Krishna Vani- ସଫଳ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଥାଏ ଏହି 5 ବିଶେଷ ଗୁଣ, ଦେଖନ୍ତୁ ଆପଣଙ୍କ ପାଖରେ ତ ନାହିଁ !

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସଫଳ ହେବାକୁ ପ୍ରୟାସ କରିଥାଏ । ମାତ୍ର କେବଳ ଅଳ୍ପ କେତୋଟି ଲୋକ ନିଜ ଲକ୍ଷ ହାସଲ କରି ପାରନ୍ତି । କାରଣ ସମସ୍ତଙ୍କ ପାଖେ ସେହି ଗୁଣ ଏବଂ ବୁଦ୍ଧିମତା ନ ଥାଏ, ଯାହା ଏକ ସଫଳ ବ୍ୟକ୍ତି ପାଖେ ରହିବା ଉଚିତ୍ । ସେଥିପାଇଁ ସେମାନେ ନିଜ ଲକ୍ଷ ହାସଲ କରିବାରେ ଅସଫଳ ହୁଅନ୍ତି ବା ଲକ୍ଷ ସ୍ଥଳରେ ପହଞ୍ଚିବା ଆଗରୁ ହିଁ ଧୈର୍ଯ୍ୟହରା ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ଜଣେ ସଫଳ ବ୍ୟକ୍ତି ଠାରେ କେଉଁ ଗୁଣ ସବୁ ରହିଥାଏ ।

୧- କମ୍ କହିବା ଓ ଅଧିକ ଶୁଣିବା;- ସଫଳ ବ୍ୟକ୍ତିଙ୍କ ଠାରେ ଥିବା ପ୍ରଥମ ଗୁଣ ହେଉଛି ସେମାନେ ବହୁତ କମ୍ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି ଓ ଅଧିକ ଶୁଣିବାକୁ ଚେଷ୍ଟା କରନ୍ତି । ଆଉ ଯାହା ଶୁଣନ୍ତି,ତା ଠାରୁ ଅଧିକ ଗୁଣ କରି ଦେଖାଇଥାନ୍ତି । ଏମାନେ ଅନ୍ୟ ଲୋକଙ୍କ ଭଳି ଅଯଥାରେ ଗପିବାକୁ ଭଲ ପାଆନ୍ତି ନାହିଁ ଓ କୌଣସି କଳି ଝଗଡାରେ ମଧ୍ୟ ପଡନ୍ତି ନାହିଁ । ସେମାନେ କେବଳ ନିଜ କଥା ଓ କାର୍ଯ୍ୟରେ ମତଲବ୍ ରଖନ୍ତି ।

୨- ଅଧିକ ପଢ଼ିବା;- ସଫଳ ବ୍ୟକ୍ତି ମାନେ ପ୍ରାୟତଃ ନିଜ ଅଧ୍ୟୟନରେ ଅଧିକ ସମୟ ଦେବାକୁ ଭଲ ପାଆନ୍ତି । ଯେକୌଣସି ବିଷୟ ପ୍ରତି ନିଗୂଢ଼ ଭାବେ ଚିନ୍ତା କରନ୍ତି ଓ ସବୁକିଛି ବିସ୍ତାରରେ ଜାଣିବାକୁ ଚେଷ୍ଟା କରନ୍ତି । ଅନ୍ୟ ବ୍ୟକ୍ତିଙ୍କ ପରି ମାତ୍ର ଅଳ୍ପ କିଛି ଜାଣି ସବୁକିଛି ଜାଣିଲା ପରି ଦେଖାଇ ହୁଅନ୍ତି ନାହିଁ କି ବଢେଇ ଚଢ଼େଇ କଥା କୁହନ୍ତି ନାହିଁ । ବରଂ ଯେତେ ଅଧିକ ପଢ଼ିଲେ ମଧ୍ୟ ତାଙ୍କୁ ଲାଗିଥାଏ କି ସେ ଏବେ ମଧ୍ୟ ବହୁତ କମ୍ ଶିଖିଛନ୍ତି ।

୩- ଖୋଲା ଆଖିରେ ସ୍ବପ୍ନ ଦେଖିବା;- ସଫଳ ବ୍ୟକ୍ତି ସବୁବେଳେ ନିଜ ସମ୍ପୂର୍ଣ୍ଣ ହୋସ୍ ରେ ଖୋଲା ଆଖିରେ ସ୍ବପ୍ନ ଦେଖିବାକୁ ଓ ତାକୁ ପୁରା କରିବାକୁ ପ୍ରଯତ୍ନ କରିଥାନ୍ତି । କୌଣସି ବିଷୟ ବଢେଇ ଚଢ଼େଇ କହିବାକୁ ସେମାନେ ପସନ୍ଦ କରନ୍ତି ନାହିଁ । ତାଙ୍କ ପାଖେ ଯେତିକି ଜ୍ଞାନ ଥାଏ ସେତିକି ଜ୍ଞାନ ବିତରଣ କରିବାକୁ ଭଲ ପାଆନ୍ତି । ସଫଳ ବ୍ୟକ୍ତିଙ୍କୁ ସବୁବେଳେ ଜଣା ଥାଏ କି ସେ କଣ କରୁଛନ୍ତି ଓ ଆଗକୁ କଣ କରିବାକୁ ହେବ ।

୪- ଅସଫଳତାକୁ ଭୟ ନ କରିବା;- ସଫଳ ବ୍ୟକ୍ତିଙ୍କ ସବୁଠୁ ବିଶେଷ ଗୁଣ ହେଉଛି ସେମାନେ କେବେ ମଧ୍ୟ କୌଣସି ପ୍ରକାର ଅସଫଳତାକୁ ଭୟ କରନ୍ତି ନାହିଁ । ନିଜ ଅସଫଳତାରୁ ଶିକ୍ଷା ଗ୍ରହଣ କରି ପୁନର୍ବାର କାର୍ଯ୍ୟଟିକୁ କରିବାକୁ ଚେଷ୍ଟା କରନ୍ତି । ଅନ୍ୟ ବ୍ୟକ୍ତି ଛୋଟ ଛୋଟ ଅସଫଳତାରେ ହାର ମାନି ଯାଆନ୍ତି ଓ କାର୍ଯ୍ୟକୁ ଅଧାରୁ ଛାଡ଼ି ଦିଅନ୍ତି । ମାତ୍ର ସଫଳ ବ୍ୟକ୍ତି ସଫଳ ନ ହେବା ଯାଏ କେବେ ମଧ୍ୟ ଚେଷ୍ଟା କରିବାରୁ ବିରତ ହୁଅନ୍ତି ନାହିଁ ।

୫- ଏକା ରହିବାକୁ ଭଲ ପାଇବା;- ସଫଳ ବ୍ୟକ୍ତି ପ୍ରାୟତଃ ଏକା ରହିବାକୁ ଅଧିକ ପସନ୍ଦ କରନ୍ତି । ସବୁବେଳେ ଶାନ୍ତ ଓ ଉତ୍ତମ ମାହୋଲରେ ରହିବାକୁ ଇଚ୍ଛା କରନ୍ତି । କିଛି ନା କିଛି କାର୍ଯ୍ୟ ବିଷୟ ମନ ଭିତରେ ଅନବରତ ଭାବୁଥାନ୍ତି । ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବା ସହ ଅସହାୟ ଲୋକଙ୍କ ପାଇଁ କଣ କରି ପାରିବେ, ତାହା ମଧ୍ୟ ଚିନ୍ତା କରନ୍ତି ।