“ମୁଁ ବଡ ଅଫିସର ହେବି ସେତେବେଳେ ଦୁନିଆ ଦେଖିବ କେଉଁ ସରକାରୀ ଚାକିରି କରିବି” ପୁଣି ସାମ୍ନାକୁ ଆସିଲେ Tapaswini, କଣ କହିଲେ ଦେଖନ୍ତୁ video

ବହୁଦିନ ଅନ୍ତରାଳରେ ଏବେ ବ୍ରହ୍ମପୁରର ବହୁଚର୍ଚ୍ଚିତ ବୋହୂ ତପସ୍ଵିନୀଙ୍କ ଦେଖା ମିଳିଛି । ଆଉ ତପସ୍ଵିନୀ ସିଧା ସିଧା କହିଛନ୍ତି ଯେ, ସେ ଆଗକୁ ଜଣେ ବଡ ଏବଂ ଭଲ ଅଫିସର ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ କହିଛନ୍ତି, ଅଫିସର ହେବେ ଆଉ ଲୋକଙ୍କର ସେବା କରିବେ । ସେ ଅଫିସର ହୋଇ ଯେଉଁ ଡିପାର୍ଟମେଣ୍ଟରେ କାମ କରିବେ ସାରା ଦୁନିଆ ତାହା ଦେଖିବ । ହଁ ଆଜ୍ଞା, ତପସ୍ଵିନୀ ବହୁଦିନ ପରେ ସାମ୍ନାକୁ ଆସିଛନ୍ତି ଆଉ ସିଧାସଳଖ କହିଛନ୍ତି ଯେ, ଆଗକୁ ସେ ଜଣେ ଭଲ ଅଫିସର ହେବାକୁ ଯାଉଛନ୍ତି ।

ଯେଉଁଥି ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି । ସେ ବର୍ତ୍ତମାନ କଠିନ ପରିଶ୍ରମ କରିବା ସହ ମନ ଧ୍ୟାନ ଦେଇ ପଥ ପଢୁଛନ୍ତି । ସେ ବଡ ଅଫିସର ହେବା ପରେ ଦୁନିଆ ଜାଣିବ କି ଦିନେ ସ୍ଵାମୀ ଘରଆଗରେ ଧାରଣା ଦେଇଥିବା ତପସ୍ଵିନୀ ଆଜି ଅଫିସର ବନିଯାଇଛି । ବ୍ରହ୍ମପୁରର ଏହି ତପସ୍ଵିନୀ ଓ ସୁମିତଙ୍କ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବହୁ ସମୟ ତପସ୍ଵିନୀ ତାଙ୍କ ସ୍ଵାମୀ ସୁମିତଙ୍କ ଘର ଡୁଆରେ ଧାରଣାରେ ବସିଥିଲେ ।

ତାଙ୍କର ଗୋଟିଏ ଜିଦ୍ ଥିଲା ଯେ, ସୁମିତ ତାଙ୍କୁ ଗ୍ରହଣ କରିବେ କାରଣ ସେ ତାଙ୍କର ସ୍ତ୍ରୀ । ସେମାନେ କୋର୍ଟରେ ମ୍ୟାରେଜ କରିଥିବା ସହ ତପସ୍ଵିନୀ କିଛି ମାସ ତାଙ୍କ ଘରେ ମଧ୍ୟ ରହିଥିଲେ । ତେଣୁ ଏଭଳି ଜିଦ୍ ଧରିଥିଲେ ତପସ୍ଵିନୀ । ସେପଟେ ସୁମିତ ବି ତପସ୍ଵିନୀଙ୍କ ଠାରୁ ଅଲଗା ହେବାର ଜିଦ୍ ରେ ଅଟଳ ଥିଲେ ।

ମାନ୍ୟବର କୋର୍ଟ ଉଭୟଙ୍କ ମାମଲା ବିଚାର କରି ତପସ୍ଵିନୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ କହିଥିଲେ । ଏହାସହ ଘରଭଡା ଯୋଗେଇ ଦେବା ପାଇଁ କହିଥିଲେ । କିନ୍ତୁ ସୁମିତ ଏଥିରେ ବିଳମ୍ବ କରିବାରୁ ଶେଷରେ ସୁମିତଙ୍କ ଘରେ ରହିଥିଲେ ତପସ୍ଵିନୀ । ତେବେ ଠାରୁ ସୁମିତ ପ୍ରତ୍ଯେକ ମାସରେ ତପସ୍ଵିନୀଙ୍କୁ ଟଙ୍କା ଦେଇ ଆସୁଛନ୍ତି ।

ଏହାପରେ ସୁମିତ ଓ ତପସ୍ଵିନୀଙ୍କ ଘଟଣା ଧୀରେ ଧୀରେ ଥମି ଯାଇଥିଲା । କିନ୍ତୁ ତପସ୍ଵିନୀ ଏବେ ସାମ୍ନାକୁ ଆସି ସେ ଜଣେ ବଡ ସରକାରୀ ଅଫିସର ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ ତପସ୍ଵିନୀ କେଉଁ ଚାକିରି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।