ସରକାର ଲଞ୍ଚ କଲେ ବିଦ୍ୟାଦାନ-2, ଅନଲାଇନ ପଢୁଥିବା ଛାତ୍ରଙ୍କୁ ହେବ ଏହି ଫାଇଦା

କରୋନା ଭାଇରସ କାରଣରୁ ସ୍କୁଲ ଓ କଲେଜ ବନ୍ଦ ହେବା କାରଣରୁ ପିଲାମାନଙ୍କର ଶିକ୍ଷା ଉପରେ ଖରାପ ପ୍ରଭାବ ପଡୁଛି । କରୋନା ସଙ୍କଟରେ ଛାତ୍ରଙ୍କର ପାଠ ପଢା ଖରାପ ନ ହେଉ ଏଥିପାଇଁ କେନ୍ଦ୍ର ସରକାର ଇ-ଲର୍ନିଙ୍ଗ କଣ୍ଟେଣ୍ଟ କୁ ଲଞ୍ଚ କରିଛନ୍ତି । ବୁଧବାର ଦିନ କେନ୍ଦ୍ରୀୟ ମାନବ ସନ୍ଧାନ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଅନଲାଇନ ଶିକ୍ଷା କୁ ବିନା କୌଣସି ଅବରୋଧରେ ଜାରି ରଖିବା ପାଇଁ ‘ବିଦ୍ୟାଦାନ-2’ ର ଆରମ୍ଭ କରିଛନ୍ତି । ଏହା ଦ୍ଵାରା ବିଭିନ୍ନ ଅନଲାଇନ ଶିକ୍ଷା ପ୍ଲାଟଫର୍ମରେ ଗୁଣବତ୍ତାପୂର୍ଣ୍ଣ ଡିଜିଟାଲ ପାଠ୍ୟ ସାମଗ୍ରୀ ଉପଲବ୍ଧ କରାଇବାରେ ସାହାର୍ଯ୍ୟ ମିଳିବ ।

‘ବିଦ୍ୟାଦାନ-2’ ର ଆରମ୍ଭ ହେବାର ସୂଚନା ନିଜେ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଟ୍ଵିଟ ଜରିଆରେ ଦେଇଛନ୍ତି । ସେ ଲେଖିଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ଵରେ କେନ୍ଦ୍ରୀୟ ମାନବ ସନ୍ଧାନ ବିକାଶ ମନ୍ତ୍ରାଳୟ ଅନଲାଇନ ଶିକ୍ଷାକୁ ବିନା ବାଧାରେ ଜାରି ରଖିବାର ପୁରା ପ୍ରୟାସ କରୁଛୁ, ଏହି ପ୍ରୟାସ ରେ ଆଜି ଆଉ ଏକ ଭାଗ ଯୋଡି ବିଦ୍ୟାଦନ-2 ର ଆରମ୍ଭ କରୁଛୁ । diksha.gov.in କୁ ଯାଆନ୍ତୁ ଓ ବିଦ୍ୟାଦାନ କୁ ।

କହି ଦେଉଛୁ କି ସରକାର ବିଦ୍ୟାଦନ-2 କୁ ସ୍କୁଲ ଶିକ୍ଷା ସହିତ ଡିଜିଟାଲ ଶିକ୍ଷାକୁ ଏକତ୍ରିତ କରି ସମ୍ବର୍ଦ୍ଧିତ ଶିକ୍ଷାର ତତ୍କାଳ ଆବଶ୍ୟକତା କାରଣରୁ ବି ଆରମ୍ଭ କରିଛନ୍ତି । କହିଦେଉଚ୍ଚୁ କି ମାନବ ସନ୍ଧାନ ବିକାଶ ମନ୍ତ୍ରାଳୟର DIKSHA ପ୍ଲାଟଫର୍ମ ସେପ୍ଟେମ୍ବର 2017 ରୁ ହିଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଶିକ୍ଷଣ ଓ ଅଧିଗ୍ରହଣ ର ପ୍ରକ୍ରିୟାକୁ ବଢାଇବାର କାମ କରୁଛି ।

ଭାରତ ସରକାରଙ୍କ ଦ୍ଵାରା DIKSHA ସମିକ୍ଷା ବୈଠକରେ ଶିକ୍ଷକ ଓ ସଂଗଠନ ର ବିଦ୍ୟାଦାନ ଅନୁସାରେ ଉଚ୍ଚ ଗୁଣବତ୍ତାର ସାମଗ୍ରୀ ପ୍ରାପ୍ତ କରିବା ପାଇଁ କ୍ରାଉଡ ସୋର୍ସିଙ୍ଗ ଟୁକ ଉପଯୋଗ କରା ଯାଇଛି । କହି ଦେଉଛୁ କି ଦେଶବ୍ୟାପୀ ଲକଡାଉନ କୁ 3 ମେ 2020 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଯାହା ଅନୁସାରେ ସ୍କୁଲ କଲେଜ ଓ ଶିକ୍ଷଣ ସଂସ୍ଥାନକୁ ବି ବନ୍ଦ କରା ଯାଇଛି । କିଛି ରାଜ୍ୟରେ ଏହା ଜୁନ ମଧ୍ୟ ଭାଗ ପର୍ଯ୍ୟନ୍ତ କାଗୁ କରା ଯାଇଛି ।