ଶାରଦା ଚିଟ ଫଣ୍ଡରେ ନୂଆ ମୋଡ, ମମତାଙ୍କୁ ଲାଗିଲା ସୁପ୍ରିମ ଝଟକା, ଏବେ କୋଲକାତାରେ ନୁହେଁ ଶିଲୋଙ୍ଗ ରେ ରାଜୀବ କୁମାରଙ୍କୁ ପଚରା ଉଚରା କରିବ CBI

କୋଲକାତାରେ ବହୁତ ଦିନ ଧରି ଚାଲି ଆସୁଥିବା ଶାରଦା ଚିଟ ଫଣ୍ଡ ମାମଲାରେ ଏବେ ଏକ ନୂଆ ମୋଡ ଆସିଛି । ଜଣାଇ ଦେଉଛୁ କି ଯେଉଁ ଅଧିକାରୀ ଉପରେ ଏହି କେସ ସହିତ ସମ୍ପୃକ୍ତ ଏଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ହେଉଛି ସିବିଆଇ ତରଫରୁ ରୁଜୁ ହୋଇଥିବା ସେହି ମାମଲାରେ 5 ଫେବୃୟାରୀ ସକାଳୁ ଶୁଣାଣୀ ଆରମ୍ଭ ହେଲା । ସିବିଆଇ ନିଜର ମାମଲାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବିରୁଦ୍ଧରେ ଏଲେକ୍ଟ୍ରୋନିକ ରେକର୍ଡ ନଷ୍ଟ କରିବା କଥା କହିଥିଲେ । ସିବିଆଇ ଆରୋପ ଲଗାଇ କହିଲେ କି ପ୍ରଥମେ ରାଜୀବ କୁମାର ଏସଆଇଟି ରେ ଥିଲେ ଯେଉଁଠି ସେ ଆରୋପିଙ୍କ ସହିତ ମିଶି ପ୍ରମାଣସବୁ ନଷ୍ଟ କରିଥିଲେ ।

ଆଟର୍ନି ଜେନେରାଲ ସୁପ୍ରିମ କୋର୍ଟକୁ କହିଲେ କି ଆଇପିଏସ ଅଧିକାରୀ ରାଜୀବ କୁମାର (ଯିଏ ଏପ୍ରିଲ, 2013 ଓ ମଇ 2014 ମଧ୍ୟରେ ଚିଟ ଫଣ୍ଡ ଘୋଟାଲାର ଯାଞ୍ଚ କରିବା ପାଇଁ ଏସଆଇଟି ର ନେତୃତ୍ତ୍ଵ କରିଥିଲେ ) ପୁରା ସାମଗ୍ରୀ ସିବିଆଇକୁ ଦେଇ ନଥିଲେ ।

ଏହା ପରେ ସିବିଆଇ କୋର୍ଟରେ କହିଲେ, ‘ ପ୍ରକୃତରେ ଆରୋପିମାନଙ୍କର କଲ ରେକର୍ଡକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ରାଜୀବ କୁମାର ସିବିଆଇକୁ କଲ ରେକର୍ଡ ଦେଇଛନ୍ତି ସତ କିନ୍ତୁ କିଏ ଥିଲା, କିଏ ଡ଼ାକିଥିଲା ଏହାର ସୂଚନା ନଷ୍ଟ କରାଯାଇଥିଲା । ଶୁଦିପ୍ତୋ ସେନଙ୍କ ସେଲ ଫୋନକୁ ଫେରାଇ ଦିଆଯାଇଥିଲା ।

ସୁପ୍ରିମ କୋର୍ଟ ର ନିଷ୍ପତ୍ତି

ଏହି ପୁରା କଥା ଶୁଣିବା ପରେ ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟାଧୀଶ କହିଲେ କି ପୋଲିସ କମିଶନର ଏହି ମାମଲାରେ ସିବିଆଇର ସହଯୋଗ କରନ୍ତୁ । ସେ କହିଲେ କି ଦେଖାଇବାକୁ ପଡିବ କି ମାମଲାରେ କଣ ପ୍ରମାଣ ଅଛି ? ସିଜେଆଇ କହିଲେ, ‘ପୋଲିସ କମିଶନର ସିବିଆଇ ସାମ୍ନାକୁ ଆସନ୍ତୁ । କିନ୍ତୁ କୌଣସି ଗିରଫ ନ ହେଉ ।‘ ସେଇଠି ସିଜେଆଇ କହିଲେ କି ରାଜୀବ କୁମାରଙ୍କ ସହିତ ପଚରା ଉଚରା ଶିଲୋଙ୍ଗ ରେ କରାଯିବ । ଏହା ସହିତ କୋର୍ଟ କୋଲକାତାରେ ସିବିଆଇ ଅଧିକାରୀଙ୍କ ସାଥିରେ ହୋଇଥିବା ବ୍ୟବହାର ଓ ସୁପ୍ରିମ କୋର୍ଟ ର ନିଷ୍ପତ୍ତିର ଅବମାନନା ମାମଲାରେ ପଶ୍ଚିମବଂଗର ମୁଖ୍ୟ ସଚିବ ଓ ଡ଼ିଜିପି ଓ ପୋଲିସ କମିଶନର ରାଜୀବ କୁମାରଙ୍କୁ ନୋଟିସ ପଠାଇଛନ୍ତି ଓ ଏହି ମାମଲାର ଆସନ୍ତା ଶୁଣାଣୀ 20 ଫେବୃୟାରୀ କୁ ହେବ ।

ସେଇଠି ସୁପ୍ରିମ କୋର୍ଟ ଦ୍ଵାରା ଆସିଥିବା ନିଷ୍ପତ୍ତିରେ ମମତା ଜିତିଛନ୍ତି ବୋଲି ଜଣାଇଛନ୍ତି, ଦିଦି କହିଲେ କି ‘ମୁଁ ରାଜୀବ କୁମାରଙ୍କ ପାଇଁ ନୁହେଁ ପୁରା ଦେଶ ପାଇଁ ଲଢିଛି । ଏହି ଜୟ ମୋତେ ନୁହେଁ ପୁରା ଦେଶ ସମ୍ବିଧାନ ଓ ମିଡିଆକୁ ମିଳିଛି । ମମତା କହିଲେ କି ରାଜୀବ କୁମାର କେବେ ବି କହି ନାହାଁନ୍ତି କି ସେ ଏହି ତଦନ୍ତ ରେ ସହଯୋଗ କରିବେ ନାହିଁ, ସେ କହିଲେ କି କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କୁ କଥା ବାର୍ତ୍ତା ବିନା ରାଜ୍ୟକୁ ଆସିବା କଥା ନୁହେଁ ।