ସମସ୍ତେ ଭାବିଥାନ୍ତି କି ସକାଳେ ଦେଖିଥିବା ସ୍ଵପ୍ନ ହେଇଥାଏ ସତ। ହେଲେ ଆସନ୍ତୁ ଜାଣିବା କାହିଁକି?

ସକାଳେ ଦେଖିଥିବା ସ୍ଵପ୍ନ ହେଇଥାଏ ସତ। ହେଲେ ଆସନ୍ତୁ ଜାଣିବା କାହିଁକି?

ଜୀବନ କାଳ ମଧ୍ୟରେ ପ୍ରତୋକ ଲୋକ ସ୍ୱପ୍ନ ଦେଖନ୍ତି, କେବଳ ଯୋଉଁ ଲୋକମାନେ ଜନ୍ମରୁ ଅନ୍ଧ ସେମାନଙ୍କୁ ସ୍ୱପ୍ନ ଆସେନି। ଆପଣ ଜାଣନ୍ତି କି ଆପଣ ଯେଉଁ ସ୍ୱପ୍ନ ଦେଖନ୍ତି ତାହାର ବାସ୍ତବ ଜୀବନ ସହିତ କିଛି ନା କିଛି ସମ୍ବନ୍ଧ ଥାଏ। ଜୋତିଷ ଶାସ୍ତ୍ର ଅନୁସାରେ ସକାଳ ମୁହୂର୍ତ୍ତରେ ଦେଖୁ ଥିବା ସ୍ୱପ୍ନ ସତ ହୋଇଥାଏ। ଆଜି ଆମେ ଆପଣକୁ କହିବୁ ଯେ ସକାଳର ସ୍ୱପ୍ନ କଣ ପାଇ ସତ ହୋଇଥାଏ କଣ ରହିଛି ଏହାର କାରଣ।. ହିନ୍ଦୁ ଧର୍ମ ର ପୁରାଣ ରାମାୟଣ ରେ ଏହା ଉପରେ ଏକ ସୁନ୍ଦର କଥା ଲେଖା ଯାଇଅଛି।

ଏହି ଘଟଣା ହେଉଛି ସେ ସମୟର ଯେଉଁ ସମୟରେ ରାବଣ ନାମକ ରାକ୍ଷସ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ପତ୍ନୀ ମାତା ସୀତା ଙ୍କୁ ଅପହରଣ କରି ଲଙ୍କା କୁ ନେଇଯାଇଥିଲା ଏବଂ ସେଠାରେ ଅଶୋକ ବାଟିକା ନାମକ ସ୍ଥାନରେ ରଖିଥିଲା, ସେଠାରେ ଅନେକ ଗୁଡିଏ ଅସୁର ସମ୍ପ୍ରଦାୟର ଲୋକେ ମାତାଙ୍କୁ ଜଗିରହିଥିଲେ କିନ୍ତୁ ତ୍ରିଜଟା ଯିଏ କି ଜଣେ ଅସୁରୁଣୀ ସେଦିନ ଦେଖିଥିବା ଏକ ସ୍ୱପ୍ନ ଅନ୍ୟ ଅସୁରୁଣୀ ଙ୍କ ଆଗରେ ପ୍ରକାଶ କରିଥିଲା ଆସନ୍ତୁ ଜାଣିବା ସେଇ ପ୍ରସଙ୍ଗ ଉପରେ।

ତ୍ରିଜଟା ଅସୁରୁଣୀ ରାମଚନ୍ଦ୍ରଙ୍କ ପରମ ଭକ୍ତ ଥିଲା ସେ ସେଦିନ ଏକ ସ୍ୱପ୍ନ ଦେଖିବା ପରେ ସମସ୍ତଙ୍କୁ ଡାକି କହିଲା ଯେ ସେ ଏକ ବାନର କୁ ସ୍ୱପ୍ନ ରେ ଦେଖିଲା ଯିଏକି ପୁରା ଲଙ୍କା କୁ ଜାଳିପୋଡ଼ି ନଷ୍ଟ କରିଦେଉଛି।

ଏହା ମଧ୍ୟ ଦେଖିଲା ଯେ ଦଶାନନ ରାବଣ ଏତେ ଜ୍ଞାନୀ ହୋଇକି ମଧ୍ୟ ସେ ଆହତ ଅବସ୍ଥାରେ ଗଧ ଉପରେ ବସି ବୁଲୁଛନ୍ତି।

ରାବଣ ରାମଚନ୍ଦ୍ରଙ୍କ ଦେଶକୁ ଯାଇଛନ୍ତି ଏବଂ ବିଭୀଷଣ ଲଙ୍କା ର ରାଜା ଯୋଇଛନ୍ତି ଏହିପରି କିଛି ସ୍ୱପ୍ନ ଦେଖି ସେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଥିଲା ଏବଂ କହିଥିଲା ଆସନ୍ତା ଚାରି ଦିନ ମଧ୍ୟରେ ଏହା ସତ୍ୟ ହେବ।

ଏବଂ ତା ପରର ଘଟଣା ସମ୍ପର୍କ ରେ ତ ଆପଣ ମାନେ ଜାଣିଥିବେ ଠିକ ଚାରି ଦିନ ପରେ ଏହା ସତ୍ୟ ହେଲା।