତ ଚେଷ୍ଟା କରନ୍ତି । ସମସ୍ତଙ୍କ ସହ ପୁରା ବିଶ୍ବାସର ସହ ରହିଥାନ୍ତି ।

ସେପ୍ଟେମ୍ବର

ଆପଣ ସ୍ଵଭାବରେ ସ୍ବାଭିମାନୀ ହୋଇଥାନ୍ତି ଓ ଯଦି ଆପଣଙ୍କ କଥା ଉପରେ କେହି କଥା କୁହନ୍ତି କିମ୍ବା ବାରମ୍ବାର ସେଥିରେ ବାଧା ଦିଅନ୍ତି ତେବେ ତାହା ଆପଣଙ୍କୁ ପସନ୍ଦ ନୁହେଁ । ଆପଣଙ୍କ ସବୁଠୁ ଖାସ କଥା ଏହା ହେଉଛି କି ଆପଣ ହୃଦୟ ଭିତରେ ଯାହା ଥାଏ ଆପଣଙ୍କ ମୁହଁରେ ବି ସେହି କଥା ଥାଏ । ଆପଣ କାହାକୁ କୌଣସି କଥା ଲୁଚାନ୍ତି ନାହିଁ ।

ଅକ୍ଟୋବର

ଯଦି ଆପଣ ଏହି ମାସରେ ଜନ୍ମ ହୋଇଛନ୍ତି ତେବେ ଆପଣ ବୁଦ୍ଧି ଓ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ଆପଣ ସ୍ଵଭାବରେ ହସମୁଖ ଲୋକ ଅଟନ୍ତି । ଆପଣଙ୍କ ଭିତରେ ବହୁତ ସହନଶୀଳ ଅଛି ଓ ସ୍ପଷ୍ଟ ବାଦି ଲୋକ ଅଟନ୍ତି । ଏମିତି ବେଳେ ବେଳେ ସମୟ ଆସେ ଯେତେବେଳେ ଆପଣଙ୍କୁ ଅନ୍ୟ ସାମ୍ନାରେ କଥା କହିବାକୁ ବହୁତ କଷ୍ଟ ହୋଇଥାଏ ।

ନଭେମ୍ବର

ଆପଣ ବୁଦ୍ଧିମାନ ଓ ଦାୟିତ୍ଵବାନ ସ୍ଵଭାବର ଲୋକ ଅଟନ୍ତି । ଆପଣ ଲୋକଙ୍କର କଥାକୁ ଧ୍ୟାନ ରଖିଥାନ୍ତି ଓ ଏହା ଛଡା ଆପଣ ଅନ୍ୟ ଲୋକଙ୍କ ଭିତରେ ଥିବା କିଛି ଭଲ ଗୁଣ ଶିଖିବାକୁ ଚେଷ୍ଟା କରନ୍ତି । ଆପଣ କର୍ମ କ୍ଷେତ୍ରରେ ଜମା ଡରନ୍ତି ନାହିଁ ଓ ସବୁବେଳେ ଆଗରେ ଚାଲନ୍ତି ।

ଡିସେମ୍ବର

ଆପଣଙ୍କ ସହନଶୀଳ ଓ ବହୁତ ଧର୍ଯ୍ୟବାନ ବ୍ୟକ୍ତି ଅଟନ୍ତି । ଆପଣ କହିବାର ଉପାୟ ସଂପୂର୍ଣ୍ଣ ଅଲଗା ହୋଇଥିବାରୁ ଓ କଥାରେ ମଧୁରତା ଥିବା ହେତୁ ଆପଣ ସମସ୍ତଙ୍କ ପ୍ରିୟ ଅଟନ୍ତି । ଆପଣ ଅଧିକ କଥା ନ କହି ମଧ୍ୟ ଲୋକଙ୍କ ହୃଦୟ କିଣି ଦେଇଥାନ୍ତି ।