ସହିଦ ଜବାନଙ୍କ ଘରେ ପହଞ୍ଚିଲେ ୟୋଗୀ ଆଦିତ୍ୟନାଥ, ସହିଦଙ୍କ ପରିବାରକୁ ସରକାର ଦେବ ଏହି ଖାସ ଉପହାର

ଜାମ୍ମୁ କାଶ୍ମୀରର ପୁଲୱାନା ରେ ହୋଇଥିବା ଘଟଣାରେ UP ରାଜ୍ୟର ସହିଦ ହୋଇଥିବା ପରିବାର ଲୋକଙ୍କୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ଙ୍କ ତରଫରୁ ଆର୍ଥିକ ସାହାର୍ଯ୍ୟ ଦିଆ ଯାଇଛି ଓ ଏହି ଆକ୍ରମଣରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର 12 ଯବାନଙ୍କ ନାମରେ ସଡକର ନାମ ରଖିବାର ଘୋଷଣା କରା ଯାଇଛି । ଏହା ବ୍ୟତୀତ ୟୋଗୀ ଆଦିଦ୍ୟନାଥ ଏହି ସହିଦ ଯବାନଙ୍କ ପରିବାର ସହିତ ସାକ୍ଷାତ କରିଛନ୍ତି । ୟୋଗୀ ଆଦିତ୍ୟନାଥ ଏହି ଆକ୍ରମଣରେ ସହିଦ ହୋଇଥିବା ବିୟଜ କୁମାରଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ କିଛି ସମୟ ପାଇଁ କଥା ହୋଇଛନ୍ତି ଓ ପରେ ବିଜୟ କୁମାରଙ୍କ ଫୋଟୋ ସାମ୍ନାରେ ପୁଷ୍ପାଞ୍ଜଳି ବି ଅର୍ପଣ କରିଛନ୍ତି ଓ ତାଙ୍କୁ ହାତ ଯୋଡି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଦିଆଯିବ 25-25 ଲକ୍ଷ ଟଙ୍କା

ଏହି ଆକ୍ରମଣରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର ଯବାନମାନଙ୍କ ପରିବାରକୁ ୟୋଗୀ ଆଦିତ୍ୟନାଥ 25 ଲକ୍ଷ ଟଙ୍କା ଦେବାର ଘୋଷଣା କରିଛନ୍ତି ଓ ତା ସହିତ ତାଙ୍କ ପରିବାରରୁ କୌଣସି ଜଣଙ୍କୁ ସରକାରୀ ଚାକିରି ଦେବାର ଘୋଷଣା କରିଛନ୍ତି । ୟୋଗୀ ଆଦିତ୍ୟନାଥ ସହିଦଙ୍କ ପରିବାର ଲୋକଙ୍କୁ ଦେଖା କରିବା ପାଇଁ ଯାଇଥିଲେ ଓ ସେହି ସମୟରେ ପତ୍ରକାରଙ୍କ ସହିତ କଥା ହେବା ବେଳେ UP ସରକାର ତରଫରୁ ସେ ଏହି ଟଙ୍କା ଦେବାର ଘୋଷଣା କରିଛନ୍ତି ।

ସହିଦଙ୍କ ନାମରେ ରଖାଯିବ ସଡକର ନାମ

25 ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବା ବ୍ୟତୀତ ୟୋଗୀ ଆଦିତ୍ୟନାଥ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ନାମରେ ସଡକର ନାମ ରଖିବାର ବି ଘୋଷଣା କରିଛନ୍ତି । ସେ କହିଲେ କି ଯେଉଁ ଗାଁ ର ଯବାନ ସହିଦ ହୋଇଛନ୍ତି ସେହି ଗାଁର ସଡକର ନାମ ବଦଳାଇ ସେହି ଯବାନଙ୍କ ନାମରେ ରଖାଯିବ ।

ସୂଚନା ଅନୁସାରେ 14 ଫେବୃଆରି 3 ଟା 15 ମିନିଟ ରେ ଆତଙ୍କବାଦି ଯବାନଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଗାଡି ମଧ୍ୟରେ ସାମିଲ ଥିବା ଗୋଟିଏ ବସକୁ ଧକା କରିଥିଲେ । ଏହି ଆକ୍ସିଡେଣ୍ଟ କାରଣରୁ ଗାଡିରେ ରଖାଯାଇଥିବା ବମରେ ବିସ୍ପୋଟ ହୋଇଥିଲା ଓ ସେହି ବସରେ ଥିବା 40 ଯବାନ ସହିଦ ହୋଇଗଲେ । ଏହି ଆକ୍ରମଣ ଆତଙ୍କି ସଂଗଠନ ଜୈସ-ଏ-ମହମ୍ମଦ ଦ୍ଵାରା ହୋଇଛି ।

ଲୋକଙ୍କ ରାଗ ଏବେ ବି ଶାନ୍ତ ହୋଇନି

ଆଜି ପର୍ଯ୍ୟନ୍ତ ଏହି ଆକ୍ରମଣକୁ ନେଇ ଲୋକଙ୍କ ମନରେ ରାଗ ଶାନ୍ତ ହୋଇ ନାହିଁ ଓ ଦେଶର ପ୍ରତି କୋଣରେ ଲୋକ ଏହି ଆକ୍ରମଣକୁ ନେଇ ନିଜ ନିଜର କ୍ରୋଧ ପ୍ରଦର୍ଶନ କରୁଛନ୍ତି ଓ ସରକାରଙ୍କ ଠାରୁ ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦାବି କରୁଛନ୍ତି ।

ଆଗକୁ ଅପଡେଟ ପାଇବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।