ପଞ୍ଚଭୂତରେ ବିଲୀନ ହେଲେ Jyoti Prakash, ପୁରୀ ସ୍ୱର୍ଗ ଦ୍ୱାରରେ ଜ୍ୟୋତିଙ୍କର ହେଲା ଶେଷକୃତ୍ୟ, ଦେଖନ୍ତୁ ପୁରା Video

ମୃ-ତ୍ୟୁ ଏକ ନି-ଷ୍ଠୁ-ର ସତ୍ୟ । ପାଞ୍ଚ ମିନିଟ୍ ପାଇଁ ମା କୁ କହି ବାହାରକୁ ଯାଇଥିଲା, କିନ୍ତୁ ଆଉ ଫେରିଲାନି । ଆଉ ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି ରାଜା । ସାଙ୍ଗସାଥି ପରିବାର ଲୋକ ସମସ୍ତଙ୍କୁ ଆଜି ଏକୁଟିଆ କରି ଚାଲିଯାଇଛି ଜ୍ଯୋତି ଓରଫ ରାଜା । ତା ବିନା ଆଜି ତାଙ୍କ ମା’ର ଅବସ୍ଥା ସେହି ମା ହିଁ ଜାଣିଛି । ଆଉ ତାଙ୍କ ବାପାଙ୍କ ଆଖିରୁ କେବେ ପୁଅର ବିଚ୍ଛେଦ ଲୁହ ଶୁଖିବ ସେ ନିଜେ ବି ଜାଣି ନାହାନ୍ତି । ଇଏ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ।

ସେ ଆଜି ଆଉ ଆମ ଗହଣରେ ନଥିଲେ ମଧ୍ୟ ବୋଧେ ତାଙ୍କୁ କେହି ଏତେ ସହଜରେ ଭୁଲି ପାରିବେ ନାହିଁ । ନାଳ ପାଣିରେ ଭାସି ଯାଇ ପଙ୍କ କାଦୁଅରେ ପୋତି ହୋଇ ଅତ୍ୟନ୍ତ ଦଯନୀୟ ଭାବେ ପ୍ରା-ଣ ହ-ରା-ଇ ଥିବା ଏହି ନିରୀହ ପୁଅ ଜ୍ଯୋତିଙ୍କ ମୃ-ତ-ଦେ-ହ ମିଳିବା ପରେ ଘରଲୋକଙ୍କୁ ଶ-ବ ଚିହ୍ନଟ ପାଇଁ ଡକା ଯାଇଥିଲା । ରାଜାଙ୍କ ମୃ-ତ ଦେ-ହ ଚିହ୍ନଟ ହେବା ପରେ ପରେ ପୁରୀ ସ୍ଵର୍ଗଦ୍ଵାରରେ ପଞ୍ଚଭୂତରେ ତାଙ୍କୁ ବିଦାୟ ଦିଆଯାଇଛି । ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ହିଁ ସମସ୍ତଙ୍କୁ ବିଦାୟ ଦେଇ ଚାଲି ଯାଇଛନ୍ତି ଜ୍ଯୋତି ।

ତେବେ ଜ୍ଯୋତିଙ୍କ ସହ ଯାହା ଘଟିଲା ଭଗବାନ ନ କରନ୍ତୁ ଆଉ କାହା ସହ ଏପରି ହେଉ । ଜ୍ଯୋତିଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ଓ ଉଠିବ । ଲଗାଣ ବର୍ଷା ହେବା ମାତ୍ରେ ରାସ୍ତାକଡ ନାଳ ଗୁଡିକରେ ପାଣି ଭର୍ତ୍ତି ହୋଇ ରାସ୍ତାଘାଟ ମଧ୍ୟ ବୁଡି ଯାଉଛି । ଆଉ ଏହି ପାଣିରେ ଜନଜୀବନ ବାଧାପ୍ରାପ୍ତ ହେବା ସହ ଚାଲି ଯାଉଛି ଅନେକ ଜୀବନ । ସମୟ ସମୟରେ ଏପରି ଅନେକ ଘଟଣା ସାମନାକୁ ଆସୁଛି । ତେବେ ଏଥିପାଇଁ ଦାୟୀ କିଏ ?

ତେବେ ଜ୍ୟୋତିଙ୍କ ସହ ଏଭଳି କାହିଁକି ହେଲା ଏବଂ ଏହାର ସମାଧାନର ରାସ୍ତା ଯଦି ଖୋଜି ବାହାର କରାଯାଇ ପାରିବେ ତେବେ ବୋଧହୁଏ ଯାହା ଜ୍ଯୋତିଙ୍କ ସହ ହେଲା ତାହା ଆଉ କାହା ସହ ହେବନାହିଁ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।