ଟ୍ରକ୍ ତଳେ ପଶିଗଲେ ବାଇକ ଆରୋହୀ, ଆଉ ତାପରେ ହେଲା କିଛି ଏମିତି କି ନଦେଖିଲେ ବିଶ୍ଵାସ ହେବନି, ଦେଖନ୍ତୁ Shocking Viral Video

ପ୍ରତିଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇ ଥାଆନ୍ତି ଓ କେତେକ ଆହତ ମଧ୍ୟ ହୋଇଥାନ୍ତି । ମାତ୍ର ଅନେକ ଥର ଚମତ୍କାର ଭାବେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାର ମଧ୍ୟ ଦେଖିବାକୁ ମିଳେ ।

ତେବେ ଏହିପରି ଏକ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଥିବା ଦୁଇ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଚାଲନ୍ତୁ ଜାଣିବା ଘଟଣାଟି କିପରି ଓ କେଉଁଠି ଘଟିଛି । ତେବେ ଏହି ଚମତ୍କାର ଘଟଣା ଟି ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ସହରର ଘଟିଛି ।

ଦୁଇ ଯୁବକ ମୃତ୍ୟୁ ର କେତେ ପାଖରୁ କିପରି ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାହା ଦେଖିଲେ ଛାତି ଥରାଇ ଦେବ । ଏହିପରି ଚମତ୍କାର ଭାବେ ବହୁତ କମ୍ ଲୋକ ମୃତ୍ୟୁ ମୁଖରୁ ବଞ୍ଚି ଯାଇ ପାରନ୍ତି । ଘଟଣା ଟି ଏତେ ଲୋମହର୍ଷକ ଓ ଆଶ୍ଚର୍ଯ୍ୟଜନକ ଅଟେ ଯେ, ଯଦି ତାହା ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇ ନ ଥାଆନ୍ତା ତା ହେଲେ ବିଶ୍ବାସ କରିବା କଷ୍ଟ ହୋଇଥାନ୍ତା ।

ମୁର୍ଶିଦାବାଦ ର ବଡବା ଇଲାକାରେ ଏକ ଟ୍ରକ୍ ଯାଉଥିବା ସମୟରେ ବିପରୀତ ପାର୍ଶ୍ୱରୁ ଏକ ମୋଟର ସାଇକେଲ ରେ ଅତି ତୀବ୍ର ଗତିରେ ଦୁଇ ଜଣ ଯୁବକ ଆସୁଥିଲେ । ସେହି ସମୟରେ ମୋଟର ସାଇକେଲ ଆରୋହୀ ନିୟନ୍ତ୍ରଣ ହରାଇ ଦେବାରୁ ବାଇକ୍ ଟି ଖସି ଯାଇ ଦୁଇଜଣ ଟ୍ରକ୍ ତଳେ ପଶି ଯାଇଥିଲେ ।

ଏହା ଦେଖି ସ୍ଥାନୀୟ ଲୋକ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ଏହା ପରେ ଟ୍ରକ୍ ଚାଳକ ବ୍ରେକ ଲଗାଇ ଥିଲେ । ମାତ୍ର ବ୍ରେକ ଲଗାଇବା ମାତ୍ରେ ଦୁଇ ଜଣ ଯାକ ଯୁବକ ଟ୍ରକ୍ ତଳୁ ଘୋଷାଡି ହୋଇ ବାହାରକୁ ବାହାରି ଆସିଥିଲେ ।

ଏକ ଭୟଙ୍କର ଦୁର୍ଘଟଣା ରୁ ଦୁଇ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ ଓ ଗମ୍ଭୀର ଭାବେ ଆହତ ହେବାରୁ ମଧ୍ୟ ରକ୍ଷା ପାଇ ଯାଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।