ଚୀନ ବନେଇ ଦେଲା ଏପରି ଜିନିଷ କି ଆମେରିକା ୟୁରୋପ ଠାରୁ 30 ବର୍ଷ ଆଗେଇ ଯିବ, ଜାଣନ୍ତୁ ପୁରା ଘଟଣା

ଚୀନ ରୁ ପୁଣି ଥରେ ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି । ଜଣା ପଡିଛି ଯେ ଚୀନ ଭବିଷ୍ୟତରେ ଉଡିବାକୁ ଯାଉଥିବା ହାଇପରସୋନିକ ବିମାନ ପାଇଁ ଏକ ହାଇପରସୋନିକ ଟନେଲ ତିଆରି କରିବାକୁ ଯାଉଛି ।

ସେଠାରେ ବିମାନ ଗୁଡ଼ିକର ପରୀକ୍ଷଣ କରିବା ପାଇଁ ୨୩୦୦୦ ମାଇଲ ପ୍ରତି ଘଣ୍ଟା ବା ୩୭୦୧୩ କିଲୋମିଟର ପ୍ରତି ଘଣ୍ଟା ବେଗରେ କରା ଯିବ । ତେବେ ଅନୁମାନ କରା ଯାଉଛି ଏହା କରିବା ଦ୍ୱାରା ଚୀନ ଅନ୍ୟ ବିକଶିତ ଦେଶ ଗୁଡ଼ିକ ଠାରୁ ୩୦ ବର୍ଷ ଆଗୁଆ ରହିବ । ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ ର ଜଣେ ଗବେଷଜ୍ଞ ହାନ ଗୁଲେଇ କହିଛନ୍ତି କି

ଏହି ହାଇପରସୋନିକ ଟନେଲରେ ବିମାନ ଗୁଡ଼ିକର ପରୀକ୍ଷଣ ଧ୍ୱନି ର ବେଗ ଠାରୁ ତିରିଶ ଗୁଣ ଅଧିକ ବେଗରେ କରା ଯିବ । ଖବର ଅନୁସାରେ ଚୀନ ଏହି ପରୀକ୍ଷଣ କରିବା ଦ୍ୱାରା ଆମେରିକା ଓ ୟୁରୋପ ପରି ଅନ୍ୟ ଶକ୍ତିଶାଳୀ ଦେଶ ମାନଙ୍କ ଠାରୁ ପ୍ରାୟତଃ କୋଡ଼ିଏ ରୁ ତିରିଶି ବର୍ଷ ଆଗକୁ ଆଗେଇ ଯିବ ।

ଚୀନ, ଆମେରିକା ଓ ଋଷ୍ ପରି ଦେଶ ଗୁଡ଼ିକ ମିଶାଇଲ ସମେତ ହାଇପରସୋନିକ ବିମାନ ଉଡାଣ ପ୍ରଦ୍ୟୋଗିକ ବିକାଶ ନିମନ୍ତେ ମୋଟ ଅଙ୍କର ନିବେଶ କରିଛନ୍ତି । ଏହି ନୂଆ ଟେକନିକ୍ ସୁପର୍ ଫାଷ୍ଟ ଜେଟ୍ ପାଇଁ ଦୁନିଆର ଯେ କୌଣସି କୋଣକୁ କେବଳ ଦୁଇ ଘଣ୍ଟା ବା ତା ଠାରୁ କମ୍ ସମୟରେ ଉଡାଣ ଭରିବା ସମ୍ଭବ କରାଇ ପାରିବ ।

ଅର୍ଥାତ୍ ଆଉ ଟିକେ ବୁଝାଇ କହିଲେ ଏହି ହାଇପରସୋନିକ ବିମାନ କେବଳ ଗୋଟିଏ ଘଣ୍ଟାରେ ପୃଥିବୀକୁ ତିନି ଥର ପରିଭ୍ରମଣ କରି ପାରିବ । ହାଇପରସୋନିକ ବିମାନର ଟିକେଟ ର ମୂଲ୍ୟରେ ୯୦ ପ୍ରତିଶତରୁ ଅଧିକ କାଟ କରା ଯାଇ ପରେ, ଯାହା ଦ୍ଵାରା କୌଣସି ସାଧାରଣ ମନୁଷ୍ୟ ପାଇଁ ମଧ୍ୟ ଅନ୍ତରୀକ୍ଷ କୁ ଯାତ୍ରା କରିବା ସହଜ ହୋଇ ଯାଇ ପାରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।