ପିଏମ ମୋଦୀ ଘୋଷଣା କରିଲେ ଜନଧନ ଖାତା ଧାରକଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ବୀମା

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁସାରେ ଖୋଲାଯାଇଥିବା ବ୍ୟାଙ୍କ ଖାତା ଗୁଡିକରେ ୫୦୦ ଟଙ୍କା ଦିଆ ଯାଇଛି ଓ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୫୦୦ -୫୦୦ ଟଙ୍କା ମିଳିବ । ଏହା ସହିତ ଜନଧନ ଖାତା ଥିବା ଲୋକମାନଙ୍କୁ ୧୫୦୦ ଟଙ୍କା ମିଳିବ । ଏହା ସହିତ ଆମେ ଆପଣଙ୍କୁ କହିଦେଉଛୁ କି ସରକାର ଏହି ଜନଧନ ଖାତାରେ ଅନ୍ୟ କେତେକ ସୁବିଧା ବି ଦେଇଛନ୍ତି । ଜାଣିବା ନିମନ୍ତେ କହିଦେଉଛୁ କି ପାଖାପାଖି ୨୦ କୋଟି ମହିଳାମାନଙ୍କ ଜନଧନ ବ୍ୟାଙ୍କ ଖାତା ଖୋଲା ଯାଇଛି ।

ଯେଉଁଥିରେ ସରକାର ଟଙ୍କା ପଠାଇଛନ୍ତି । କହିବାକୁ ଗଲେ ମୋଦୀ ସରକାର ଅଧିକରୁ ଅଧିକ ଲୋକମାନଙ୍କୁ ବ୍ୟାକିଙ୍ଗ କ୍ଷେତ୍ର ସହ ଯୋଡିବା ପାଇଁ ଜିରୋ ବାଲାନ୍ସରେ ଏହି ଖାତା ଖୋଲିଥିଲେ । ଏତିକି ନୁହେଁ ସରକାର ଏହି ଖାତା ଧାରକମାନଙ୍କୁ କେତେକ ସୁବିଧାବି ଦେଇଥିଲେ, କିନ୍ତୁ ପ୍ରାୟତଃ ଖାତାଧାରକ ଏହା ବିଷୟରେ ଜାଣି ନାହାନ୍ତି । କହିବାକୁ ଗଲେ ସରକାର ଜନଧନ ଖାତା ଧାରକଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ବି ଦେଇଛନ୍ତି ।

ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ ଇଶୁ ହୋଇଥିବା ରୂପେ ଡେବିଟ କାର୍ଡ ଉପରେ ମିଳିଥାଏ । ଏହାର ପ୍ରିମିୟମ ବି ନ୍ୟାସନାଲ ପେମେଣ୍ଟ କରପୋରେଶନ ଅଫ ଇଣ୍ଡିଆ ତରଫରୁ ଦିଆଯାଏ । ଏହି ବୀମା ପାଇଁ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡରକୁ ଏକ ଟଙ୍କା ବି ଦେବାକୁ ପଡି ନ ଥାଏ । ଏହି ଆକାଉଣ୍ଟ ଖୋଲିବା ସହିତ ସରକାରଙ୍କ ତରଫରୁ ମିଳିଥିବା ସମସ୍ତ ଯୋଜନାର ଲାଭ ବି ମିଳିଥାଏ । ଯେମିତି କି ଉଜ୍ଵଳା ସିଲିଣ୍ଡର ସବ୍ସିଡୀ, ରାସନ ସବ୍ସିଡୀ ଓ ପେନସନର ଟଙ୍କା ବି ଏହି ଖାତାକୁ ଆସିଥାଏ ।