“ମୋ ଇଚ୍ଛା ହେଲା ମୁଁ ମାରିଦେଲି ହଁ ମୁଁ…” ପୋଲିସ ହାତରେ ଧରା ପଡିବା ପରେ ଏହି ଲେଡି ଡନ୍ ଯାହା କହିଲେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ, ଦେଖନ୍ତୁ video

ମୋ ଇଚ୍ଛା ହେଲା ମୁଁ ମାରିଦେଲି, ଚନ୍ଦୁକୁ ମାରିଦେଲି, ହଁ ମୁଁ ଲେଡି ଡନ୍ । ମୋ ଇଚ୍ଛା ଯେତେବେଳେ ଯାହା ହେବ ତାହା କରିବ । ଭଲକରି ଏହି ଲେଡି ଡନ୍ ଙ୍କ ଆବଭାବ ଓ ଚାଲିଚଳନକୁ ଦେଖି ନିଅନ୍ତୁ । ସେ ନିଜେ ସ୍ଵୀକାର କରୁଛନ୍ତି ଯେ ସେ ମଣିଷ ମାରିଛନ୍ତି । ତଥାପି ତାଙ୍କ ମନରେ ଟିକେ ବି ଭୟ ନାହିଁ । ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭୁଯୁକ୍ତ ତଥା ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ।

ଏହି ଦୁଇଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି ସାରିଛି । ହତ୍ୟାକାଣ୍ଡ ଭିଆଇବା ପରେ ରଞ୍ଜୁ ଓ ତା’ ସହଯୋଗୀ କାହ୍ନା ଯାଇ ବାହାର ଜିଲ୍ଲାରେ ଲୁଚିଥିଲେ । ଚନ୍ଦୁକୁ ହତ୍ୟା କରିବା ପରେ ଉଭୟ ମିଶି ବାହାର ଜିଲ୍ଲାକୁ ଫେରାର ହୋଇ ଯାଇଥିଲେ । ଏହାର ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଉଭୟଙ୍କୁ ଯାଇ ଗିରଫ କରିଥିଲା । ତେବେ ପୁରା ଘଟଣାଟି ହେଉଛି ଗତ ୯ ତାରିଖ ରାତିରେ ଚନ୍ଦୁ ଓ ତା’ର ସହଯୋଗୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ରଞ୍ଜୁ ଏବଂ ତାଙ୍କ ସହଯୋଗୀ କାହ୍ନା ।

ଫଳରେ ଚନ୍ଦୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଏବେବି ଚିକିତ୍ସାଧୀନ ଅଛନ୍ତି । ଆଉ ଏହି ଘଟଣା ଘଟାଇବା ପରେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା କୁଆଡେ ଫେରାର ହୋଇ ଯାଇଥିଲେ । କମିଶନରେଟ ପୋଲିସର ଘଟଣାର ତଦନ୍ତ ଜାରି ରଖିଥିଲା ।

ହେଲେ ରଞ୍ଜୁ ଓ କାହ୍ନାର କୌଣସି ପତ୍ତା ମିଳିପାରି ନଥିଲା । ବହୁ ଖୋଳତାଡ କରିବା ପରେ ଶେଷରେ ରଞ୍ଜୁ ଓ କାହ୍ନା ଲୁଚିଠିବା ସ୍ଥାନର ସୁରାକ ପୋଲିସ ହାତରେ ଲାଗିଥିଲା । ଏହାପରେ ଯୋଜନା କରି ପୋଲିସ ଯାଇ ରଞ୍ଜୁ ଓ କାହ୍ନାକୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କୁ ଗିରଫ କରି କ୍ୟାପିଟାଲ ଥାନାକୁ ଆଣିଛି ପୋଲିସ ।

ଆଉ ରଞ୍ଜୁକୁ ଏନେଇ ପଚରା ଯିବାରୁ ସେ କହୁଛି ମୋ ଇଚ୍ଛା ହେଲା ତେଣୁ ଚନ୍ଦୁକୁ ମାରିଦେଲି । ଏଭଳି ନିର୍ଭୀକ ଲେଡି ଡନ୍ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।