ସରକାରୀ ଚାକିରି କରିବେ Deepika, ଅପେକ୍ଷାର ଘଟିବ ଅନ୍ତ ଆଉ ତାଙ୍କ ପାଇଁ ଏବେ ସବୁକିଛି ବଦଳିଯିବ, ଦେଖନ୍ତୁ video ଏନେଇ ସେ କଣ କହିଲେ

ବର୍ତ୍ତମାନ ପ୍ରେମିକ ଦିନେଶଙ୍କ ଆଗରେ ଧାରଣା ଦେଉଥିବା ଦୀପିକା ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ନିଜେ ବଞ୍ଚିବା ସହ ପରିବାର ଚଳାଇବା ପାଇଁ ସେ ପାର୍ଟ ଟାଇମ ଚାକିରି ମଧ୍ୟ କରୁଥିଲେ । ଆଉ ଏବେ ସେ ସରକାରୀ ଚାକିରି କରିବା ପାଇଁ ଆଶା ବାନ୍ଧି ବସିଛନ୍ତି । ଯେଉଁ ସରକାରୀ ଚାକିରି ପାଇଁ ସେ ଆବେଦନ କରିଛନ୍ତି , ତା’ ପାଇଁ ଦୀପିକା ଜଗି ବସିଛନ୍ତି । ହୁଏତ ସେହି ସରକାରୀ ଚାକିରିଟି ମିଳିଗଲା ପରେ ସେ ଆହୁରି ଦୃଢ ମନୋବଳା ହୋଇଯିବେ ।

କାରଣ ତାଙ୍କର ଯେଉଁ ସ୍ଥିତି ରହିଛି ଓ ତାଙ୍କ ଜୀବନରେ କଣ ସବୁ ଘଟିଯାଇଛି ତାହା ସାରା ଓଡିଶାବାସୀଙ୍କୁ ଜଣା । ଦୀପିକାଙ୍କ ବାପା ଆଗ୍ରିକଲଚର ଡିପାର୍ଟମେଣ୍ଟରେ କାମ କରୁଥିଲେ, ଆଉ ଚାକିରି ସମୟରେ ହିଁ ସେ ମୃତ୍ୟୁବରଣ କରିଥିଲେ । ବାପାଙ୍କ ଅନ୍ତେ ବଡ ଝିଅ ହୋଇଥିବାରୁ ପରିବାରର ସବୁ ବୋଝ ପଡିଥିଲା ଦୀପିକାଙ୍କ ଉପରେ । ସେ ଚିନ୍ତିତ ରହିବା ସହ ବାପାଙ୍କ ଚାକିରି ପାଇଁ ରିହାବିଲେସନ ସ୍କିମରେ ଆବେଦନ ମଧ୍ୟ କରିଥିଲେ ।

ଏଭଳି ସ୍ଥିତିରେ ବାପାଙ୍କ ଚାକିରି ଯଦି ଦୀପିକାଙ୍କୁ ମିଳିଯିବ ସେ ଆର୍ଥିକ ଦୃଷ୍ଟିରୁ ଦୃଢ ହୋଇଯିବେ । ବାପା ଯିବା ପରେ ପରିବାରର ଦାୟିତ୍ଵ ତାଙ୍କ ଉପରେ ଥିବାରୁ ପରିବାରର ଦେଖାଶୁଣା କରିବା ସହ କାହାର ଦେହ ଅସୁସ୍ଥ ହେଲେ ସେ ଚିନ୍ତାରେ ପଡି ଯାଉଥିଲେ । ସେହି ସମୟରେ ଦିନେଶ ଜୀବନରେ ଏଣ୍ଟ୍ରି ମାରିଥିଲା । ଦିନେଶ ପ୍ରେମ ନିବେଦନ କରିବା ସହ ବହୁ ପ୍ରତିଶ୍ରୁତି ଦେଇଥିଲା ।

ଦୀପିକାଙ୍କୁ କହିଥିଲା ଚିନ୍ତା କରନି, ବାପା ଚାଲିଗଲେ କଣ ହେଲା ମୁଁ ଅଛି ତୁମ କଥା ବୁଝିବାକୁ । ତୁମ ଆଖିରେ କେବେବି ଲୁହ ଦେବିନି । କିନ୍ତୁ ଆଜି ଦିନ କଣ ହୋଇଛି ସାରା ରାଜ୍ୟ ଜାଣିଛି । ଦିନେଶ ଆଜି ଧରା ଛୁଆଁ ଦେଉନାହାନ୍ତି । ତାଙ୍କର ପୁଅଟିଏ ବି ଜନ୍ମ ହୋଇଛି । ଦିନେଶ ଏବେ ଦୀପିକାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁନି କି ତାଙ୍କ ପୁଅକୁ ବାପାର ପରିଚୟ ଦେଉନି । ଦିନେଶ କୁଆଡେ ଲୁଚିଠିବା ବେଳେ ତାଙ୍କ ପିଣ୍ଡାରେ ବସି କାନ୍ଦୁଛି ଦୀପିକା ।

ବାପାଙ୍କ ମୃତ୍ୟୁ ପରେ ଯେଉଁ ଅର୍ଥ ମିଳିଥିଲା ସେଥିରେ ଦୀପିକା ଗୋଟିଏ ଦୋକାନ ଖୋଲିବା ସହ ପରିବାର ଚଲାଉଥିଲେ । କିନ୍ତୁ ଦିନେଶଙ୍କ ପ୍ରେମରେ ପଡି ତାଙ୍କ ବାଟ ବଦଳିଗଲା । ଯଦି ବାପାଙ୍କ ସେହି ଚାକିରିଟି ଦୀପିକାଙ୍କୁ ମିଳିଯାଏ ତେବେ ତାଙ୍କର ଅନେକ କଷ୍ଟ ସମଧାନ ହୋଇଯିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସାହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।