ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର ! ୧ ଜୁଲାଇରୁ ଏତେ ବଢିଯିବ ଦରମା

ବନ୍ଧୁଗଣ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି । ଆମ ଦେଶରେ ନିଯୁକ୍ତ ଥିବା ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନସନ କର୍ମୀ ମାନଙ୍କ ଭତ୍ତା ଜୁଲାଇ ୧ ତାରିଖରୁ ବଢିବାକୁ ଯାଉଛି ।

ଯେଉଁ କର୍ମଚାରୀ ମାନଙ୍କୁ ୧୭ ପ୍ରତିଶତ ଦରରେ ମିଳୁଥିଲା ସେମାନଙ୍କୁ ବର୍ତ୍ତମାନ ୨୮ ପ୍ରତିଶତ ବଢିବାକୁ ଯାଉଛି । ଏହି ମୌକାର ଫାଇଦା ସେହି କର୍ମଚାରୀ ମାନଙ୍କୁ ଦରମା ଆକାରରେ ବୃଦ୍ଧି କରାଯିବ ବୋଲି ଖବର ପ୍ରକାଶ କରା ଯାଇଛି । ଏହା ଛଡା ଆଉ ଏକ ନୂତନ ଖବର ପ୍ରକାଶ କରା ଯାଇଛି । ଯେଉଁ କର୍ମଚାରୀ ମାନଙ୍କର ୩ ମାସ ହେବ କିସ୍ତି ରହି ଯାଇଛି ସେମାନଙ୍କୁ ତାଙ୍କର ସେହି କିସ୍ତି ମିଳିବାକୁ ଯାଉଛି ।

କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ବର୍ତ୍ତମାନ ୧୭ ପ୍ରତିଶତ ଦରରେ ଡିଏ ପଇଠ କରା ଯାଉଛି ଯାହା ବର୍ତ୍ତମାନ ୧୧ ପ୍ରତିଶତ ବଢିଯାଇ ୨୮ ପ୍ରତିଶତ ହୋଇଯିବ । ସିଧାସଳଖ ହବେ କହିବାକୁ ଗଲେ କର୍ମଚାରୀ ମାନଙ୍କର ଦରମା ବଢିବାକୁ ଯାଉଛି ।

କର୍ମଚାରୀ ମାନଙ୍କୁ ୨ ବର୍ଷର ଡିଏର ଫାଇଦା ଏକାଥରେ ମିଳିବାକୁ ଯାଉଛି । କାରଣ ଜାନୁଆରୀ ୨୦୨୦ରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ମହଙ୍ଗା ୪ ପ୍ରତିଶତ ବଢିଥିଲା । ଏହା ପରେ ଦିତୀୟ ୬ ମାସିକ ଜୁନ ମାସ ୨୦୨୦ରେ ୩ ପ୍ରତିଶତ ବଢିଥିଲା । ବର୍ତ୍ତମାନ ୨୦୨୧ରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢିଛି ଅର୍ଥାତ ୨୮ ପ୍ରତିଶତ ବଢିଛି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ ମାନକର ପେ-ମ୍ୟାଟ୍ରିକ୍ସ ଅନୁସାରେ ସାଲାରି ୧୮ ହଜାର ଟଙ୍କା ରହିଛି । ଏହି ସାଲାରୀରେ ୧୫ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯିବ ବୋଲି ଆଶା କରା ଯାଉଛି ।

ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ମାସିକ ଦରମାରେ ୨୭୦୦ ଟଙ୍କା ଅଧିକ ଯୋଡା ଯିବ । ବାର୍ଷିକ ଆଧାରରେ ଦେଖିବାକୁ ଗଲେ ମହଙ୍ଗା ଭତ୍ତା ୩୨୪୦୦ ଟଙ୍କା ବଢିଯିବ । ବର୍ତ୍ତମାନ ଯଦି କୌଣସି କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ମୂଳ ବେତନ ପେ-ମ୍ୟାଟ୍ରିକ୍ସ ଅନୁସାରେ ୧୮,୦୦୦ ଟଙ୍କା ରହିଛି ତେବେ ବେତନ ୪୬,୨୬୦ ଟଙ୍କା ରହିଛି । ଏହି ବେତନରେ ବର୍ତ୍ତମାନ ମହଙ୍ଗା ଭତ୍ତା DA, ଯାତ୍ରା ଭତ୍ତା TA, ମେଡିକାଲ କମ୍ପନସେଶନ ଓ hra ଭଳି ଭତ୍ତା ଆଡ କରାଯିବ । ଏହା ପରେ ସଠିକ ଦରମା ନିର୍ଧାରିତ କରାଯିବ ।


ଜୁନ ମାସରେ ୪ ପ୍ରତିଶତ ବଢିବ ଡିଏ : ଜୁନ ୨୦୨୧ରେ ମହଙ୍ଗା ଭତ୍ତାକୁ ଆଧାର କରି ଘୋଷଣା କରାଯିବ । ଖବର ଅନୁଯାୟୀ ୪ ପ୍ରତିଶତ ଡିଏ ବଢିବ ବୋଲି ଅନୁମାନ କରା ଯାଉଛି । ଯଦି ଏପରି ହେବ ତେବେ ଜୁଲାଇ ୧ରେ ୩ଟି କିସ୍ତି ପଇଠ ପରେ ଆସନ୍ତା ୬ ମାସରେ ୪ ପ୍ରତିଶତ ପଇଠ ବଢିବ ।

ବର୍ତ୍ତମାନ ଡିଏର ପେମେଣ୍ଟ ୧୭ ପ୍ରତିଶତ ହିସାବରେ ହେଉଛି । କେନ୍ଦ୍ର ସରକାର ଏହାକୁ ପ୍ରତି ୬ ମାସରେ ରିୱାଇସ କରନ୍ତି । ମହଙ୍ଗା ଭତ୍ତା ସର୍ବମୋଟ ୩୨ ପ୍ରତିଶତ ହେବାର ସମ୍ଭାବନା ରହିଚି। ବର୍ତ୍ତମାନ କର୍ମଚାରୀ ଓ ପେନସନ କର୍ମୀଙ୍କୁ ଅଲଗା ଡିଏ ମିଳୁଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।