ଗରିବଙ୍କୁ ବାଣ୍ଟିଲେ ୧-୧ କିଲୋ ଅଟା, ପୁଣି ସେହି ଅଟାରୁ ବାହାରିଲା ୧୫-୧୫ ହଜାର ଟଙ୍କା, ମିଳୁଛି ଆଶୀର୍ବାଦ

ଗୁଜୁରାଟରେ କରୋନା ଲକଡାଉନ ମଧ୍ୟରେ ଗରିବ- ଭିକାରି ଏବଂ ଅନ୍ୟ ଜନଜାତି ପାଇଁ ସାମାଜିକ ସଂସ୍ଥା ଓ ସମ୍ପନ୍ନ ସେଠ ଖାଦ୍ଯ ପେୟରେ ସାହାର୍ଯ୍ୟ କରୁଛନ୍ତି । ସୁରଟରେ ଗୋରାଟ ସ୍ଥିତ କଜବେ ରୋଡ କ୍ଷେତ୍ରରେ କିଛି ଭଲ ଲୋକ ସାହାର୍ଯ୍ୟ କରିବାର ଏକ ଭିନ୍ନ ଉପାୟ ଆପଣାଇଲେ । ସେ ଗରିବ ଭିକାରୀଙ୍କୁ ୧-୧ କିଲୋ ଅଟା ଦେବାର ଘୋଷଣା କଲେ । ଲୋକମାନେ ସେହି ପ୍ୟାକେଟକୁ ନେଇ ଚାଲିଗଲେ । ଏହା ପରେ ଯେମିତି ହିଁ ସେମାନେ ଅଟାର ପ୍ୟାକେଟ ଖୋଲିଲେ ତେବେ ଅଟା ସହିତ ୧୫ ହଜାର ଟଙ୍କା ବାହାରିଲା ।

ଏହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ ଓ ସେମାନଙ୍କ ଖୁସିର ଠିକଣା ରହିଲା ନାହିଁ । ସୁରଟ ର ରାଂଦେର ରେ ଟ୍ରକ ରୁ ବଣ୍ଟା ୫୦୦ ରୁ ଅଧିକ ବଣ୍ଟାଯାଇଥିବା ଅଟା ପ୍ଯାକେଟ ର ଏକ ଭିଡିଓ ସାମ୍ନାକୁ ଆସିଲା । ଏଥିରେ ଆପଣ ଦେଖି ପାରିବେ କି କେମିତି ଅଟା ସହିତ ଟଙ୍କା ବାହାରିଲା । ସମ୍ବାଦଦାତା କହିଲେ କି ଏହି ଘଟଣା ରାଂଦେର କ୍ଷେତ୍ରର ଅଧିକ ରାତ୍ରିର ଅଟେ ।

ଯେତେବେଳେ ଗୋଟିଏ ଟ୍ରକ ସେହି ଅଞ୍ଚଳ ଦେଇ ଗଲା, ଟ୍ରକରେ ବସିଥିବା ବ୍ୟକ୍ତି ୧-୧ କିଲୋ ଅଟା ଦେବାର ଘୋଷଣା କରି ଲୋକଙ୍କୁ ଡାକୁଥିଲା । କିଛି ଲୋକ ଆସି ୧-୧ କିଲୋ ଅଟାର ପ୍ୟାକେଟ ନେଇଗଲେ । କିନ୍ତୁ ଏହି ପ୍ୟାକେଟକୁ ଖୋଲିବା ପରେ ଏଥିରୁ ଅଟା ସହିତ ୧୫ ହଜାର ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଓ ଏମିତ ସାହାର୍ଯ୍ୟ କରିଥିବା ଲୋକଙ୍କୁ ଆଶୀର୍ବାଦ ଦେବାକୁ ଲାଗିଲେ ।

କିଛି ଲୋକ କହିଲେ କି କରୋନା କାରଣରୁ ହଟସ୍ପଟ ଘୋଷିତ ହୋଇଥିବା ଗୋରାଟ ଅଞ୍ଚଳରେ ୩ ଦିନ ପୂର୍ବରୁ ବି ଏକ ଟ୍ରକ ଆସିଥିଲା । ସେହି ଟ୍ରକରେ ବସିଥିବା ଏକ ବ୍ୟକ୍ତି ୧-୧ କିଲୋ ଅଟାର ପ୍ଯାକେଟ ବାଣ୍ଟୁଥିଲା । କେବଳ ଏକ କିଲୋ ଅଟା ପ୍ଯାକେଟ ପାଇଁ କିଛି ଲୋକ ତ ଗଲେ ହିଁ ନାହିଁ । କିନ୍ତୁ ଗରିବ ଲୋକମାନେ ଯାହାକୁ ଏହାର ଆବଶ୍ୟକତା ଥିଲା ସେ ତାହାକୁ ନେଇଗଲେ ।

ଟ୍ରକ କିଛି କିଛି ଦୂରରେ ଅଟକି ଅଟକି ପାଖାପାଖି ୫୦୦ ଅଟା ପ୍ଯାକେଟ ବାଣ୍ଟିଲେ । ଏହି ପ୍ଯାକେଟକୁ ଖୋଲିବା ପରେ ଅଟା ସହିତ ବି ୧୫ ହଜାର ଟଙ୍କା କ୍ଯାସ ବାହାରିବାରୁ ଏହାକୁ ନେବାକୁ ଯାଇ ନଥିବା ଲୋକ ଅବଶୋଷ କରିବାକୁ ଲାଗିଲେ । ଏହି ଟ୍ରକ କାହାର ଥିଲା ଓ ଏହାକୁ କିଏ ପଠାଇଥିଲା ଏହାର କୌଣସି ଖବର ନାହିଁ । କିଛି ଲୋକଙ୍କର କହିବାର ଥଲା କି ମଜୀଦ ପଠାନ ନାମକ ଜଣେ ବ୍ୟକ୍ତି ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଏହି ଆନୋଖା ଉପାୟ ଆପଣାଇ ଥିଲେ ।

ଏହି ମାମଲାରେ ଖାସ କଥା ଏହା ଅଟେ କି ଏମିତି ସାହାର୍ଯ୍ୟ କରିବା ବାଲା ବ୍ୟକ୍ତି ନିଜେ ଫେମସ ହେବା ପାଇଁ ଫଟୋ ଭିଡିଓ ବନାଇଥାଏ, କିନ୍ତୁ ଏହି ବ୍ୟକ୍ତି ଏମିତି ସାହାର୍ଯ୍ୟ କରି ଜାଣି ଶୁଣି କାହାକୁ ନିଜର ପରିଚୟ ଦେଇ ନଥିଲେ । ସେ ୫୦୦ ରୁ ବି ଅଧିକ ଲୋକଙ୍କୁ ୧୫-୧୫ ହଜାର ବାଣ୍ଟିଦେଲେ । ଏହି ଘଟଣାର ଚର୍ଚ୍ଚା ପୁରା ରାଜ୍ୟରେ ହେଉଛି । ସୋସିଆଲ ମିଡିଆରେ ବି ଏହା ଉପରେ ଭିଡିଓ ଭାଇରାଲ ହେଉଛି । ଲୋକ ଏହି ବ୍ୟକ୍ତିଙ୍କର ପ୍ରଶଂସା କରୁଛନ୍ତି ।