କୁଆଡେ ଗାୟବ ହେଇଗଲେ ଗତବର୍ଷ କରୋନା କାଳର ଚର୍ଚ୍ଚିତ ଚେହେରା Subroto Bagchi, କାହିଁକି ବାଦ ପଡିଯାଇଥିଲେ ସେ ?

ଭାରତରେ କରୋନା ରେ ଯେତେବେଳେ ଆକ୍ରାନ୍ତ ହେବାକୁ ଲାଗିଲା ସେତେବେଳେ ସବୁ ଜାଗାରେ କିଛି କିଛି ଲୋକଙ୍କୁ ନିଯୁକ୍ତି କାରାଯାଇଥିଲା ଏହାର ନିୟନ୍ତ୍ରଣ ପାଇଁ ।

ତେବେ ଯେତେବେଳେ ଏହାର ପ୍ରସାର ହେବାକୁ ଲାଗିଲା ସେତେବେଳେ ଏକ ଚେହେରା ଆସି ଓଡିଶା ବାଶିଙ୍କୁ ସମ୍ଭାଳିବାକୁ ଲାଗିଥିଲା । କରୋନ ବିଷୟରେ ଲୋକମାନେ ଖୁବ ମତ ଦେଉଥିବା ବେଳେ ସରକାରଙ୍କ ଆଡୁ ଏକ ଚେହେରା ଆସିଥିଲା ସେ ହେଉଛନ୍ତି ସୁବ୍ରତ ବାଗଚି । ସେ ଏଭଳି ଭାବେ ଲୋକଙ୍କୁ ବୁଝାଉଥିଲେ କି ତାଙ୍କୁ ସବୁ ଅପେକ୍ଷା କରି ରହୁଥିଲେ । ପ୍ରାୟ ସଂଧ୍ୟା ହେଲା ମାଏ ଲୋକମାନେ ଟିଭି ଖୋଲିକି ବସୁଥିଲେ ଜାଣିବା ପାଇଁ କରୋନା ବିଷୟରେ ।

ତେବେ ୬୬ ଦିନ ଯାଏ ଏଭଳି କରିବା ପରେ ଏହା ବନ୍ଦ ହୋଇ ଯାଇଥିଲା ।ଉପର ମହଲାରେ ନିୟମିତ ଭାବେ ମିଟିଂ ହେଉଥିଲା । ପ୍ରାୟ ୫୦ ରୁ ଅଧିକ ଲୋକ ପରିଶ୍ରମ କରୁଥିଲେ ଏହା ପାଇଁ । ମାତ୍ର ହଠାତ ଏଭଳି କଣ ହେଲା ଯେ ଏହାକୁ ସ୍ଥଗିତ ରଖାଗଲା ।

୨୦୨୦ କନକ ନ୍ଯୁଜ ମେକର ଙ୍କ ପକ୍ଷରୁ ହୋଇଥିଲା ଏକ ସାକ୍ଷାତ କାର ଓ ଏଥିରେ କଣ ସବୁ ପ୍ରଶ୍ନ ଆସିଥିଲା ବାଗଚି ଙ୍କ ପାଇଁ ଓ ତାର କଣ ଉତାର ଦେଇଥିଲେ ଆସନ୍ତୁ ଜାଣିବା । ବାଗଚି ଙ୍କୁ ପଚରା ଯାଇଥିଲା କି ସେ ଯାହା କହୁଥିଲେ ସେ କିଛି ମନରୁ କହୁଥିଲେ ନା ସରକାରଙ୍କ ତଥ୍ୟ କେବଳ ଉପସ୍ଥାପନା କରିଥିଲେ ।

ଏହା ପରେ ସେ କହିଥିଲେ କି ମୁଖ୍ୟ ମନ୍ତ୍ରୀ ପ୍ରଥମେ ୫ ଟି ସଚିବଙ୍କୁ ଫନ କରିକି ନିଜର ମତ ରଖିଥିଲେ କି କଣ କଣ କରିବାକୁ ହେବ । ଏହା ପରେ ସେ ୫.୩୦ ମିନିଟ ସକାଳେ ବାଗଚି ଙ୍କୁ ଏହାର ସୂଚନା ଦେଉଥିଲେ । ଏହା ପରେ ସେହି ଅନୁସାରେ ସେ ନିଜର ଉପସ୍ଥାପନା କରୁଥିଲେ । ଏହା ପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି ଯେତେବେଳେ କରୋନା ବଢିଲା ସେତେବେଳେ ସେ କୁଆଡେ ଯାଇଥିଲେ ।

ସେ କହିଲେ କି ଏହା ଏକ ରହସ୍ୟ ଯାହା ସବୁଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ଅଟେ । ସେ କହିଲେ କି ମୁଖ୍ୟ ମନ୍ତ୍ରୀଙ୍କ ଅନୁସାରେ ପ୍ରଥମ ୬୦ ଦିନ ଅଧିକ ଗୁରୁତ୍ଵ ପୂର୍ଣ ଥିଲା ତେଣୁ ସେ ସେୟା କରିଥିଲେ ଯାହା କୁହା ଯାଇଥିଲା । ତାଙ୍କୁ କୁହା ଯାଇଥିଲା କି ଲୋକଙ୍କୁ ସମ୍ବେଦନସିଲ ଭାବେ ଏହି ସୂଚନା ଦିଆ ଯାଉ ତ ସେ ସେୟା କରିଥିଲେ । ଏହା ପରେ ତାଙ୍କୁ ଆଗକୁ କିଛି କରିବା ପାଇଁ ଅନୁମତି ନଥିଲା ତେଣୁ ସେ ଆଗକୁ ସୂଚନା ଦେଇ ପାରିନଥିଲେ ।

ଏହା ପରେ ତାଙ୍କୁ ପଚରା ଯାଇଥିଲା କି ବାଗଚି ଙ୍କୁ ଅଧିକ ଲୋକପ୍ରିୟତା ମିଳିଲା ପରେ ଏହା ସମସ୍ଯା ସୃଷ୍ଟି କରିଛି କି ? ସେ କହିଥିଲେ କି ନା ମତେ ମିଳିଥିବା ଲୋକ ପ୍ରିୟତା କିଛି ଖ୍ଯାତି ପହଞ୍ଚାଇନି ମୁ ସୁସ୍ଥ ଅଛି ଓ ନିଜ କାମକୁ ନେଇ ଅନେକ ଖୁସିରେ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ