ନିଜ ଜୀବନର ସବୁଠୁ ବଡ ଦୁଃଖ କ୍ୟାମେରା ଆଗରେ ନିଜେ କହିଲେ Anubhav Mohanty, ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ video

ସୁପରଷ୍ଟାର ହେଲେ ବି ତାଙ୍କ ଜୀବନ ଅନେକ ଘଡିସନ୍ଧି ମୂହୁର୍ତ୍ତରେ ପରିପୂର୍ଣ୍ଣ । ଆମେ କହୁଛୁ ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ କଥା । ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ଧରି ବିବାଦରେ ରହିଥିବା ଅନୁଭବ ଅନେକ ସମୟରେ ନିଜ ପ୍ରଶଂସକଙ୍କ ଆଗରେ ନିଜର ମନ ବ୍ୟଥା ପ୍ରକଟ କରିଛନ୍ତି । ଆଉ ଏବେ ସେ ପୁଣି ଥରେ ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି । ଅନୁଭବ ଏହାକୁ ନିଜ ଜୀବନର ସବୁଠୁ ବଡ ଦୁଃଖ ବୋଲି କହିଛନ୍ତି ।

ଅନୁଭବ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି କି, ତାଙ୍କର ବାକ୍ ସ୍ଵାଧୀନତା ନାହିଁ । ତାଙ୍କୁ କହିବାକୁ ବାରଣ କରାଯାଇଛି । ଆଉ ସେକଥା ମନେ ପକାଇଲେ ମୋ ଆଖିରୁ ଲୁହ ଝରି ଆସେ । ତଥାପି ସେ ଖୁସି ଅଛନ୍ତି କାରଣ ଏଭଳି ସମୟରେ ନିଜ ବାପାମା’ଙ୍କ ପାଇଁ ସେ ଦୁଇଟି ପାସପୋର୍ଟ କରି ପାରିଛନ୍ତି ବୋଲି କହିଛନ୍ତି । କାରଣ ବାପାମା’ଙ୍କୁ ତୀର୍ଥ ପାଇଁ ଟିକେ ବାହାରକୁ ନେଇଯିବେ ବୋଲି ତାଙ୍କ ଇଚ୍ଛା ଥିଲା ।

ବାପାମା’ଙ୍କୁ କଷ୍ଟ ଦେଇ କେହି କେବେ ବଡ ମଣିଷ ହୋଇନାହିଁ ଏକଥା ଅନୁଭବ ମହାନ୍ତି ଭଲରେ ବୁଝିଛନ୍ତି ବୋଲି ସମସ୍ତଙ୍କୁ ହୁଏତ ବୁଝେଇବାକୁ ଚାହୁଁଛନ୍ତି । ସେ ଅନେକ ସମୟରେ ତାଙ୍କ ବାପା ଓ ମା’ଙ୍କ ଭିଡିଓ ସବୁ ଶେୟାର କରନ୍ତି । ଆଉ ବାପାମା’ଙ୍କ ପାଇଁ ପାସପୋର୍ଟ ବନେଇ ପାରିଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । ତାଙ୍କ ବାପାମା’ କେବେବି ଉଡାଜାହାଜରେ ଯାତ୍ରା କରି ନାହାନ୍ତି ।

ତେଣୁ ଦିନେ ତାଙ୍କୁ ଉଡାଜାହାଜରେ ଯାତ୍ରା କରେଇବାର ସ୍ଵପ୍ନ ତାଙ୍କ ମନରେ ସର୍ବଦା ଥିଲା । ଏହା ପୂର୍ବରୁ ସେ ସାଂସଦ ଭାବେ ଦିଲ୍ଲୀରେ ଶପଥ ପାଠ କଲା ବେଳେ ତାଙ୍କ ବାପାମା’ ତାଙ୍କ ପାଖରେ ଥିଲେ ସତ ହେଲେ ସେମାନେ ଉଡାଜାହାଜରେ ଏକାଠି ଯାଇ ପରି ନଥିଲେ । ଏବେ ଅନୁଭବଙ୍କ ବାପାଙ୍କ ସ୍ଵାସ୍ଥ୍ୟାବସ୍ଥା ସାମାନ୍ଯ ଭଲ ନାହିଁ । ତାଙ୍କର ଅସ୍ତ୍ରୋପଚାର ଶେଷ ହେବା ପରେ ସେ ସେମାନଙ୍କୁ ନେଇ ଉଡାଜାହାଜରେ ନେଇଯିବେ ବୋଲି ଅପେକ୍ଷା କରିଛନ୍ତି ।

ଅନୁଭବ ଏସବୁ କହିଲା ବେଳେ ତାଙ୍କ ଖୁସି ତାଙ୍କ ମୁହଁରେ ଝଲସି ଉଠିଥିଲା ସତ କିନ୍ତୁ ବାକ୍ ସ୍ଵାଧୀନତା ହରେଇବା କଥାକୁ ନେଇ ତାଙ୍କ ଦୁଃଖ ମଧ୍ୟ ଖୁବ ସ୍ପଷ୍ଟ ବାରି ହୋଇ ପଡୁଥିଲା । ତେବେ ଅନୁବଭଙ୍କ ଏଭଳି ଚିନ୍ତାଧାରା ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।