“ସବର୍ଣ୍ଣ ଆରକ୍ଷଣ” ତ କେବଳ ଆରମ୍ଭ ମାତ୍ର, ଏବେ ଏହି ୬ଟି ବଡ ଘୋଷଣା କରି ଜନତାଙ୍କୁ ସନ୍ତୁଷ୍ଟ କରାଇବାକୁ ଯାଉଛନ୍ତି ମୋଦି ସରକାର – ଜାଣନ୍ତୁ ଓ ଶେୟାର କରନ୍ତୁ ସମସ୍ତଙ୍କ ସହିତ

୨୦୧୪ ରେ ଯେତେବେଳେ ଲୋକସଭା ନିର୍ବାଚନ ହେଲା ଓ ପୂର୍ଣ୍ଣ ବହୁମତରେ ନରେନ୍ଦ୍ର ମୋଦୀ ବିଜେପି ତରଫରୁ ଜିତିଥିଲେ ସେତେବେଳେ ପ୍ରତ୍ୟେକ ଲୋକ ନରେନ୍ଦ୍ର ମୋଦୀଙ୍କ ଠାରୁ ବହୁତ କିଛି ଆଶା ରଖିଥିଲେ । ଏହି ଆଶାକୁ ମୋଦୀ ସରକାର ଗୋଟିଏ ପରେ ଗୋଟିଏ ପୁରା କରିବା ପାଇଁ ଚେଷ୍ଠା କରିଥିଲେ କିନ୍ତୁ ଜନତା ତାଙ୍କ ଠାରୁ ଆହୁରି ବି ଆଶା ରଖିଛନ୍ତି । ଏହି କଥାକୁ ଧ୍ୟାନରେ ରଖି ମୋଦୀ ସରକାର ସବର୍ଣ୍ଣ ଆରକ୍ଷଣ ବିଲ ସଂସଦରେ ରଖିଥିଲେ ଓ ସେ ପାସ ବି ହୋଇଗଲା ।

ଏହା ୩୧ ଜାନୁଆରୀରୁ ଆରମ୍ଭ ହେଉଥିବା ବଜେଟରେ ଜନତାଙ୍କ ସାମ୍ନାରେ ରଖାଯିବ । ଏହା ମୋଦୀ ସରକାରଙ୍କର ସାଧାରଣ ଜନତାଙ୍କ ପାଇଁ ବିଶେଷ ଉପହାର ହୋଇପାରେ । ଏହି ଉପହାରକୁ ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ସାଧାରଣ ଜନତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ମାଧ୍ୟମ ହୋଇପାରେ । ଏବେ ୬ ଟି ବଡ ଘୋଷଣା କରି ଜନତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଉଛନ୍ତି ମୋଦୀ ସରକାର, ଏହା ବିଷୟରେ ଆପଣଙ୍କୁ ନିଶ୍ଚୟ ଜାଣିବା ଦରକାର ।

ଏବେ୬ଟି ବଡ ଘୋଷଣା କରି ଜନତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଉଛନ୍ତି ମୋଦୀ ସରକାର

୧ । କୃଷକ ଓ ବେରୋଜଗାରଙ୍କୁ ବେତନ

କେନ୍ଦ୍ର ସରକାର କୃଷକମାନକୁ ବହୁତ ଜଲଦି ଦୁଇଟି ଉପହାର ଦେବେ ଯାହାର ଘୋଷଣା ଆସନ୍ତା ସପ୍ତାହରେ ବା ବଜେଟ ପୂର୍ବରୁ ହେବ । ଏଥିରେ ଯେଉଁଠି କୃଷକଙ୍କୁ ମାସକୁ ମାସ ଦରମା ମିଳିବ ସେଇଠି ଚାଷ କରିବା ପାଇଁ ବିନା ସୁଧରେ ଲୋନ ମଧ୍ୟ ମିଳିବ । ଦ୍ଵିତୀୟ ପାଖରେ ବେରୋଜଗାରଙ୍କୁ ବି ପ୍ରତି ମାସରେ ତାଙ୍କ ଖାତାରେ ଏକ ନିଶ୍ଚିତ ରାଶି ଟ୍ରାନ୍ସଫର କରାଯିବ ।

୨ । ପ୍ରତି ମାସରେ ମିଳିବ ଦରମା

ପ୍ରତିଟି ଋତୁରେ ଏକର ପ୍ରତି ଚାରି ହଜାର ଟଙ୍କା କୃଶକଙ୍କୁ ମିଳିବ ଓ ସେହି ଟଙ୍କା ସିଧା କୃଷକଙ୍କ ଖାତାକୁ ଯିବ । ଏହା କୃଷକଙ୍କୁ କିଛି ସର୍ତ୍ତର ସହିତ ଦିଆଯିବ । ଏହି ଟଙ୍କା ସାହାଯ୍ୟରେ କୃଷକ ଚାଷ ସମୟରେ ହେଉଥିବା ଖର୍ଚ୍ଚକୁ ସହଜରେ ପୂରଣ କରି ପାରିବ ।

୩ । କୃଷକ ମାନଙ୍କୁ ମିଳିବ ବିନା ସୁଧରେ ଋଣ

କେନ୍ଦ୍ର ସରକାର କୃଷକଙ୍କୁ ବିନା ସୁଧରେ ଋଣ ଦେବାର ଘୋଷଣା ମଧ୍ୟ କରିବେ ଯାହା ଦ୍ଵାରା କୃଷକଙ୍କ ଉପରେ ଅଧିକ ଆର୍ଥିକ ବୋଝ ରହିବ ନାହିଁ । କୃଷକଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯିବ ।  ବିନା ସୁଧରେ ଋଣ ଦେବାରେ ସରକାରଙ୍କ ଉପରେ ୨.୩୦ ଲକ୍ଷ କୋଟି ଟଙ୍କାର ବୋଝ ପଡିବ କିନ୍ତୁ କୃଷକମାନଙ୍କୁ ଆଗକୁ ବଢିବା ପାଇଁ ଓ ଚାଷୀ ଆତ୍ମହତ୍ୟାକୁ ଅଟକାଇବା ପାଇଁ ସରକାର ଏହି ଘୋଷଣା କରିବାର ଅଛି ।

୪ । ଇନକମ ଟ୍ୟାକ୍ସରୁ ମୁକ୍ତି

ସରକାର ଇନକମ ଟ୍ୟାକ୍ସକୁ ନେଇ ମଧ୍ୟ ଏକ ବଡ ଘୋଷଣା କରି ପାରନ୍ତି ଯେଉଁଥିରେ ଆୟକର ଛାଡର ସୀମା ଅଢେଇ ଲକ୍ଷରୁ ବଢାଇ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରା ଯାଇପାରେ ।

୫ । GSTରେ ହୋଇପାରେ ପରିବର୍ତ୍ତନ

ନିର୍ମାଣଧୀନ ଘର ଉପରେ ଏବେ ଲାଗୁଥିବା ୧୨% GST ରେ ଅଧାରୁ ଅଧିକା ଇନପୁଟ ଟ୍ୟାକ୍ସ କ୍ରେଡିଟ (IDC)ରୂପରେ ବିଲ୍ଡରଙ୍କୁ ଫେରାଇ ଦିଆଯାଏ । ଏମିତିରେ ବାସ୍ତବିକ GST ୫-୬ % ହୋଇଥାଏ, କିନ୍ତୁ ବିଲ୍ଡରମାନେ ଉପଭୋକ୍ତାଙ୍କୁ IDCର ଲାଭ ଦେଇ ନଥାନ୍ତି । ଏହି କଥାକୁ ଧ୍ୟାନରେ ରଖି ଡିପାର୍ଟମେଣ୍ଟ ୮୦% ଇନପୁଟ ପଞ୍ଜୀକୃତ ଡିଲରଙ୍କଠୁ କିଣୁଥିବା ବିଉଲ୍ଡରଙ୍କ ଉପରେ ୫% ଜିଏସଟି ଲଗାଇବାର ବିଚାର କରିପାରେ ।

୬ । ହୋମ ଲୋନ ହେବ ଶସ୍ତା

୧ ଏପ୍ରିଲ ରୁ ସାଧାରଣ ଜନତାଙ୍କୁ ବଡ ଉପହାର ଦିଆଯିବ ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସବୁ ପ୍ରକାରର ଲୋନ ର ସୁଧହାର କୁ ନେଇ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଅନୁସାରେ ହୋମ, ପର୍ଶନାଲ, ଓ ସୂକ୍ଷ୍ମ ବା ଲଘୁ ଉଦ୍ୟୋଗ ପାଇଁ ଲୋନର ସୁଧାହାରକୁ ନେଇ କୌଣସି ବ୍ୟାଙ୍କ ଉପରେ ନିର୍ଭର ରହିବାକୁ ପଡିବନି ।

ଏହି ଆର୍ଟିକିଲ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।