ବ୍ରିଜରୁ ସିଧା ପାୱାର ଟନେଲକୁ କାହିଁକି ଡେ-ଇଁ-ଲେ IT ଛାତ୍ରୀ ? ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ !

ବୁର୍ଲା ଭିସୁଟ୍ ର ଜଣେ ଆଇଟି ଛାତ୍ରୀ ବ୍ରିଜ ଉପରୁ ଡେଇଁବା ପରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ବଢିବାରେ ଲାଗିଛି । ଛାତ୍ରୀଜଣକ କିପରି ଓ କେଉଁ ପରିସ୍ଥିତିରେ ବ୍ରିଜ ଉପରୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀଜଣକ ସମ୍ବଲପୁର ପିସି ବ୍ରିଜରୁ ସିଧା ପାୱାର ଟନେଲକୁ ଡେଇଁ ପଡିଥିଲେ ଯାହାକି ଖୁବ ଗଭୀର । ଉକ୍ତ ଛାତ୍ରୀଙ୍କ ନାମ ହେଉଛି ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଚିନ୍ମୟୀ ବୁର୍ଲା ଭିସୁଟ୍ ରୁ ପାସ୍ ଆଉଟ କରି ସାରିଥିବା ଆଇଟି ଛାତ୍ରୀ ଥିଲେ ।

ଗତକାଲି ସେ ବୁର୍ଲା ର ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ । ସେଠାରୁ ଡିଗ୍ରୀ ସାର୍ଟିଫିକେଟ ନେଇ ସେ ଘରକୁ ଫେରି ଯାଇଥାନ୍ତେ । ହେଲେ ଗତକାଲି ରାତି ପ୍ରାୟ 9ଟା ବେଳେ ତାଙ୍କ ପୁରୁଷବନ୍ଧୁଙ୍କ ସହ ସେ ବାଇକ ଯୋଗେ ବୁଲିବାକୁ ଯାଇଥିଲେ । ପରେ ପିସି ବ୍ରିଜରୁ ପାୱାର ଟନେଲକୁ ଡେଇଁ ପଡିଥିଲେ । ତାଙ୍କ ପୁରୁଷବନ୍ଧୁ ଓ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମବାହିନୀକୁ କଲ୍ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ପୁରୁଷବନ୍ଧୁଙ୍କୁ ଥାନାକୁ ନେଇ ଯାଇଥିଲା ଓ ସେଠାରେ ତାଙ୍କୁ ପଚରାଉଚରା କରିଥିଲା । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଚିନ୍ମୟୀଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇ ନଥିଲେ । ରାତି ବହୁତ ହୋଇ ଯାଇଥିବାରୁ ତାଙ୍କୁ ଖୋଜିବା ଆଉ ସମ୍ଭବ ହୋଇ ପାରି ନଥିଲା ।

ଅପରପକ୍ଷେ ଚିନ୍ମୟୀଙ୍କ ପୁରୁଷବନ୍ଧୁଙ୍କୁ କିଛି ସମୟ ପଚରାଉଚରା କରିବା ପରେ ପୋଲିସ ଛାଡି ଦେଇଥିଲା । କାରଣ ଚିନ୍ମୟୀଙ୍କୁ ଖୋଜିବା ପାଇଁ ଲାଗି ପଡିଥିଲା ପୋଲିସ । ସକାଳୁ ସକାଳଉ ପୁଣି ଥରେ ସର୍ଚ୍ଚ ଅପରେସନ ଜାରି କରା ଯାଇଥିଲା । 15 ମିନିଟ ଖୋଜାଖୋଜି କରିବା ପରେ ଚିନ୍ମୟୀଙ୍କ ମୃ-ତ-ଦେ-ହ ଉଦ୍ଧାର କରା ଯାଇଥିଲା ଏବଂ ତାଙ୍କ ପରିବାର ଲୋକେ ଚିହ୍ନଟ ମଧ୍ୟ କରିଥିଲେ । ତେବେ ଚିନ୍ମୟୀଙ୍କ ପରିବାର ତରଫରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରା ଯାଇନାହିଁ ।

ଆଇଟି ଛାତ୍ରୀ ସାର୍ଟିଫିକେଟ ନେଇ ତାଙ୍କ ନୂଆ ଜୀବନ ଶୁଭାରମ୍ଭ କରିବା ପୂର୍ବରୁ ହିଁ ଏମିତି କାହିଁକି ନିଷ୍ପତ୍ତି ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।