କେବେ ଶେଷ ହେବ କରୋନା ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ତେବେ ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ବାହାରୁଛି, ‘କେବେ ଅନ୍ତ ହେବ ଏହି ଭୟାନକ ମହାମାରୀ କରୋନାର?’ ଚୀନର ଉହାନ୍ ସହରରୁ ଆରମ୍ଭ ହୋଇ ଭାରତ ଓ ସାରା ଦୁନିଆରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି ଏହି ମହାମାରୀ।

ଏହାର କଣ ଶେଷ ଘଟିବ ନା ଏପରି ପ୍ରତି ବର୍ଷ ଏହା ଜୀବନ ହାନି କରୁଥିବ ଓ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଉଥିବ? ବର୍ତ୍ତମାନ ଏହିପରି ଅନେକ ଦ୍ଵନ୍ଦ ରହିଛି ରହିଛି ମନୁଷ୍ୟ ମନରେ। ତେବେ ଚାଲନ୍ତୁ ଜାଣିବା ବିଶେଷଜ୍ଞ ଏହି ବିଷୟରେ କଣ କହୁଛନ୍ତି।ଆମ ଦେଶରେ ୨୦୨୦ ମସିହା ଜାନୁୟାରୀ ମାସରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ମାସରୁ ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରି ଦେଇଥିଲେ।

ତେବେ କରୋନାର ପ୍ରଥମ ଲହରକୁ ସଫଳତା ର ସହ ସାମନା କରିବା ପରେ ଦେଶରେ ସ୍ଥିତି ସାମାନ୍ୟ ସୁଧାର ହୋଇଥିଲା। ମାତ୍ର ପୁଣି ଥରେ ସାତ ରୁ ଆଠ ମାସ ଭିତରେ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ଖୁବ୍ ବଢ଼ି ଯିବାରୁ ବର୍ତ୍ତମାନ ଆଉ ଥରେ ଆମେ ଲକ୍ ଡାଉନ୍ ସମୟ ଦେଇ ଅତିବାହିତ କରୁଛୁ।

ଏପରି ପ୍ରାୟ ଦେଢ଼ ବର୍ଷ ଆମେ କରୋନା ମଧ୍ୟ ଦେଇ ବିତାଇ ସାରିଲୁଣି। ତେବେ ବିଶେଷଜ୍ଞଙ୍କ ଆହୁରି ଦେଢ଼ ବର୍ଷ ତଥା ୨୦୨୨ ଶେଷ ସୁଦ୍ଧା ଆମକୁ ଏହିପରି କରୋନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଯେତେବେଳେ ଆମ ଦେଶର ସମସ୍ତ ଲୋକ ଭଲ ଭାବେ ଟୀକାକରଣ କରିବେ ଓ ସମସ୍ତେ କରୋନା ନିୟମାବଳୀକୁ ଯତ୍ନର ସହ ପାଳନ କରିବେ, ସେତେବେଳ ପର୍ଯ୍ୟନ୍ତ କରୋନା ସମ୍ପୂର୍ଣ୍ଣ ଭାବେ ଯିବ ନାହିଁ।

କରୋନାର ଦ୍ଵିତୀୟ ଲହର ଆସିବାର ମୁଖ୍ୟ କାରଣ ହେଉଛି ଆମର ଅବହେଳା। ଯେମିତି ପ୍ରଥମ ଲହର ଥମିଲା ସମସ୍ତେ ଅବହେଳା କଲେ ଓ କରୋନା ନିୟମାବଳୀ ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା ଆଦି କୁ ଅବହେଳା କରିବାକୁ ଲାଗିଲେ। ସବୁ କିଛି ଭୁଲି ସମସ୍ତେ ବିବାହ ଓ ସଭା ସମିତି ସବୁ ଆୟୋଜନ କରିବାକୁ ଲାଗିଲେ, ବିନା କାରଣରେ ବୁଲାବୁଲି କରିବାକୁ ଲାଗିଲେ ଏହି ସବୁ କାରଣରୁ ଦ୍ଵିତୀୟ ଲହର ଅଧିକ ବ୍ୟାପିଲା।

ସହର ଏବଂ ଗାଆଁ ଗଣ୍ଡା ସବୁ ସ୍ଥାନରେ ସଂକ୍ରମଣ ତୀବ୍ର ଗତିରେ ବ୍ୟାପିଗଲା ଓ ଅନେକ ଲୋକ ମୃତ୍ୟୁ ବରଣ କଲେ। ଗାଁ ମାନଙ୍କରେ ସମସ୍ତେ କରୋନା ଟେଷ୍ଟ ନ କରିବା ଦ୍ୱାରା ସଠିକ୍ ମୃତ୍ୟୁ ହାର ମଧ୍ୟ ଜାଣି ହେଲା ନାହିଁ। ତେବେ ବର୍ତ୍ତମାନ ମୃତୁ ହାରକୁ ଦେଖି କରୋନାର ଏହି ଦ୍ଵିତୀୟ ଲହର ଶେଷ ହେବା ପାଇଁ ଆହୁରି ଦୁଇରୁ ଚାରି ମାସ ଲାଗିପାରେ ବୋଲି ବିଶେଷଜ୍ଞଙ୍କ ମତ।

ତା ପରେ ଆସନ୍ତା ବର୍ଷ ଆରମ୍ଭ ହୋଇପାରେ ତୃତୀୟ ଲହର। ମାତ୍ର ଦେଶର ସମସ୍ତ ଲୋକ ଯଦି ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ଓ କରୋନା ନିୟମ ସବୁ ବିଶ୍ଵସ୍ତ ହୋଇ ପାଳନ କରିବେ ତେବେ ତୃତୀୟ ଲହରକୁ ଶୀଘ୍ର ସଫଳତା ର ସହ ରୋକା ଯାଇ ପାରିବ। ଏବଂ ପ୍ରାୟତଃ ୨୦୨୨ ମସିହା ଶେଷ ସୁଦ୍ଧା କରୋନାକୁ ସମ୍ପୂର୍ଣ୍ଣ ପରାସ୍ତ କରିହେବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।