ବସନ୍ତ ପଞ୍ଚମୀ 2019: କଣ ଅଟେ ମା’ ସରସ୍ଵତୀଙ୍କର ଜନ୍ମର କଥା ? କଣ୍ଠ ଓ ଜିଭରେ କାହିଁକି ବାସ କରିଥାନ୍ତି ମାତା ? ଜାଣନ୍ତୁ

ବସନ୍ତ ପଞ୍ଚମୀ ପର୍ବ ପୁରା ଭାରତରେ ପାଳନ କରାଯାଇଥାଏ ଓ ଏହି ପର୍ବ ଦିନ ଲୋକ ହଳଦିଆ ରଙ୍ଗର ବସ୍ତ୍ର ନିଶ୍ଚୟ ପିନ୍ଧିଥାନ୍ତି । ବସନ୍ତ ପଞ୍ଚମୀର ଏହି ପର୍ବ ମା’ ସରସ୍ଵତୀଙ୍କ ସହ ସମ୍ପୃକ୍ତ ଅଟେ ଓ ଏହି ଦିନ ସମସ୍ତେ ମା’ ଙ୍କର ପୂଜା ନିଶ୍ଚୟ କରିଥାନ୍ତି । ପ୍ରତି ବର୍ଷ ଏହି ପର୍ବ ମାଘ ଶୁକ୍ଲ ପାଞ୍ଚମୀରେ ପଡିଥାଏ ଓ ଏହି ପର୍ବକୁ ମା’ ସରସ୍ଵତୀଙ୍କର ଜନ୍ମ ଦିବସ ରୂପରେ ମଧ୍ୟ ପାଳନ କରାଯାଇଥାଏ । ତେବେ କିଏ ହେଉଛନ୍ତି ସରସ୍ଵତୀ ମା’, ତାଙ୍କର ଜନ୍ମ କେମିତି ହେଲା ଓ ଏହି ପର୍ବ ସହିତ ସମ୍ପୃକ୍ତ କିଛି ମହତ୍ତ୍ୱପୂର୍ଣ୍ଣ ସୁଚନା ଏହି ପ୍ରକାରର ଅଟେ ।

ସରସ୍ଵତୀ ମା’ଙ୍କର ଜନ୍ମ କଥା

ସରସ୍ଵତୀ ମା’ଙ୍କର ଜନ୍ମ ସହିତ ସମ୍ପୃକ୍ତ ଏକ କଥା ଅନୁସାରେ ଥରେ ବ୍ରହ୍ମା ଏହି ସଂସାରକୁ ତିଆରି କରିବା ପରେ ସଂସାରକୁ ବୁଲିବାକୁ ଆସିଥିଲେ ଓ ଏହି ସଂସାର ବୁଲିବା ସମୟରେ ଏହି ସଂସାରର ଲୋକଙ୍କ ମଧ୍ୟରେ ଅଭାବର ଅନୁଭବ ହେଲା । କାରଣ ଏହି ସଂସାରରେ ଥିବା ଲୋକଙ୍କ ପାଖରେ ନା ଜ୍ଞାନ ଥିଲା ନା କହିବା ପାଇଁ ଶବ୍ଦ ଥିଲା ଓ ଏହି ସଂସାର ବହୁତ ଉଦାସମୟ ଥିଲା । ଏହି ପ୍ରକାରର ସଂସାର ଦେଖିବା ପରେ ବ୍ରହ୍ମା ନିଜର କମଣ୍ଡଳରୁ ଜଳ ନେଇ କିଛି ବୁନ୍ଦା ଛିଞ୍ଚି ଦେଲେ । ଏହି ବୁନ୍ଦାକୁ ଛିଞ୍ଚିବା ପରେ ଜଣେ ମାତା ପ୍ରକଟ ହେଲେ ଯିଏ ଏକ ଧଳା ରଙ୍ଗର ବସ୍ତ୍ର ପିନ୍ଧିଥିଲେ ଓ ତାଙ୍କ ହାତରେ ବୀଣା ମଧ୍ୟ ଥିଲା ଓ ସେହି ମା’ଙ୍କ ନାମ ସରସ୍ଵତୀ ଥିଲା ।

ସରସ୍ଵତୀ ପ୍ରକଟ ହେବା ପରେ ବ୍ରହ୍ମା ତାଙ୍କୁ ଏହି ସଂସାରରେ ଥିବା ଉଦାସ ବିଷୟରେ ଜଣାଇଲେ । ବ୍ରହ୍ମାଙ୍କର ଏହି ଚିନ୍ତାକୁ ଶୁଣିବା ପରେ ମା’ ନିଜର ବୀଣା ବଜାଇବା ଆରମ୍ଭ କରିଦେଲେ ଓ ବୀଣାର ସ୍ଵର ଲୋକଙ୍କ କାନରେ ପଡୁ ପଡୁ ଉଦାସିର ପରିବେଶ ଶେଷ ହୋଇଗଲା ଓ ପୁରା ସଂସାରରେ ଏକ ପ୍ରକାରର ଉଲ୍ଲାସ ସୃଷ୍ଟି ହେଲା ତା ସହିତ ଲୋକଙ୍କୁ ଜ୍ଞାନ ମିଳିବାକୁ ଲାଗିଲା । ଏହି ପ୍ରକାରରେ ପୃଥିବୀରେ ମା’ ସରସ୍ଵତୀଙ୍କର ଜନ୍ମ ହେଲା । କୁହାଯାଏ କି ଏହି ପୃଥିବୀରେ ଆସିବା ପରେ ମା’ ସଂସାରରେ ଜ୍ଞାନର ପ୍ରକାଶ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ ଓ ଏଥିପାଇଁ ତାଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଇଥାଏ ।

ବସନ୍ତ ପାଞ୍ଚମୀରେ ମା’ଙ୍କର ହୋଇଥାଏ ବିଶେଷ ପୂଜା

ଏହି ପର୍ବକୁ ଜ୍ଞାନର ପର୍ବ ବୋଲି କୁହାଯାଏ ଯାହା ପାଇଁ ବହୁତ ଲୋକ ଏହି ଶୁଭ ଦିନରେ ପିଲାମାଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।

ଏମିତି କୁହାଯାଏ କି ସରସ୍ଵତୀ ମା’ ଙ୍କର ବାସ ପ୍ରତ୍ୟେକ ମଣିଷର କଣ୍ଠ ଓ ଜିଭରେ ହୋଇଥାଏ । ଏଥିପାଇଁ ଏହି ଦିନ ଲୋକଙ୍କ ମୁଖରୁ କେବଳ ଠିକ କଥା ଓ ଠିକ ଶବ୍ଦ ବାହାରିବା ଆବଶ୍ୟକ କାରଣ ଏହିଦିନ କୁହାଯାଇଥିବା ବହୁତ କଥା ସତ୍ୟ ବି ହୋଇଥାଏ ।

ଲେଖାଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।