ଭାରତର ୪ଟି ସବୁଠୁ ଧନୀ କ୍ରିକେଟରଙ୍କ ଲିଷ୍ଟ ହେଲା ଜାରି, ଜାଣନ୍ତୁ କୋହଲି ଓ ଧୋନିଙ୍କ ମଧ୍ୟରୁ କିଏ ମାରିଛି ବାଜି ??

ଭାରତରେ କ୍ରିକେଟର ଲୋକପ୍ରିୟତା କାହାକୁ ଅଛପା ନାହିଁ । କ୍ରିକେଟର ମଇଦାନରେ ୧୧ ଟି ଖେଳାଳି ଖେଳନ୍ତି ହେଲେ ତାଙ୍କ ସହିତ ୧୨୫ କୋଟି ଭାରତୀୟଙ୍କର ଆଶା ବିଶ୍ଵାସ ଯୋଡି ହୋଇଥାଏ । ଭାରତରେ ସମସ୍ତେ କ୍ରିକେଟର ଫ୍ୟାନ ଅଟନ୍ତି । କ୍ରିକେଟ ପ୍ରତି ଦିୱାନା ପଣ ଶବ୍ଦରେ କୁହାଯାଇପାରିବ ନାହିଁ । କେବଳ ଏତିକି ନୁହେଁ ପୁରା ଦୁନିଆରେ ଯଦି କୌଣସି ଦେଶରେ କ୍ରିକେଟର ସବୁଠୁ ଅଧିକ ଫ୍ୟାନ ଅଛନ୍ତି ତେବେ ତାହା ଭାରତ । ଭାରତର ନାମ କ୍ରିକେଟର ଲୋକପ୍ରିୟତା ରେ ସବୁଠୁ ଆଗରେ ଆସିଥାଏ ।

ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି । ଆଜି ଆମେ ଆପଣଙ୍କୁ ଭାରତର ସେହି ଖେଳାଳି ମାନଙ୍କ ବିଷୟରେ କହିବୁ ଯିଏ କି ସବୁଠୁ ଅଧିକ ଧନୀ ଅଟନ୍ତି । ଆଜ୍ଞା ହଁ , ଆସନ୍ତୁ ଜାଣିବା ଭାରତର ସବୁଠୁ ଅଧିକ ଧନୀ ୪ ଟି କ୍ରିକେଟରଙ୍କ ବିଷୟରେ ଯାହା ପାଖରେ ସବୁଠୁ ଅଧିକ ଦୌଲତ ଅଛି ବା ତାଙ୍କଠାରୁ ଧନୀ କ୍ରିକେଟର ଭାରତରେ କେହି ନାହାଁନ୍ତି ।

ସଚିନ ତେନ୍ଦୁଲକର

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର କ୍ରିକେଟ ମଇଦାନରେ ବହୁତ ଅନୋଖା ରେକର୍ଡ ଭାଙ୍ଗିଛନ୍ତି । ଏବେ ସଚିନ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି , କିନ୍ତୁ ତାଙ୍କ ରକ୍ତରେ ପ୍ରତିଟି ବୁନ୍ଦାରେ ଏବେବି କ୍ରିକେଟ ରହିଅଛି । ସଚିନନଙ୍କର ସମ୍ପତ୍ତି ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ୧୦୬୬ କୋଟି ଟଙ୍କାର ସମ୍ପତ୍ତି ଅଛି ଓ ସେ ଭାରତର ସବୁଠୁ ଧନୀ କ୍ରିକେଟରଙ୍କ ତାଲିକାରେ ନମ୍ବର ୧ ରେ ଅଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ

ପୂର୍ବ ଭାରତର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଖରାପ ପ୍ରଦର୍ଶନରେ ଗତି କରୁଛନ୍ତି । ମାନୁଛୁ କି ଧୋନୀ ସମୟ ସମୟରେ ନିଜକୁ ପ୍ରମାଣିତ କରିଥାନ୍ତି ଓ କୁହାଯାଉଛି କି ୨୦୧୯ ର ବିଶ୍ଵ କପ ପରେ ସେ କ୍ରିକେଟରୁ ସନ୍ୟାସ ନେଇ ପାରନ୍ତି । ଏମିତିରେ ତାଙ୍କ ସମ୍ପତ୍ତି ବିଷୟରେ କଥା ହେବା ଯଦି ତେବେ ତାଙ୍କ ପାଖରେ ମୋଟ ସମ୍ପତ୍ତିର ମୂଲ୍ୟ ୫୨୨ କୋଟି ଟଙ୍କା ଓ ଧନୀ କ୍ରିକେଟରଙ୍କ ତାଲିକାରେ ତାଙ୍କ ନାମ ଦ୍ଵିତୀୟରେ ଆସିଥାଏ । ତାଙ୍କର ମୁଖ୍ୟ ଆୟ ବିଜ୍ଞାପନ ଓ ବିସିସିଆଇ ଦ୍ଵାରା ବେତନ ଅଟେ ।

ବିରାଟ କୋହଲି

ଭାରତୀୟ ଟିମର କ୍ୟାପଟେନ କୋହଲିଙ୍କର କ୍ୟାରିଅର ଏବେ ଚରମ ସୀମାରେ ଅଛି । କୋହଲି ଗୋଟାକ ପରେ ଗୋଟେ ରେକର୍ଡ କରୁଛନ୍ତି । ତାଙ୍କର ସମ୍ପତ୍ତି କଥା କୁହାଗଲେ ତାଙ୍କ ପାଖରେ ମୋଟ ସମ୍ପତ୍ତି ୩୯୦ କୋଟି ଟଙ୍କାର ଅଛି । ତାଙ୍କର ଆୟର ସାଧନ ବିସିସିଆଇ ର ବେତନ ଓ ବିଜ୍ଞାପନ ଅଟେ । କୋହଲି ଏହି ମାମଲାରେ ଏବେ ବି ଧୋନିଙ୍କ ପଛରେ ଅଛନ୍ତି ଓ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।

ବିରେନ୍ଦ୍ର ସେହୱାଗ

ନିଜ ଧୂଆଁଧାର ବ୍ୟାଟିଂରେ ବୋଲରମାନଙ୍କର ନିଦ ଉଡାଉଥିବା ସହୱାଗ କ୍ରିକେଟ ଦୁନିଆକୁ ଛାଡି ସାରିଛନ୍ତି ସତ , କିନ୍ତୁ ତାଙ୍କର ଆୟ ବହୁତ ଅଧିକ ଅଟେ । ସେହବାଗଙ୍କ ପାଖରେ ତାଙ୍କର ନିଜର ଏକାଡେମୀ ଅଛି ଓ କିଛି ପ୍ରାଇଭେଟ ବିଜନେସ ମଧ୍ୟ ଅଛି । ଏହା ବ୍ୟତୀତ ବହୁତ ସାରା ବିଜ୍ଞାପନ ବି ଅଛି । କହି ରଖୁଛୁ କି ସହୱାଗଙ୍କର ମୋଟ ସମ୍ପତ୍ତି ୨୨୫ କୋଟି ଟଙ୍କାର ।

ଆପଣ ଯଦି କ୍ରିକେଟର ଦିୱାନା ଅଟନ୍ତି ଏହାକୁ ସେୟାର କରନ୍ତୁ ଓ ଆହୁରି ଏହିଭଳି ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।