ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ 19- Dr. B K Patel

ଆମ ଶରୀରରେ ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରହିଛି ଯଥା ମସ୍ତିସ୍କ, ହୃଦୟ, ଫୁସଫୁସ, କିଡନୀ, ଲିଭର ଓ ଅନ୍ତନଳୀ । ଏହି ଅଙ୍ଗ ମାନଙ୍କ ମଧ୍ୟରୁ ଆମ ଶରୀରର ଫୁସଫୁସ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।

ଏହାର ମୁଖ୍ୟ କାର୍ଯ୍ୟ ହେଲା ଅମ୍ଳଜାନକୁ ଶରୀର ଭିତରକୁ ଦେବା ଓ ଅଙ୍ଗାରକାମ୍ଳକୁ ବାହାରକୁ ଛାଡିବା । ଯେତେବେଳେ କୋରୋନା କେଉଁ ବ୍ୟକ୍ତିକୁ ଆକ୍ରାନ୍ତ କରିଥାଏ ତେବେ ତାହାର ପ୍ରଭାବ ଫୁସଫୁସ ଉପରେ ପଡିଥାଏ । କୋରୋନାର ପ୍ରଥମ ଅବସ୍ଥାରେ ଫୁସଫୁସ ସମ୍ଭଧୀୟ କିଛି ଲକ୍ଷଣ ଦେଖାଯାଏ ଯଥା ଶୁଖିଲା କାଶ ହେବା, ସାମାନ୍ୟ ଜ୍ଵର ହେବ, ଦେହ ଦୁର୍ବଳ ହେବ, ଦେହ ହାତ ଘୋଳାବିନ୍ଧା ହେବା ଇତ୍ୟାଦି ।

କୋରୋନା ରୋଗୀକୁ ଯେତେବେଳେ ନିମୋନିଆ ଲକ୍ଷଣ ଦେଖାଯାଏ ଯଥା ଛାତିରେ କଷ୍ଟ ହେବା, କାଶ, କଫ ଓ ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହୁଏ ସେହି ସମୟରେ ସିଟିସ୍କ୍ୟାନର ଆବଶ୍ୟକତା ରହିଛି ।କୋରୋନା ହୋଇଛି କି ନାହି ତାହା ଜାଣିବା ପାଇଁ କିଛି ଟେଷ୍ଟ କରାଯାଏ । କିଛି କ୍ଷେତ୍ରରେ ପଜେଟିବ ତ ଆଉ କିଛି କ୍ଷେତ୍ରରେ ନେଗେଟିବ ଦେଖାଯାଏ ।

ତେଣୁ ସିଟିସ୍କ୍ୟାନ କରିବା ଅତି ଜରୁରୀ ହୋଇଥାଏ । ଆମ ଶରୀରରେ ଫୁସଫୁସକୁ ସୁରକ୍ଷିତ ରଖିବା ପାଇଁ ଯୋଗାଭ୍ଯାସ କରିବା ଉଚିତ । ଲମ୍ବା ନିଶ୍ଵାସ ଛାଡି ପୁଣି ଥରେ ନିଶ୍ଵାସ ନେଲେ ଆମ ଶରୀରରେ କୋଷଗୁଡିକ ଠିକ ରହିବ ଓ ଅକ୍ସିଜେନ ଲେବଲ ନିୟନ୍ତ୍ରଣରେ ରହିବ । କିଛି ଲୋକଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ କମ ଦେଖାଯାଏ । ସାମାନ୍ୟ ଥଣ୍ଡା, କାଶ ଓ ଜ୍ଵର ଦେଖାଗଲେ କୋରୋନା ହୋଇଥାଏ କିନ୍ତୁ ୧୪ଦିନ ଘରେ ଅଲଗା ରହିବାକୁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ।

ଏହା ସହ ଯେଉଁ ସବୁ ଔଷଧ ସରକାରଙ୍କ ଦ୍ଵାରା ଦିଆ ଯାଉଛି ସେ ସବୁକୁ ଖାଇବା ସହ ଭଲ ଭାବେ ଖାଦ୍ଯର ସେବନ କରିବା ଉଚିତ । କିନ୍ତୁ ଯେଉଁ ମାନଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥାଏ ସେମାନଙ୍କ ଠାରେ ନିମୋନିଆର ଲକ୍ଷଣ ଦେଖାଯାଏ । ଏହିଭଳି ବ୍ୟକ୍ତିଙ୍କ ଠାରେ ଅକ୍ସିଜେନ ଲେବଲ କମ ଥିବା, ଛାତିରେ କଷ୍ଟ ହେବା, କଫ ପଡିବା ଆଦି ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣ ଦେଖା ଯାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ହସପିଟାଲରେ ଆଡ୍ମିସନ କରାଇ ଚିକିତ୍ସା ଆରମ୍ଭ କରାଯାଏ ।

ଯେଉଁମାନେ କୋରୋନାରେ ଅଧିକ ସିରିଏସ ଥିବେ ସେମାନଙ୍କୁ ସୁସ୍ଥ ହେବା ପାଇଁ ଭଲ ଖାଦ୍ଯ ସହ ଯୋଗାଭ୍ଯାସ କରିବା ଉଚିତ । ଏହି ରୋଗୀ ମାନଙ୍କୁ ଏକ ଫୁସଫୁସ ସହ ଜଡିତ ଏକ ଯନ୍ତ୍ର ଦିଆଯାଏ ଯାହାକୁ ସେମାନେ ଫୁଙ୍କିଲେ ସେମାନଙ୍କର ଫୁସଫୁସ ସୁସ୍ଥ ରହିବା ସହ ଅକ୍ସିଜେନ ଲେବଲ ବୃଦ୍ଧି ପାଇଥାଏ । ଆମ ଶରୀରରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଭିଟାମିନ ସି, ଜିଙ୍କ, ଭିଟାମିନ ଜି,ଇ ଓ ଭିଟାମିନ ବି କମ୍ପ୍ଲେକ୍ସ ଯୁକ୍ତ ଖାଦ୍ଯ ଖାଇଲେ ଫୁସଫୁସରେ ଥିବା କୋଷ ଗୁଡିକ ଭଲ ଭାବେ ବୃଦ୍ଧି ପାଇବେ ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ ବା ଯୋଗ କରିବା ଉଚିତ । ଭିଟାମିନ ଓ ଆଇରନ ଥିବା ଖାଦ୍ଯ ଖାଇବା ଉଚିତ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ