ପ୍ରାଇଭେଟ କମ୍ପାନୀର କର୍ମଚାରୀଙ୍କ ପାଇଁ ଆସିଲା ବଡ ଖୁସି ଖବର, ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଘରୋଇ କମ୍ପାନୀ ର ଚାକିରିଆ ଙ୍କ ପାଇଁ ଖୁସି ଖବର । ଏଣିକି କମ୍ପାନୀ ବଦଲାଇଲେ ଆଉ ଘାରି ବନି ଇପିଏଫଓ ଚିନ୍ତ । ଆଗରୁ ଘରୋଇ କର୍ମଚାରୀ ମାନେ ଯେଉଁ ସମସ୍ୟା ର ସମ୍ମୁଖୀନ ହେଉଥିଲେ । ତାହା ଆଉ ରହିବନି । ଗୋଟିଏ ସଂସ୍ଥା ରେ ଚାକିରୀ ଛାଡି ଅନ୍ୟ କେଉଁ ସଂସ୍ଥା ରେ ଯୋଗ ଦେଲେ ଅଟୋମେଟିକ ଟ୍ରାନ୍ସଫର ହୋଇଯିବ ଇପିଏଫ ଆକାଉଣ୍ଟ ।

ଆକାଉଣ୍ଟ ମରଜର ନେଇ ମଧ୍ୟ କୌଣସି ସମସ୍ୟା ରହିବ ନାହିଁ । କହିବାକୁ ଗଲେ ଆପଣଙ୍କ ଇପିଏଫ ନମ୍ବର ସେଇଆ ହିଁ ରହିବ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ପକ୍ଷରୁ କର୍ମଚାରୀ ଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯିବ । ସି ଡାକ ଦ୍ୱାରା ଏକ ସେଣ୍ଟ୍ରାଲାଇଜ ଆଇ ଟି ଏନାବ୍ଲଡ଼ ସିଷ୍ଟମ ବିକଶିତ ହେବ । ଏହି ସେଣ୍ଟ୍ରାଲାଇଜ ସିଷ୍ଟମ ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟ ଅନ୍ୟ ସଂସ୍ଥା ସହ ଯୋଗ ଦେଲେ ତାହା ମର୍ଜ ହୋଇଯିବ ।

ଅଲଗା ଅଲଗା ଆକାଉଣ୍ଟ କୁ ମର୍ଜ କରିବାରେ ଏହା ବେଶ ସହାୟକ ହେବ । ଗତ ୨୦ ତାରିଖରେ ବସିଥିବା ଇପିଏଫଓ ର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ଚାକିରି ଛାଡ଼ନ୍ତି ତେବେ ନୂଆ ଅଫିସ୍‌ରେ ପୁଣି ଥରେ ଏକ ନୂଆ ଇପିଏଫ୍ ଆକାଉଣ୍ଟ ଖୋଲା ଯାଇଥାଏ ଓ କର୍ମଚାରୀଙ୍କୁ ତାଙ୍କର ଟଙ୍କା ମିଳିଥାଏ ।

ପୂର୍ବ ସଂସ୍ଥାରେ ଥିବା ଇପିଏଫ୍ ଆକାଉଣ୍ଟ ନୂଆ କମ୍ପାନୀକୁ ଟ୍ରାନ୍ସଫର ହୋଇଯାଏ । ଏହା ଇପିସେଫଓ ର ମେମ୍ଵର ସେବା ପୋର୍ଟାଲରେ ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥାଏ । ଯଦି ସମ୍ପୃକ୍ତ କର୍ମଚାରୀଙ୍କ ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର ଆଧାର ସହ ଲିଙ୍କ୍‌ ହୋଇଥିବ, ତା’ହହେଲେ ଏହା ହୋଇପାରିବ ।

ଯଦି ଆଧାର ସହ ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବରଲିଙ୍କ୍‌ ହୋଇନଥିବ ତା’ହେଲେ କର୍ମଚାରୀଙ୍କୁ ନୂଆ ଇପିଏଫ ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର୍‌ ପାଇଁ ନୂଆ କର୍ମଚାରୀ ଭାବେ ଏକ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ । ତେବେ ଏହି ଖବର ଟି ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।