ଭାଇରାଲ ହେଲା ଭୁବନେଶ୍ଵର ର ମୃତ ଛାତ୍ର Jyoti Prakash Behera ଙ୍କ ଶେଷ ଭିଡିଓ, Video ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଲଗାତାର ବର୍ଷା ଓ ବଢି ପାଣିରେ ଅନେକ ଲୋକଙ୍କ ଜୀବନ ସ-ଙ୍କ-ଟା-ପନ୍ନ ହୋଇପଡେ । ଗତ କିଛି ଦିନ ହେବ ଲଗାତାର ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈ ନାଳ ଫୁଲି ଉଠିଛି ଓ ଏଥିପାଇଁ ଅନେକ ଜନଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ନିକଟରେ ଭୁବନେଶ୍ଵରରେ ନାଳ ପାଣିରେ ଭାସି ଯାଇଥିବା ଏକ ଦଶମ ଶ୍ରେଣୀ ଛାତ୍ର ରାଜାର କରୁଣ ଦୃଶ୍ୟ ଏବେ ସାରା ରାଜ୍ୟରେ ଲୋକଙ୍କ ମନରେ ଉଦବିଘ୍ନ ସୃଷ୍ଟି କରିଛି ।

ଟ୍ୟୁସନ ଯିବାକୁ ବାହାରିଥିଲେ ରାଜା । ସେ ଯାଉଥିବା ବାଟ ଦେଇ ପଡୁଥିବା ନାଳଟି ବର୍ଷା ପାଣିରେ ଫୁଲି ଯାଇଥିଲା ଓ ପାଣି ସୁଅ ଖୁବ ତେଜ ଥିଲା । ପାଣି ଭିତରେ ପଶି ପଳେଇ ଯିବେ ବୋଲି ଭାବିଥିଲେ ରାଜା । କିନ୍ତୁ ତେଜ ପାଣିରେ ଭାରସ୍ୟାମ ହରାଇ ପଡି ଯାଇଥିଲେ ପାଣି ଭିତରେ । ଆଉ ପାଣି ସୁଅ ଏତେ ତେଜ ଥିଲା ଯେ ସେ ଆଉ ଫେରିବା ମୁସ୍କିଲ ହୋଇ ଯାଇଥିଲା । ଚିତ୍କାର କରି ଡ଼ାକିଥିଲେ ବି କେହି ତାଙ୍କୁ ବଞ୍ଚାଇବା ପାଇଁ ଆସିପାରି ନଥିଲେ । ରାଜା ତାଙ୍କ ଘରର ବଡ ପୁଅ ଥିଲେ ଓ ତାଙ୍କର ଆଉ ଗୋଟେ ବହୁତ ଛୋଟ ଭାଇ ଅଛନ୍ତି ।

ରାଜା ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ରାଜା ଆଉ ନାହାନ୍ତି, କିନ୍ତୁ ରହିଯାଇଛି ତାଙ୍କର କିଛି ସ୍ମୃତି । ରାଜା ମୃ-ତ୍ୟୁ ପୂର୍ବରୁ ରାତିରେ ଖାଇ ସାରି ପାଠ ପଢିବାକୁ ଯିବା ପୂର୍ବରୁ ଗୋଟିଏ ଭିଡିଓ ବନେଇ ଥିଲେ । ଏହା ଥିଲା ତାଙ୍କର ଶେଷ ଭିଡିଓ । ସେତେବେଳେ ରାତି ପ୍ରାୟ ୯:୪୮ ହୋଇଥିଲା । ଭିଡିଓରେ ରାଜା କହିଥିଲେ କି ସେ ଏବେ ଖାଇ ସାରି ଅଳ୍ପ ସମୟ ବିଶ୍ରାମ କରିବା ପରେ ପାଠ ପଢିବାକୁ ଯାଉଛନ୍ତି । କେତେ ସମୟ ସେ ପାଠ ପଢିବେ ଏହା ଡିଟେଲ୍ସରେ କହିବେ ବୋଲି ଜଣାଇଥିଲେ ।

ରାଜାଙ୍କ ଏହି ଭିଡିଓ ଦେଖିଲେ ଆପଣ ଅନୁମାନ କରିପାରିବେ କି ଯେହେତୁ ଦଶମ ଶ୍ରେଣୀରେ ପଢୁଥିଲେ ସେଥିପାଇଁ ପାଠପଢାକୁ ରାଜା ବହୁତ ସିରିୟସ ଥିଲେ । କିନ୍ତୁ ନିୟତିର ନିୟମ ଥିଲା ଅଲଗା । ଏହା ଥିଲା ନିରୀହ ଦଶମ ଶ୍ରେଣୀ ଛାତ୍ରଙ୍କ ଶେଷ ଭିଡିଓ । ବାପା, ମା ସମସ୍ତଙ୍କୁ କନ୍ଦାଇ ସେ ଚାଲି ଯାଇଛନ୍ତି ଆରପାରିକୁ । ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ