ଦୀର୍ଘ ସମୟ ପରେ ଫ୍ୟାମିଲି କୋର୍ଟ ବାହାରେ କୁନି କୁନି School ପିଲାଙ୍କୁ ଅଟୋଗ୍ରାଫ ଦେଲେ Varsha-Anubhav, ଦେଖନ୍ତୁ video

ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଥମିବାର ନାଁ ନେଉନି। ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବର୍ଷା ଓ ଅନୁଭବଙ୍କ ମାମଲା କୋର୍ଟରେ ବିଚାରଧୀନ ରହିଛି । ଗତକାଲି ଉଭୟ ବର୍ଷା ଓ ଅନୁଭବ ତାଙ୍କ ଓକିଲଙ୍କ ସହ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । ସେଠାରେ ଜଜ୍ ଉଭୟଙ୍କୁ ତାଙ୍କ ଚାମ୍ବରକୁ ଡାକି କଥା ହୋଇଥିଲେ । ତେବେ ଜଜ୍ କଣ ରାୟ ଶୁଣାଇଲେ ଏହା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ ।

କୋର୍ଟ ଅନୁମତି ଦେଲେ ଗଣମାଧ୍ୟମରେ ଏନେଇ ପ୍ରକାଶ କରାଯିବ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ । ତେବେ ଉଭୟ ସେମାନକ ଶୁଣାଣି ଶେଷ ହେବା ପରେ କୋର୍ଟରୁ ବାହାରିଥିଲେ । ଯାହାପରେ ହାଇକୋର୍ଟ ବାହାରେ ସେମାନଙ୍କ ପ୍ରଶଂସକମାନେ ଭିଡ ଜମାଇଥିଲେ ଓ ଅଟୋଗ୍ରାଫ ମାଗିଥିଲେ । ଖାସ କରି ସ୍କୁଲ ଛାତ୍ର ଛାତ୍ରୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ତେବେ ବର୍ଷା ଓ ଅନୁଭବ ଉଭୟ ସେମାନଙ୍କ କୁନି କୁନି ଫ୍ୟାନ ମାନଙ୍କୁ ଅଟୋଗ୍ରାଫ ଦେଇଥିଲେ ।

ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ବହୁଳ ମାତ୍ରାରେ ଦେଖିବା ସହ ଶେୟାର ମଧ୍ୟ କରୁଛନ୍ତି । ଦୀର୍ଘ ସମୟ ପରେ ବର୍ଷା ଓ ଅନୁଭବ ଉଭୟ ଏକାଠି କୋର୍ଟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ପତି ପତ୍ନୀ ହେବା ପୂର୍ବରୁ ଦର୍ଶକ ସିନେ ପରଦାରେ ଉଭୟଙ୍କ ପ୍ରେମ କାହାଣୀ ଦେଖୁଥିଲେ ଓ ବର୍ଷା-ଅନୁଭବଙ୍କ ଯୋଡିକୁ ସମସ୍ତେ ବେଶ ପସନ୍ଦ ମଧ୍ୟ କରନ୍ତି ।

ସେଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ତାଙ୍କ ଫ୍ୟାନ୍ସଙ୍କୁ ମର୍ମାହତ ମଧ୍ୟ କରିଥିଲା । ଅନୁଭବ ପ୍ରଥମେ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିବା ପରେ ବର୍ଷା କିନ୍ତୁ ଅନୁଭବଙ୍କ ଅନ୍ୟ ଜଣେ ବାନ୍ଧବୀଙ୍କୁ ତାଙ୍କ ସମ୍ପର୍କ ବିଗିଡିବାର କାରଣ ଦର୍ଶାଇଥିଲେ । ଯାହାଫଳରେ ସେ ଛାଡପତ୍ର ଦେବାକୁ ଚାହୁଁ ନଥିବା ଜଣା ପଡିଥିଲା । ଏବେ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଅନୁଭବଙ୍କୁ ଛାଡପତ୍ର ଦେବକାଉ ପ୍ରସ୍ତୁତ ନାହାନ୍ତି ।

ଉଭୟଙ୍କ ମାମଲା କୋର୍ଟରେ ଚାଲିଥିବା ବେଳେ ଉଭୟ ପିଟିସନ ଉପରେ ପିଟିସନ ମଧ୍ୟ ଦେଇ ଚାଲିଛନ୍ତି । ତେବେ ଗତକାଲି କୋର୍ଟରେ ଜଜ୍ କଣ ରାୟ ଦେଲେ ତାହା ଜଣାପଡିବା ପରେ ଆଗକୁ ଏହି ମାମଲା କିଭଳି ରହିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।