ସରକାରୀ ହଷ୍ଟେଲରେ ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ ! ବଡ ପଦକ୍ଷେପ ନେଲେ ଜିଲ୍ଲା ଆଦିବାସୀ ସଂଘ, ଗିରଫ ଯୁବକଙ୍କୁ ନେଇ ବଢିଲା ସନ୍ଦେହ !

ସରକାରୀ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ନାବାଳିକା ଗ-ଭ-ର୍ବ-ତୀ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । କାରଣ ଛାତ୍ରୀଜଣକ ମାତ୍ର ନବମ ଶ୍ରେଣୀରେ ପାଠ ପଢୁଛନ୍ତି ଓ ତାଙ୍କ ବୟସ ମାତ୍ର 14 ବର୍ଷ । ଜଣେ ଯୁବକଙ୍କ ସମ୍ପର୍କରେ ଆସିବା ପରେ ଉକ୍ତ ନାବାଳିକା ଜଣକ ଗ-ର୍ଭ-ବ-ତୀ ହୋଇଥିବା ଜଣାପଡିଛି । ଏକଥା ଜାଣିବା ପରେ ପରିବାର ଲୋକଙ୍କ ପରାମର୍ଶରେ ସେ ଔଷଧ ମଧ୍ୟ ଖାଇଥିଲା । ହେଲେ ଔଷଧ ଖାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା ।

ତେଣୁ ଏବେ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ଉକ୍ତ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଯୁବକଙ୍କ ମେଡିକାଲ ପରୀକ୍ଷା କରାଯିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

ଯୁବକଜଣକ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କଥା ସ୍ଵୀକାର କରିଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ବଲାଙ୍ଗୀର ଏସଡ଼ିପିଓ ତୋଫାନ ବାଗ । ଅନ୍ୟପଟେ ଗିରଫ ଯୁବକଙ୍କ ମା’ ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି । ନାବାଳିକା ଜଣକ ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ଜଣେ ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ଵା ହୋଇ 5 ମାସ ଧରି ରହିଥିବା ବେଳେ ହଷ୍ଟେଲ ଦାୟିତ୍ଵରେ ଥିବା କର୍ମଚାରୀ କେମିତି ଏହା ଜାଣି ପାରିଲେ ନାହିଁ ତାକୁ ନେଇ ଏବେ ପ୍ରଶ୍ନ କରୁଛନ୍ତି ଲୋକେ ।

କାରଣ ଏହି ହଷ୍ଟେଲକୁ ନିୟମିତ ଭାବେ ପରିଦର୍ଶନ କରିବା ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଉଛି । ହେଲେ କାହିଁକି ଏଥିରେ ହେଳା କରାଯାଉଛି ଏହାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍କୁଲର ଅଧିକାଂଶ ଶିକ୍ଷକ ଓ କତ୍ତୃପକ୍ଷଙ୍କ ମୋବାଇଲ ମଧ୍ୟ ସ୍ଵିଚ ଅଫ ରହିଥିବା ଜଣାପଡିଛି । ତେଣୁ ଜିଲ୍ଲା ଆଦିବାସୀ ସଂଘ ଏଭଳି କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛି ।

ଅନ୍ୟପଟେ ଗିରଫ ଯୁବକଙ୍କ ମା’ କହୁଛନ୍ତି ତାଙ୍କ ପୁଅ ତାମିଲନାଡୁରେ ଥିଲା ଏବଂ ଗତ 10 ଦିନ ହେବ ଘରକୁ ଆସିଛି । ତେଣୁ ଉପଯୁକ୍ତ ତଦନ୍ତ କରାଯାଉ ଓ ଯଦି ମୋ ପୁଅ ଦୋଷୀ ତେବେ ମୋତେ ପ୍ରମାଣ ଦେଖାନ୍ତୁ ବୋଲି ସେ ଗୁହାରି କରିକହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।