ସରକାରଙ୍କ ଘୋଷଣା, ଭ୍ୟାକ୍ସିନ ନାହିଁ ତ ମେ ମାସର ଦରମା ନାହିଁ, ବଡ ସମସ୍ୟାରେ ଏବେ କର୍ମଚାରୀ

ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ ଭୟଙ୍କର ରୁପ ଦେଖାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜ ପ୍ରାଣ ହରାଇ ସାରିଛନ୍ତି ।

ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ବହୁତ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟୀକା ଓ ଲକଡାଉନ ଆଦି ପ୍ରଚଳନ କରିଛନ୍ତି । ଟୀକା ବ୍ୟକ୍ତିଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ କରୋନା ମହାମାରୀ ସହ ଲଢିଥାଏ ।

ମଧ୍ୟ ପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି । ମହାମାରୀର ମୁକାବାଲା କରିବା ପାଇଁ ଟୀକାକୁ ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ଏହି ସମୟରେ ମଧ୍ୟ ପ୍ରଦେଶ ଦତିଆ ଜିଲ୍ଲା କଲେକ୍ଟର ସଞ୍ଜୟ କୁମାର ଏକ ବଡ ଆଦେଶ ଦେଇଛନ୍ତି । ତାଙ୍କ ଆଦେଶ ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜିଲ୍ଲାପାଳଙ୍କର ଏହି ଆଦେଶ କର୍ମଚାରୀ ମାନଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛି । ଜିଲ୍ଲାପାଳ ଆଦେଶ ଦେଇଛନ୍ତି ଯେ-‘ଯେଉଁ କର୍ମଚାରୀ ଭ୍ୟାକ୍ସିନ ନେବେ ନାହିଁ ସେମାନଙ୍କର ମେ ମାସର ଦରମା ବନ୍ଦ । ଏଥିପାଇଁ କର୍ମଚାରୀ ମେ ୨୪ ସୁଦ୍ଧା ଟିକା ଲଗାଇବାକୁ ବାଧ୍ୟ । ମେ ୨୫ରେ ଏହାର ସାର୍ଟିଫିକେଟ୍ ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ପଡିବ’ ।

ଯେଉଁ କର୍ମଚାରୀ ମାନଙ୍କ ବୟସ ୧୮ ରୁ ୪୫ ବର୍ଷ ସେମାନଙ୍କ ପାଇଁ ଏକ ବଡ ସଙ୍କଟ ଆସିଯାଇଛି । କାରଣ ଏହି ବର୍ଷର ଲୋକ ମାନଙ୍କ ପାଇଁ ସ୍ଲଟ ମିଳୁ ନାହିଁ । ତା ହେଲେ ସେ କେମିତି ଏତେ ଶୀଘ୍ର ଟୀକା ନେବେ । ଏହି ଆଦେଶ ପାଇଁ କର୍ମଚାରୀ ମାନେ ଚିନ୍ତିତ ଅଛନ୍ତି । ଅନ୍ୟ ପକ୍ଷରେ ଯେଉଁ ମାନେ କରୋନା ମହାମାରୀର ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି ସେମାନଙ୍କୁ ସରକାର ୧ ମାସ ପରେ ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଅନ୍ୟ ପକ୍ଷରେ ଗର୍ଭବତୀ ମହିଳା ମାନଙ୍କୁ ଟୀକା ନନେବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାପାଳଙ୍କର ଏହି ଆଦେଶ ପାଇଁ ପ୍ରାୟ ୫୦୦୦ କର୍ମଚାରୀ ପ୍ରଭାବିତ ହେବ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୌରା କହିଛନ୍ତି, ଏହି ଧରଣର ଆଦେଶ ସମ୍ବନ୍ଧରେ ଗୃହ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । ତେଣୁ ଏମିତି ଆଦେଶ ଜାରି ହେବା ଉଚିତ୍ ନୁହେଁ ।

ତଦିଆର ଜିଲ୍ଲାପାଳ ସଞ୍ଜୟ କୁମାର କହିଛନ୍ତି- ଦେଶରେ ଟୀକାର କୌଣସି ଅଭାବ ନାହିଁ । ଏମିତି ଆଦେଶ ଜାରି କରିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଲୋକମାନେ ପ୍ରଥମ ଡୋଜ ନେଉଛନ୍ତି ସେମାନେ ଦ୍ଵିତୀୟ ଡୋଜ ନେଉନାହାନ୍ତି । ଯଦି କର୍ମଚାରୀ ମାନେ ଟୀକା ନନେବେ ତା ହେଲେ ଏହା ସମାଜ ପାଇଁ ଭୁଲ ସୂଚନା ହେବ । ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ