ଥଣ୍ଡା, କାଶ, ଜ୍ଵର, ନାକ ଓ ଛାତିରେ ଜମା ହେଉଥିବା କଫ ଗୋଟିଏ ଥରରେ ହିଁ ବାହାର କରିଦେବ ଏହି ଘରୋଇ ଉପାୟ- Health Tips

ଶରୀର ଅଛି ମାନେ ଏହାକୁ ଧ୍ୟାନ ରଖିବା ନିହାତି ଦରକାର । ଶରୀର ଏକ ମାତ୍ର ହିଁ ବସ୍ତୁ ଯିଏ କି ଯାହା ପାଇଁ ଆମେ ନିଜର ଆଖ ପାଖ ରେ ଥିବା ସବୁ ପ୍ରକାର ଜିନିଷ କିମ୍ବା ଜୀବ କିମ୍ବା ଅନ୍ୟ ପ୍ରକୃତିକ ବସ୍ତୁକୁ ଉପଭୋଗ କରି ପାରୁ ।

ଯଦି ଶରୀର ଅସୁସ୍ଥ ରହେ ତେବେ ଏହା ଆମ ପାଇଁ କଷ୍ଟ ଦାୟକ ହୁଏ । ତେବେ ଆସନ୍ତୁ ଜାଣିବା କଣ କଣ କରିବା ଦ୍ଵାରା ଆମର ଶରୀର ଥଣ୍ଡା କାଶ ଓ ଜ୍ଵର ଭଳି ରୋଗ ଠାରୁ ଦୂରେଇ ରହିବ । ତେବେ ଆସନ୍ତୁ ଜାଣିବା କଣ କଣ ଖାଇବା ଦ୍ଵାରା ଆମେ ଏହାକୁ କମ କରି ପାରିବା କିମ୍ବା ଏହା ଯଦି ଅଧିକ ମାତ୍ରାରେ ହୋଇ ଥାଏ କିଭଳି ନିୟନ୍ତ୍ରଣ କରିବା । ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଛୁ । ଏକ ଗିନା ରେ କିଛି ଶୁଖିଲା ଅଦା କିମ୍ବା ଅଦାକୁ ସୁଖେଇକି ଗୁଣ୍ଡା କରି ନିଅନ୍ତୁ ।

ଏଥିରେ କିଛି ହଳଦୀ ମିଶାଇ ଏହାକୁ ଭଲ ଭାବେ ମିଶାନ୍ତୁ ଏହା ପରେ ଏଥିରେ ଏକ ଚାମଚ ଗୋଲ ମୋରିଚ ନିଅନ୍ତୁ । ମାନେ ରଖନ୍ତୁ ହଳଦୀ ଅଧା ଚାମଚ ନେବେ । ଏବେ ଏଥିରେ କିଛି ମାନେ ଏକ ଚାମଚ ମହୁ କିମ୍ବା ଗୁଡ ମିଶାଇ ଏହାକୁ ଭଲକି ଗୋଳେଇ ନିଅନ୍ତୁ । ଏଥିରେ ଥିବା ଅଦା ଆପଣଙ୍କର ଶରୀରର ତାପମାତ୍ରା କୁ ନିୟନ୍ତ୍ରଣ କରିବ ।

ଏଥିରେ ଥିବା ହଲଦିରେ ଆଣ୍ଟିବ୍ଯାକ୍ଟେରିଆ ଗୁଣ ଥିବାରୁ ଏହା ଶରୀରରେ ଥିବା କ୍ଷତି କାରକ ବ୍ୟାକ୍ଟେରିଆ ଙ୍କୁ ମାରି ଥାଏ । ଏଥିରେ ଗୋଲମୋରିଚ ଥିବାରୁ ଏହା ଆପଣଙ୍କର କଫ କାଟି ଥାଏ । ଏହା ସହ ମହୁ ମିଶାଇ ବା ଦ୍ଵାରା ଏହା ଆମ ଶରୀରରେ ଥିବା ଥଣ୍ଡା କୁ କାଟି ଥାଏ । ଯଦି ଆପଣଙ୍କୁ କାସ ବାର ବାର ହେଉଛି ତେବେ ମନେ ରଖନ୍ତୁ କି ଆପଣ କମ ରେ କମ ୨ ରୁ ୩ ଥର ଗାରଗିଲିଙ୍ଗ କରନ୍ତୁ । ଆପଣ ଯଦି ଚାହିଁବେ ତାହେଲେ ଚା ମଧ୍ୟ ପି ପାରିବେ ମାତ୍ର ନାଲି ଚା ସହ ଅଦା ପକେଇକି ।

ଏଭଳି କରିବା ଦ୍ଵାରା କଫ ଖୁବ ଜଲ୍ଦି ବାହାରକୁ ଆସି ଯାଏ । ଏବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରକୁ କିଭଳି ଭାବେ ସେବନ କରିବା । ଏହାକୁ ଆମେ ସକାଳୁ କିଛି ଖାଇବା ଆଗରୁ ଖାଇ ପାରିବା ମାତ୍ର ମନେ ରଖିବେ କି ଆପଣ ଏହାକୁ ସେବନ କରିବା ପରେ ୨ ଘଣ୍ଟା ଯାଏ କିଛି ବି ଖାଇବେ ନି । ଯଦି ବଡ ଲୋକଙ୍କୁ ଦେଉ ଛନ୍ତି ତେବେ ଏକ ଚାମଚ ଦେବେ ନ ହେଲେ ଛୋଟ ପିଲାଙ୍କୁ ଦେଲେ ଆପଣ ଏହାର ଅଧା ରୁ ଅଧା ଦେବେ ।

ଏବେ ଆସନ୍ତୁ କିଭଳି ଗାରଗିଲିଙ୍ଗ କରିବେ ସେ ବିଷୟରେ ଜାଣିବା । ଅଧା ଲିଟର ପାଣିରେ ଆପଣ କିଛି ସେନ୍ଧା ଲୁଣ  ମିଶାଇ ଏହାକୁ କିଛି ସମୟ ପାଇଁ ଫୁଟାନ୍ତୁ ଓ ଏହା ପରେ  ଆପଣ ଏହାକୁ ନେଇ ଉଷୁମ ଥିବା ଅବସ୍ଥାରେ କୁଳି କରନ୍ତୁ । ଏହା ଦ୍ଵାରା ଆପଣ କିଛି ଭଲ ଅନୁଭବ କରିବେ । ତେବେ ଆପଣ ଏହାକୁ ନିୟମିତ ଭାବେ କରିବେ ଓ ଏହା ସହ ଦିଆନରେ ଯେତେବେଳେ ବି ପାଣି ପିଉଛନ୍ତି ଉଷୁମ ପାଣି ପିବେ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।