ବିଦାଇର ଠିକ ପୂର୍ବରୁ ଭାଙ୍ଗିଲା ବାହାଘର, ବର – କନ୍ୟାଙ୍କର ପିତା ପରସ୍ପରଙ୍କୁ ହାତ ଯୋଡି ଏମିତି ମାଗିଲେ କ୍ଷମା, ଜାଣନ୍ତୁ କାହିଁକି..

ଆମ ସମାଜରେ ରହିବା ପାଇଁ ବାହାଘରକୁ ବହୁତ ମହତ୍ଵ ଦିଆଯାଏ । କିନ୍ତୁ ଏହା ପଛର ସତ୍ୟତା ଏହା ଅଟେ କି ବାହାଘରରେ ଝିଅର ପିତା ନିଜ ଜୀବନ ସାରା ଆୟକୁ ଖର୍ଚ କରି ଦିଅନ୍ତି । କିନ୍ତୁ କେତେକ ପୁଅମାନଙ୍କର ପରିବାରଙ୍କର ମୁହଁ ତଥାପି ବି ସିଧା ହୋଇ ନଥାଏ । ଝିଅମାନେ ବି ଏହି ସମାଜରେ କୌଣସି ଅସୁବିଧା ନ ହେଉ ଏହା ଭାବି ସେମାନେ ବି ସବୁ ସହି ନିଅନ୍ତି ।

କିନ୍ତୁ ବର୍ତ୍ତମାନ ଜମାନା ବଦଳି ଯାଇଛି ବର୍ତ୍ତମାନ ସମସ୍ତେ ନିଜ ନିଜର ନିଷ୍ପତି ନେଇ ପାରିବେ । କିଛି ଏହିଭଳି ହିଁ କରିଲେ ଗ୍ୱାଲିୟର ର ଶିବାଙ୍ଗୀ, ଯୌତୁକ ବୋଝକୁ ସହ୍ୟ କରୁଥିଲେ କିନ୍ତୁ ବିଦାଇର ଠିକ ପୂର୍ବରୁ ହିଁ ଭାଙ୍ଗିଗଲା ବାହାଘର କାରଣ କନ୍ୟାକୁ ଯୌତୁକ ଦେବା ଅଧିକ ଲାଗିଲା । ଏହା ପରେ ଆଗକୁ କଣ ହେଲା ଜାଣି ନିଅନ୍ତୁ ।

ଯୌତୁକ କାରଣରୁ ବିଦାଇର ଠିକ ପୂର୍ବରୁ ଭାଙ୍ଗିଲା ବାହାଘର

Image courtesy: Google

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଶନିବାର ଦିନ ଏକ ଏମିତି ଘଟଣା ଘଟିଲା କି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଯେଉଁଠି କନ୍ୟା ବରଯାତ୍ରୀଙ୍କୁ ଫେରାଇ ଦେଲେ ଏବଂ ଘଟଣା ଏତେ ବଢିଗଲା କି ପୁଲିସଙ୍କୁ ବି ଡାକି ବାକୁ ପଡିଲା । ଏହି ଘଟଣା ଜୀବାଜୀ କ୍ଲବର ଗେଟ – ୧ରେ ହୋଇଥିଲା ଯେଉଁଠି ଜ୍ୱେଲର୍ସ ଦ୍ୱାରିକା ପ୍ରସାଦ ଅଗ୍ରୱାଲଙ୍କର ଝିଅ ଶିବାଙ୍ଗୀଙ୍କର ବାହାଘର ଫାଳକା ବଜାରର ନିବାସୀ ସୁରେଶ ଅଗ୍ରୱାଲଙ୍କର ପୁଅ ପ୍ରତୀକଙ୍କ ସହିତ ଠିକ ହୋଇଥିଲା ।

ପ୍ରତୀକ ବିକମ ପାସ ଅଟନ୍ତି ଏବଂ ଫାଳକା ବାଜାରରେ ସାନିଟାରୀ ଦୋକାନ କରିଛନ୍ତି । ଶିବାଙ୍ଗୀ ଗ୍ୱାଲିୟରରେ ଏମବିଏ କରିବା ପରେ ଜବ୍ କରୁଥିଲେ । ଶୁକ୍ରବାର ଦିନ ବରଯାତ୍ରୀ ଆସିଲେ, ଶନିବାର ଦିନ ସକାଳେ ଯେତେବେଳେ ବିଦାଇର କଥା ହେଉଥିଲା ସେହି ସମୟରେ ପୁଅର ପିତା ସୁରେଶ କନ୍ୟାର ଜିନିଷ ଦେଖାଇବା ପାଇଁ କହିଲେ । କନ୍ୟା ଏହା ଉପରେ ରାଗି ଗଲେ ଏବଂ ବରଯାତ୍ରୀକୁ ଫେରିଯିବା ପାଇଁ କହିଲେ ।

ଝିଅ ଜଣକ କହିଲେ କି, “ବର ପକ୍ଷ ତରଫରୁ ଟଙ୍କାର ଡିମାଣ୍ଡ କରାଯାଇଥିଲା, ମୋର କୌଣସି ଭାଇ ନାହାନ୍ତି, ମୋ ମା ଡାୟବିଟୀଜ ରୋଗୀ ଅଟନ୍ତି ଏବଂ ନିଜ ମାତା – ପିତାଙ୍କର ସେବା କରିବା ପାଇଁ ମୁଁ ପାଖାପାଖି ବାହା ହେବାକୁ ରାଜି ହେଲି । ଏମାନଙ୍କର ଶୁଣୁଥିଲି ଏବଂ ସହୁ ଥିଲି କିନ୍ତୁ ଏମାନେ ଯୌତୁକ ନାମରେ ଅଧିକ ହେଲେ ତେବେ ମୁଁ ଏହା ଆଗକୁ ଆଉ ସହି ପାରିବି ନାହିଁ ।

କନ୍ୟା ଜଣକ କହିଲେ କି, “ପ୍ରତୀକ ମୋର ସ୍ୟାଲେରୀ ନେବା ପାଇଁ ବି କହୁଥିଲେ ଏବଂ ବାହାଘର ପରେ ପୁଅ ଘର ଏକ କାର ବି ମାଗୁଥିଲେ । ଫେରେ ପର୍ଯ୍ୟନ୍ତ ତ ସବୁ ସହୁଥିଲି କିନ୍ତୁ ଏମାନେ ଏତେ ଲୋଭୀ ବୋଲି କେବେ ଭାବି ନ ଥିଲି । ମୋର ସୂଟକେସ ଦେଖିବାକୁ ଚାହୁଁଥିଲେ ସେଥିପାଇଁ ମୁଁ ଏହି ବାହାଘର ଭାଙ୍ଗିଦେଲି ।“

ବରର ପିତା କନ୍ୟାର ଲୋକମାନଙ୍କୁ କହିଥିଲେ ମିଛ

Image courtesy: Google

ଯେତେବେଳେ ପୁଲିସ ଆସିଲେ ଏବଂ ସେମାନେ କନ୍ୟାକୁ ବୁଝାଇବାକୁ ଚେଷ୍ଟା କରିଲେ । ତଥାପି ସେ ଶଶୁର ଘରକୁ ଯିବା ପାଇଁ ରାଜି ହେଲେ ନାହିଁ । ଏହା ଉପରେ ପ୍ରତୀକ କହିଲେ କି, “ଆମେ କୌଣସି ଯୌତୁକ ମାଗି ନାହୁଁ, ଝିଅ ମିଛ କହୁଛି । ଆମେ ବିଦାଇ ସମୟରେ ବି କିଛି ମାଗି ନାହୁଁ । ଆମେ କନ୍ୟା ନେବା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ସେମାନେ ବିଦାଇ କରୁ ନାହାନ୍ତି ।

ଏହା ପରେ ବରର ପିତା କହିଲେ କି, ‘ମୁଁ କୌଣସି ଯୌତୁକ ମାଗି ନାହିଁ, କନ୍ୟା ସାମନାରେ ଥିବା ପେଟିରେ ରଖିଥିବା ଶାଢୀ ଏବଂ ଗହଣା ଦେଖିବାର କଥା କହିଥିଲି । ଯେଉଁଥିରେ କନ୍ୟା ଏବଂ ତାଙ୍କର ପିତା ବାହାଘର ଭାଙ୍ଗିବା ପାଇଁ କହିଲେ ।

କନ୍ୟାର ପିତା କହିଲେ, ବାହାଘର ଠିକ ହେବା ପରେ ପୁଅ ଘର ସବୁଦିନ ଏକ ନୂଆ ନୂଆ ଜିନିଷ ଡିମାଣ୍ଡ କରିବାକୁ ଲାଗିଲେ । ବିଦାଇ ସମୟରେ ସେମାନେ ଝିଅ ସାମାନରେ ଥିବା ପେଟିକୁ ଦେଖିବା ପାଇଁ ଜିଦ୍ଦି କରିଲେ । ଏହା ପରେ ମୋ ଝିଅ କହିଲା କି ଏହି ଲୋକମାନେ ବର୍ତ୍ତମାନ ତ ଏହିଭିଲି କରୁଛନ୍ତି ତେବେ ଆଗକୁ କଣ ନାହିଁ କଣ କରିବେ ।

ଆଜିର ସମାଜରେ ଯଦି ସବୁ ଝିଅ ଓ ବାପାମାନେ ଏମିତି ନିଷ୍ପତ୍ତି ନେଇ ପାରନ୍ତେ ତେବେ ଯୌତୁକ ମାଗିବା ପୂର୍ବରୁ ଜଣେ ଶହେଥର ଭାବିବ । ସମାଜରେ ସଚେତନତା ଆଣିବା ପାଇଁ ଗୋଟେ ଶେୟାର କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।