TV ଇଣ୍ଡଷ୍ଟ୍ରିରେ ଏକା ସହିତ କାମ କରୁ କରୁ ଏହି 5 ଟି ଯୋଡି ରିଅଲ ଲାଇଫ ରେ କରି ବସିଲେ ପ୍ରେମ, 1 ଓ 3 ନମ୍ବର ଯୋଡି କରିନେଲେ ବିବାହ

ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ବଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି । ଏହି କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଏହା ବ୍ଯତୀତ ଏହି କଳାକାର ମାନେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତରେ ଅଭିନୟ କରୁଥିବା ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରେମ କରି ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ୧- “ଦୀପିକା କକ୍କର ଓ ଶୋହିବ ଇବ୍ରାହିମ”: ୨୦୧୧ରେ ଅଭିନେତା ଶୋହିବ ଓ ଅଭିନେତ୍ରୀ ଦୀପିକା “ସସୁରାଲ ସୀମର କା” ସିରିଏଲରେ ପ୍ରେମ ଓ ସୀମର ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

କାମ କରିବା ସମୟରେ ପରସ୍ପରକୁ ପ୍ରେମ କରିଥିଲେ । ଅନେକ ଦିନ ଧରି ଦୁହେଁ ଡେଟ ମଧ୍ୟ କରୁଥିଲେ । ଏହା ପରେ ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୨- “ନୀଲ ଭଟ୍ଟ ଓ ଐଶ୍ଵରୀୟା ଶର୍ମା” : ୨୦୨୦ରେ ପ୍ରସାରିତ ହେଇଥିବା “ଗୁମ ହେ କିସି କେ ପ୍ୟାର ମେ” ସିରିଏଲରେ ଅଭିନୟ କରି ଅଭିନେତା ନୀଲ ଭଟ୍ଟ ଓ ଅଭିନେତ୍ରୀ ଐଶ୍ଵରୀୟା ଶର୍ମା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି ଓ ବହୁତ ଜଲ୍ଦ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୩- “ହିୱା ନୱାବ ଓ ପର୍ଲ ଇନ ପୁରୀ” : “ନାଗିନ-୩”ରେ ମାହିର ଚରିତ୍ରରେ ଅଭିନୟ କରି ଅଭିନେତା ପର୍ଲ ଇନ ପୁରୀ ଟିଭି ଜଗତରେ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି । ୨୦୧୬ରେ “ମେରି ଶାଶୁ ମା” ସିରିଏଲରେ ଅଭିନେତା ପର୍ଲ ଓ ଅଭିନେତ୍ରୀ ହିୱା ନୱାବ ସତେନ୍ଦ୍ର ଓ ପରି ଚରିତ୍ରରେ ଅଭିନୟ କରିବା ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରୁଛନ୍ତି । ଦୁହେଁ ବହୁତ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ।

୪-“ରବିଶ ଦିସାଇ ଓ ମୁଗ୍ଧା ଚଫେକର” : ୨୦୧୪ରେ “ସତରଙ୍ଗୀ ସସୁରାଲ” ସିରିଏଲରେ ଅଭିନେତା ରବିଶ ଦିସାଇ ଓ ଅଭିନେତ୍ରୀ ମୁଗ୍ଧା ଚଫେକର ବିହାନ ଓ ଆରୁଷି ଚରିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ । ଦୁହେଁ କାମ କରିବା ସମୟରେ ପରସ୍ପରକୁ ପ୍ରେମ କରି ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୫- “ଶିଭାଙ୍ଗି ଜୋଶୀ ଓ ମୋହସିନ ଖାନ” : “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନେତା ମୋହସିନ ଖାନ ଓ ଅଭିନେତ୍ରୀ ଶିଭାଙ୍ଗି ଜୋଶୀ ନାଏରା ଓ କାର୍ତ୍ତିକ ଚରିତ୍ରରେ ଅଭିନୟ କରି ଖୁବ ଚର୍ଚ୍ଚାରେ ଅଛନ୍ତି । ଦୁହେଁ କାମ କରିବା ସମୟରେ ପରସ୍ପରକୁ ଡେଟ କରୁଛନ୍ତି । ଦୁହିଙ୍କ ଯୋଡି ପାଇଁ ଏହି ସିରିଏଲଟି ନମ୍ବର ୱାନ ସିରିଏଲ ହୋଇ ପାରିଛି । ବହୁତ ଜଲ୍ଦି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାର ସମ୍ଭାବନା ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।