ମାଳିସାହି ଦେହଜୀବୀଙ୍କୁ ସରକାର ଦେଲେ ID କାର୍ଡ, ଏଥର ବିନା କୌଣସି କଟକଣାରେ କରିବେ ନିଜସ୍ଵ ବୃତ୍ତି, ଦେଖନ୍ତୁ ଏନେଇ କଣ କହିଲେ ଜଣେ ମହିଳା ଦେହଜୀବୀ

ପ୍ରତ୍ଯେକ ବ୍ୟକ୍ତିଙ୍କ ତାଙ୍କ ଜୀବନରେ ବିଭିନ୍ନ ପ୍ରକାର ସଂଘର୍ଷ ଦେଇ ଗତି କରନ୍ତି । ଆଉ ସେହି ସଂଘର୍ଷର ସାମ୍ନା କରିବାକୁ ମଣିଷ ବିଭିନ୍ନ ପନ୍ଥା ବା ବୃତ୍ତି ଅବଲମ୍ବନ କରିଥାଏ । ତେବେ ଏଭଳି କିଛି ବୃତ୍ତି ରହିଛି ଯାହାକୁ ଆମ ସମାଜରେ ଘୃଣ୍ୟ କାର୍ଯ୍ୟ ରୂପେ ମାନ୍ୟ କରାଯାଏ । ସେଥିମଧ୍ୟରୁ ଅନ୍ଯତମ ହେଉଛି ବେଶୟଆ ବୃତ୍ତି । ଦେହବେପାର କରି ସେମାନେ ନିଜ ଗୁଜୁରାଣ ମେଣ୍ଟାନ୍ତି ଓ ପ୍ରାୟତଃ ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ କଷ୍ଟ ଦେଇ ଗତିକରି ସେମାନେ ଏହି ବୃତ୍ତି ଆପଣେଇ ନେଇଥାନ୍ତି ।

ଭୁବନେଶ୍ବରରେ ଥିବା ମାଳିସାହିରେ ଏଭଳି ଅନେକ ଦେହଜୀବୀମାନେ ରହିଛନ୍ତି ଓ ଦେହବେପାର ପାଇଁ ଏହା ବେଶ ଜଣାଶୁଣା ନାଁ । ତେବେ ବର୍ତ୍ତମାନ ସରକାର ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ସେମାନଙ୍କୁ ସମାଜରେ ସବୁ ପ୍ରକାର ସୁବିଧା ଯୋଗାଇଦେବା ସହ ପରିଚୟ ପ୍ରଦାନ କରିବାକୁ ମଧ୍ୟ ଚେଷ୍ଟା କରାଯାଉଛି । ସେଥିପାଇଁ ଆଶ୍ରୟ ନାମ ଏକ ସମାଜସେବୀ ସଂସ୍ଥା ପକ୍ଷରୁ ଦେହଜୀବୀ ମାନଙ୍କୁ ଆଇଡି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।

ସେମାନେ ଯଦି କୌଣସି ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ସେମାନେ ଏହି କାର୍ଡର ବ୍ୟବହାର କରିପାରିବେ । ଅନେକ ସମୟରେ ଏହିପରି ସ୍ଥାନ ମାନଙ୍କରେ ପୋଲିସ ଚଢଉ କରି ସେମାନଙ୍କୁ ଗିରଫ କରିଥାନ୍ତି, କୋର୍ଟ ଫରୱାର୍ଡ କରନ୍ତି ଓ ଅନେକ ପ୍ରକାର ନିର୍ଯ୍ୟାତନା ମଧ୍ୟ ଦିଅନ୍ତି । ସେଥିପାଇଁ ସେମାନଙ୍କୁ ଦେହବେପାର ପାଇଁ ଅନୁମତି ଏବଂ ପରିଚୟ ଦେବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି ।

ଚେନ୍ନାଇ ହାଇକୋର୍ଟ ପୂର୍ବରୁ ଏକ ରାୟ ଦେଇଥିଲେ କି, ଯେଉଁ ସ୍ଥାନରେ ଦେହଜୀବୀ ରହୁଛନ୍ତି ସେହି ସ୍ଥାନରେ ପୋଲିସ ଚଢଉ କରିପାରିବ ନାହିଁ ଏବଂ କୌଣସି ବୟସ୍କ ଝିଅ ଏହି ବୃତ୍ତି ଆପଣେଇଲେ ତାଙ୍କୁ କେହିବି ଏଥିରୁ ନିବୃତ୍ତ କରିପାରିବେ ନାହିଁ । ଏନେଇଏ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି କି ଏହିସବୁ ସ୍ଥାନ ମାନଙ୍କରେ ଚଢଉ କରିପାରିବ ନାହିଁ ।

କାରଣ ଏଇଟା ସେମାନଙ୍କ ବୃତ୍ତି । ତେଣୁ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ହାଇକୋର୍ଟ ଲୟରଙ୍କ ଉପସ୍ଥିତିରେ ଆଶ୍ରୟ ସଂସ୍ଥା ଦ୍ଵାରା ଦେହଜୀବୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।