ବାପା ହେବା ଉପରେ ଖୋଲି କି କହିଲେ କପିଲ ଶର୍ମା, କହିଲେ ପୁଅ ଦରକାର କି ଝିଅ

ଯେତେବେଳେ ଗୋଟିଏ ସ୍ଵାମୀ ସ୍ତ୍ରୀକୁ ଜଣା ପଡେ କି ସେମାନେ ମାତା ପିତା ହେବାକୁ ଯାଉଛନ୍ତି ତେବେ ସେମାନଙ୍କର ଖୁସିର ଠିକଣା ନ ଥାଏ । ଏମିତି ହିଁ କିଛି ଅବସ୍ଥା କପିଲ ଶର୍ମାଙ୍କର ଘରେ ବି ହେଇଛି । ଆପଣଙ୍କୁ କହି ଦେଉଛୁ ଯେ କପିଲ ଶର୍ମାଙ୍କର ପତ୍ନୀ ଗିନ୍ନୀ ଚତରଥ ବର୍ତ୍ତମାନ ଦିନରେ ଗର୍ଭବତୀ ଅଛନ୍ତି । ସୂତ୍ର ଅନୁସାରେ ଏହି ବର୍ଷ ଡିସେମ୍ବରକୁ ସେ ମା ହୋଇଯିବେ । ବର୍ତ୍ତମାନ ହିଁ କପିଲ ନିଜ ପତ୍ନୀ ଗିନ୍ନୀଙ୍କ ସହିତ କନାଡା ବେବୀମୂନ ପାଳନ କରିବାକୁ ଯାଇଥିଲେ ।

ହନିମୁନ ବିଷୟରେ ତ ଆପଣମାନେ ଶୁଣିଥିବେ କିନ୍ତୁ ଏହି ବେବୀମୂନ ଅଳ୍ପ ଅଲଗା ହୋଇଥାଏ । ଏଥିରେ ସ୍ଵାମୀ ସ୍ତ୍ରୀ ନିଜର ହେଉଥିବା ପିଲା ସହିତ ଏନଜୟ କରିବା ଓ ପରସ୍ପର କିଛି ଭଲ ସମୟ ବିତାଇବା ପାଇଁ ଭ୍ୟାକେଶନରେ ଯାଇଥାନ୍ତି । ଏହି ବେବୀମୂନର କିଛି ଫଟୋ କପିଲ ଶେୟାର ବି କରିଛନ୍ତି । ଏହି ଫଟୋରେ ସେ କନାଡାର ରାସ୍ତା ଉପରେ ନିଜର ପତ୍ନୀଙ୍କ ହାତ ଧରି ରୋମାଣ୍ଟିକ ୱାକ କରୁଥିବାର ନଜର ଆସୁଛନ୍ତି ।

ଏହା ଛଡା ସେ ଏକ ଭିଡିଓ ବି ଶେୟାର କରିଛନ୍ତି । ଯେଉଁଥିରେ ସେ ଗିନ୍ନୀଙ୍କ ସହ ଗୀଟାର ବଜାଉ ଥିଲେ । କପିଲ ଏକ ଇଣ୍ଟରଭିୟୁରେ କହିଥିଲେ କି ଗିନ୍ନୀଙ୍କୁ ଗୀଟାର ବହୁତ ପସନ୍ଦ ଅଟେ ।

ଏମିତିରେ ବର୍ତ୍ତମାନ ହିଁ ଯେତେବେଳେ ଏକ ଇଣ୍ଟରଭିୟୁ ସମୟରେ କପିଲଙ୍କୁ ପଚରାଗଲା କି ତାଙ୍କୁ ପୁଅ ଦରକାର ନା ଝିଅ ଦରକାର । ତେବେ ସେ ଜବାବ ଦେଲେ କି “ପ୍ରଥମ ମୋର ମା ମୋ ଉପରେ ରାଗି ରହୁଥିଲା, କିନ୍ତୁ ବର୍ତ୍ତମାନ ସେ ଖୁସି ଅଛନ୍ତି ଓ ମୋ ସହିତ ହିଁ ରହୁଛନ୍ତି । ଏହା ପରେ କହିଲେ କି । “ଘରେ ସମସ୍ତେ ଏହି ଶିଶୁକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଆମକୁ ଜଣା ନାହିଁ କି ପୁଅ ହେବ କି ଝିଅ ହେବ, କିନ୍ତୁ ଯାହା ବି ହେବ ଆମେ ସେଥିରେ ଖୁସି ହେବୁ ଓ ଅପେକ୍ଷା କରିଛୁ ।“

କହିବାକୁ ଗଲେ କପିଲ ଏହି ସୁଖମୟ ସମୟକୁ ନିଜ ପତ୍ନୀ ସହ ଅଧିକ ବିତାଇବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଗିନ୍ନୀଙ୍କୁ ନିଜ ଶୋର ଶୁଟ ଉପରେ ବି ନିଜ ସହିତ ନେଇ ଆସୁ ଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।