ହାତରେ ପିଆଜ ରଗଡିବା ଦ୍ଵାରା ହେଇଥାଏ ଚମତ୍କାର, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଗୋଟିଏ କଥା ଅଛି କି ଯେଉଁ ଜିନିଷ ଆମକୁ ସବୁଠୁ ଅଧିକ କନ୍ଦାଇ ଥାଏ ବା କଷ୍ଟ ଦେଇଥାଏ ସେ ହିଁ ଆମକୁ ସବୁଠୁ ଅଧିକ ଖୁସି ବା କହିବାକୁ ଗଲେ ସବୁଠୁ ଅଧିକ ଫାଇଦା ଦେଇଥାଏ । ଏହି କଥା ଆମେ ସାଧାରଣତଃ କଡା ଔଷଧ ବିଷୟରେ ଶୁଣି ଥାଉ । ଯେଉଁଠି ମା ଆମକୁ ଏହି ଔଷଧ ପିଆଇବାକୁ ଏହି ପ୍ରକାରର କଥା କହିଥାନ୍ତି ଓ ଏହା ଠିକ ମଧ୍ୟ ଅଟେ । ଶେଷରେ ଆମେ ସେହି ଔଷଧରେ ଠିକ ବି ହେଇ ଯାଉଥିଲୁ, କିନ୍ତୁ ଆଜି ଆମେ କୌଣସି କଡା ଔଷଧ ବିଷୟରେ ନୁହେଁ ବରଂ ପିଆଜ ବିଷୟରେ କହିବାକୁ ଯାଉଛୁ ।

ଆଜ୍ଞା ହଁ, ଶୁଣିବାକୁ ତ ଟିକେ ଅଜବ ଲାଗୁଛି କିନ୍ତୁ ପିଆଜର ବ୍ୟବହାର ଆପଣ ଖାଦ୍ଯ ତିଆରି କରିବା ବ୍ଯତୀତ କିଛି ଛୋଟ ମୋଟ ଖଣ୍ଡିଆ ବା ରୋଗକୁ ଠିକ କରିବାରେ ବି ବ୍ୟବହାର କରି ପାରିବା । ତେବେ ଆସନ୍ତୁ ଜାଣିବା ପିଆଜର କିଛି ମହତ୍ତ୍ଵ ପୂର୍ଣ୍ଣ ଫାଇଦା ବିଷୟରେ ।

ଆପଣଙ୍କୁତ ଜଣାଥିବ କି ପିଆଜ ଖାଇବା ସମସ୍ତଙ୍କୁ ପସନ୍ଦ ଅଟେ କିନ୍ତୁ ସମସ୍ତେ ଆଖିରୁ ପାଣି ବାହାରିବା କାରଣରୁ ପିଆଜକୁ କାଟିବାକୁ ଭଲ ପାଆନ୍ତି ନାହିଁ ଓ କିଛି ଥର ତ ପିଆଜର ଏହି ଆଖିରୁ ପାଣି ବାହାରିବା କାରଣରୁ ଲୋକ ଏହାକୁ ଖାଆନ୍ତି ନାହିଁ ମଧ୍ୟ । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି କିଛି ବି ହେଇଯାଉ ନା କାହିଁକି ଆପଣଙ୍କୁ ଡେଲି ଡାଏଟ ରେ ପିଆଜକୁ ନିଶ୍ଚୟ ସାମିଲ କରିବା ଆବଶ୍ୟକ, କାରଣ ଏହା ଦ୍ଵାରା ଏତେ ଲାଭ ମିଳିଥାଏ ଯାହାକୁ ଆମେ ବା ଆପଣ କେବେ ବି ଭାବି ପାରିବା ନାହିଁ ।

ପିଆଜ ରଗଡିବାର ଫାଇଦା

୧. ଯଦି ଆପଣଙ୍କୁ କୌଣସି ପୋକ କାମୁଡି ଦିଏ ତେବେ ତୁରନ୍ତ ଆପଣ ପିଆଜ କାଟି ତା ଉପରେ ରଗଡନ୍ତୁ, ଆପଣଙ୍କୁ କିଛି ସମୟରେ ଫାଇଦା ନଜର ଆସିବ ।

୨. ଯଦି ଆପଣଙ୍କୁ କେଉଁଠି ଜଳାପୋଡା ଅନୁଭବ ହେଉଛି ତେବେ ହାତରେ ଏକ ପିଆଜ ଖଣ୍ଡ ନେଇ ସେହି ଜାଗାରେ ରଗଡନ୍ତୁ ଜଲ୍ଦି ଆରାମ ମିଳିବ ।

୩. ଯଦି ପାଦରେ ଛାଲ ପଡିଯାଏ ତେବେ ସେହି ଜାଗାରେ କଟା ପିଆଜକୁ ଘଷନ୍ତୁ, ୫ ଦିନରେ ହିଁ ପାଦରୁ ଛାଲ ଗାୟବ ହେଇଯିବ ।

୪. ଯଦି ଆପଣଙ୍କୁ ଜ୍ଵର ଅଛି ତେବେ ଆପଣ ପିଆଜର ଏକ ଖଣ୍ଡ ନିଜ ମୋଜାରେ ପୁରାଇ ଶୁଅନ୍ତୁ, ଏମିତି କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

୫. ଯଦି ଆପଣଙ୍କୁ ବାରମ୍ବାର ବାନ୍ତି ଆସୁଛି ତେବେ ଏକ କପ ରେ ପିଆଜ ଜୁଷ ନିଅନ୍ତୁ, ଆପଣଙ୍କୁ ବାନ୍ତି ମାଡିବା ବନ୍ଦ ହେଇଯିବ ।

ପିଆଜକୁ ଅଲଗା ଲଗା ଜାଗାରେ ବିଭିନ୍ନ ପ୍ରକାରରେ ଉପଯୋଗ କରା ଯାଇଥାଏ । ତେବେ ଆପଣଙ୍କୁ କେବଳ ଏହା ହିଁ କହିବୁ କି ପିଆଜ ଆପଣ ନିଶ୍ଚୟ ଖାଆନ୍ତୁ, ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।