ମହାଦେବଙ୍କ ଗଳାରେ କେମିତି ପହଞ୍ଚିଲେ ବାସୁକି ଓ ଜାଣନ୍ତୁ ଏବେ କିଏ ଅଛନ୍ତି ନାଗ ଲୋକର ରାଜା

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ନାଗମାନଙ୍କ ମଧ୍ୟରେ ନାଗରାଜ ନାଗ ବାସୁକିଙ୍କୁ ଶିବଙ୍କ ଗଳାରେ ସ୍ଥାନ ମିଳିଛି । ଏମିତିରେ ଆଜି ଆମେ ଆପଣଙ୍କୁ ନାଗ ବାସୁକିଙ୍କ ବିଷୟରେ କହିବାକୁ ଯାଉଛୁ । ନାଗ ବାସୁକିଙ୍କ ଜନ୍ମ କଥା କିଛି ଏହିଭଳି ଅଟେ କି ରାଜା ଦକ୍ଷଙ୍କ ଦୁଇଟି ଝିଅ ବନିତା ଓ କଦ୍ରୁ ଥିଲେ ଓ ଦୁଇ ଜଣଙ୍କ ବିବାହ ରାଜା ଦକ୍ଷ ଋଷି କଶ୍ୟପଙ୍କ ସହ କରିଥିଲେ ।

ଏହା ପରେ ଦିନେ ଋଷି କଶ୍ୟପ ନିଜର ଦୁଇ ସ୍ତ୍ରୀଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ କିଛି ବରଦାନ ମାଗିବାକୁ କହିଲେ । ପ୍ରଥମେ ତାଙ୍କ ସ୍ତ୍ରୀ କଦ୍ରୁ ତାଙ୍କ ଠାରୁ ଏକ ହଜାର ପୁତ୍ରର ବରଦାନ ମାଗିଲେ । କିନ୍ତୁ ଦ୍ୱିତୀୟ ସ୍ତ୍ରୀ ବନିତା ଦୁଇଟି ପୁତ୍ରର ବରଦାନ ମାଗିଲେ ଓ ଶର୍ତ ରଖିଲେ କି ତାଙ୍କର ପୁତ୍ର କଦ୍ରୁଙ୍କ ପୁତ୍ର ଠାରୁ ଅଧିକ ବଳଶାଳୀ ହୋଇଥିବେ ।

ଏହି ବରଦାନ ଯୋଗୁଁ କଦ୍ରୁ ଏକ ହଜାର ନାଗ ପୁତ୍ରଙ୍କୁ ଜନ୍ମ ଦେଲେ । କଦୃଙ୍କ ପ୍ରଥମ ପୁତ୍ର ରୂପରେ ଶେଷନାଗ ଜନ୍ମ ନେଲେ ଓ ମାନ୍ୟତା ଅଛି କି ଶେଷନାଗଙ୍କର ଏକ ହଜାର ମସ୍ତକ ଥିଲା । ତାଙ୍କର କୌଣସି ଅନ୍ତ ନାହିଁ । ସେଥିପାଇଁ ଏହାଙ୍କୁ ଅନନ୍ତ ମଧ୍ୟ କୁହାଯାଏ । ଯେତେବେଳେ ପୃଥିବୀରେ କିଛି ବି ରହିବ ନାହିଁ ତେବେ ବି ଶେଷନାଗ ପୃଥିବୀରେ ବିରଜାମାନ ଥିବେ ।

ସେଥିପାଇଁ ତାଙ୍କୁ ଶେଷନାଗ କୁହାଯାଏ । ଏହା ଛଡା ପୃଥିବୀକୁ ତାଙ୍କ ମସ୍ତକରେ ଧରି ରଖିବାପାଇଁ ବ୍ରହ୍ମା ତାଙ୍କୁ ଆଶୀର୍ବାଦ ବି ଦେଇଥିଲେ । ଶେଷନାଗ ତାଙ୍କର ପରିବାରର ସବୁଠୁ ବଡ ହୋଇ ଥିବାରୁ ସେ ନାଗଲୋକର ବି ରାଜା ଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ବ୍ରହ୍ମାଙ୍କ ଆଦେଶ ଅନୁସାରେ ତାଙ୍କୁ ପୃଥିବୀର ତଳକୁ ଯିବାର ଥିଲା ତେବେ ସେତେବେଳେ ସେ ନିଜର ଛୋଟ ଭାଇ ବାସୁକିଙ୍କୁ ରାଜ୍ୟ ଭାର ଦେଇଥିଲେ । ଶେଷନାଗ ପରେ ବାସୁକି କଦ୍ରୁଙ୍କ ଦ୍ୱିତୀୟ ପୁତ୍ର ଥିଲେ ।

ଏହା ପରେ ନାଗ ବାସୁକି ଭଗବାନ ଶିବଙ୍କ ସେବା କରିବା ପାଇଁ ନିଜର ରାଜ୍ୟ କାର୍ଯ୍ୟ ତ୍ୟାଗ କରିଦେଇଥିଲେ । ଏହା ପରେ ତାଙ୍କର ତୃତୀୟ ଭାଇ ତକ୍ଷ୍ୟକ ନାଗ ଲୋକର ରାଜା ହୋଇଥିଲେ । ଶିବଙ୍କ ବେକରେ ନାଗ ବାସୁକି ହିଁ କାହିଁକି ବାସ କରନ୍ତି ?କହିବାକୁ ଗଲେ ଏହାର ବହୁତ ପୌରାଣିକ କଥା ଅଛି ।

ପ୍ରଥମ କଥା ଅନୁସାରେ ପ୍ରଥମେ ନାଗମାନେ ହିଁ ଶିବଲିଙ୍ଗର ପୂଜା କରିଥିଲେ ଓ ସେହି ସମୟରେ ନାଗ ବାସୁକି ନାଗ ଲୋକର ରାଜ ଥିଲେ । ନାଗରାଜ ବାସୁକି ଶିବଙ୍କ ତପସ୍ୟା ବି କରୁଥିଲେ । ଏହା ପରେ ଦିନେ ଶିବ ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ଦେଇଥିଲେ କି ସେ ତାଙ୍କ ପାଖରେ ସବୁବେଳେ ରହିବେ ସେଥିପାଇଁ ନାଗ ରାଜ ବାସୁକି ସେହି ଦିନଠାରୁ ଶିବଙ୍କ ବେକରେ ବାସ କରୁଛନ୍ତି ।

ଦ୍ୱିତୀୟ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ନାଗ ବାସୁକିଙ୍କୁ ହିଁମେରୁ ପର୍ବତର ଚାରିପଟେ ଦୌଡି ରୂପରେ ବ୍ୟବହାର କରି ଗୁଡ଼େଇ ମନ୍ଥନ କରାଯାଇଥିଲା । ଏହି ସମୟରେ ବସୁକିଙ୍କ ପୁରା ଶରୀର ଲହୁ ଲୁହାଣ ହୋଇଯାଇଥିଲା । ଏହା ବି କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ଶିବଙ୍କୁ ବିଷ ପାନ କରିବାକୁ ପଡି ଥିଲା ତେବେ ସେତେବେଳେ ନାଗ ବାସୁକି ଓ ଅନ୍ୟ ନାଗମାନେ ମିଶି ଶିବଙ୍କ ସହ ବିଷ ପାନ କରିଥିଲେ । ନାଗମାନଙ୍କ ଓ ନାଗ ବାସୁକିଙ୍କ ଏହିଭଳି ନିସ୍ୱାର୍ଥପର ସେବାରେ ଭଗବାନ ଶିବ ପ୍ରସନ୍ନ ହୋଇ ନାଗ ରାଜ ବାସୁକିଙ୍କୁ ନିଜ ବେକରେ ଧାରଣ କରିଥିଲେ ।

ତୃତୀୟ କଥା ଅନୁସାରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ସମୟରେ ଦେବତାମାନେ ଶିବଙ୍କୁ ସିଙ୍ଗାର କରିବାପାଇଁ କହିଥିଲେ । କିନ୍ତୁ ଶିବ ତ ବୈରାଗୀ ଥିଲେ ସେଥିପାଇଁ ସେ ନିଜର ସିଙ୍ଗାର କରିବା ପାଇଁ ନାଗ ଲୋକଙ୍କୁ ଦାୟିତ୍ଵ ଦେଲେ । ଏହା ପରେ ନାଗ ବାସୁକି ଶିବଙ୍କ ଗଳାରେ ଆଭୁଷଣ ରୂପରେ ବିର୍ଜମାନ ହୋଇଗଲେ । ଏହା ଦ୍ଵାରା ପ୍ରସନ୍ନ ହୋଇ ଶିବ ସବୁଦିନ ପାଇଁ ନାଗ ବାସୁକିଙ୍କୁଙ୍କ ତାଙ୍କ ଗଳାରେ ଧାରଣ କରିନେଇଥିଲେ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।