ସନ୍ନ୍ୟାସ ନେବାକୁ ସ୍ଥିର କରିଥିଲେ Kohli, ହେଲେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲା Rahul Dravid ଙ୍କ ଏହି କଥା, ନିଜେ ଖୁଲାସା କଲେ Virat Kohli

ଚଳିତ ଆଇପିଏଲରେ ହାଇଦ୍ରାବାଦ ବିପକ୍ଷ ମ୍ଯାଚରେ ଦମଦାର ଶତକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିରାଟ କୋହଲି । ଆଇପିଏଲରେ ତାଙ୍କ ବ୍ୟାଟିଂ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କ ମୁହଁ ଚୁପ୍ କରିଛନ୍ତି କୋହଲି । ଖାଲି ସେତିକି ନୁହେଁ ବରଂ ଚଳିତ ଆଇପିଏଲରେ 500 ରୁ ଅଧିକ ସ୍କୋର କରି କମାଲ ଦେଖାଇଛନ୍ତି କିଙ୍ଗ କୋହଲି । ହାଇଦ୍ରାବାଦ ବିପକ୍ଷରେ ମ୍ଯାଚ ଜିତିବା ପରେ RCB ର ପ୍ଲେ-ଅଫ୍ ଖେଳିବା ଆଶା ଉଜ୍ଜୀବିତ ରହିଛି ।

ବାଙ୍ଗାଲୋର ଏବେ ସୁଦ୍ଧା 13ଟି ମ୍ଯାଚରୁ 14 ପଏଣ୍ଟ ହାସଲ କରି ପ୍ଲେ-ଅଫ୍ ଦୌଡରେ ସାମିଲ ରହିଛି । ବାଙ୍ଗାଲୋର ଟ୍ରଫି ଉଠାଉ ବୋଲି ଫ୍ୟାନ୍ସ ମାନେ ମଧ୍ୟ ଆଶା ବାନ୍ଧିଛନ୍ତି । ଆଜି ଗୁଜୁରାଟ ବିପକ୍ଷ ମ୍ଯାଚ ଜିତି ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ବାଙ୍ଗାଲୋର ମଇଦାନକୁ ଓହ୍ଳାଇବ । ଏହାରି ଭିତରେ ହାଇଦ୍ରାବାଦ ବିପକ୍ଷ ମ୍ଯାଚରେ ବିଜୟ ହିରୋ ସାଜିଥିବା କୋହଲିଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଯାହା କୋହଲି ନିଜେ ଖୁଲାସା କରିଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ସହ ଆଲୋଚନା ବେଳେ କୋହଲି କହିଛନ୍ତି, ଯେତେବେଳେ ମୁଁ ବ୍ରେକରୁ ମଇଦାନକୁ ଫେରିଥିଲି ସେତେବେଳେ ମୁଁ ଭାବିଥିଲି ଏହା ମୋର ପ୍ରତିଯୋଗୀତା ମୂଳକ କ୍ରିକେଟ କ୍ଯାରିୟରର ଶେଷ ମାସ ହୋଇପାରେ । ଏଭଳି ଭାବନା ମୋତେ ଠିକ ଲାଗୁଥିଲା । କାରଣ ଭଗବାନ ମୋତେ ଯେତିକି ଦେଇଥିଲେ ସେଥିରେ ମୁଁ ଖୁସି ଥିଲି । ମୁଁ ଜମା ବି ହତାଶ ନଥିଲି । କିନ୍ତୁ ଏସିଆ କପ୍ ରେ ପ୍ରଦର୍ଶନ ପୁଣି ଥରେ ମୋତେ କମବ୍ୟାକ୍ ସୁଯୋଗ ଦେଲା ।

କାରଣ ଆଫଗାନିସ୍ତାନ ବିପକ୍ଷରେ ଆନ୍ତର୍ଜାତୀୟ ଟି-20 କ୍ଯାରିୟରରେ ମୁଁ ପ୍ରଥମସତକ ଲଗାଇବାରେ ସଫଳ ହୋଇଥିଲି । ସେତେବେଳେ ରାହୁଲ ଦ୍ରାବିଡଙ୍କ ନିଷ୍ପତ୍ତିରେ ହଁ ମାରିବା ମୋ କ୍ରିକେଟ କ୍ଯାରିୟରକୁ ନୂଆ ମୋଡ ଦେଇଥିଲା । ମ୍ଯାଚର ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଓପନିଂ କରିବାକୁ କହିଥିଲେ ରାହୁଲ । ଆଉ ତାଙ୍କ ନିଷ୍ପତ୍ତିରେ ମୁଁ ହଁ ମାରିଥିଲି । ଓପନିଂ କରିବା ସହ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲି, ଆଉ ସେହିଠାରୁ ହିଁ ମୋ ପାଇଁ ସବୁକିଛି ପୂର୍ବବତ୍ତ ହୋଇଗଲା ।

ସେହିଠାରୁ ମୋତେ ପୁଣି ଥରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହ ମିଳିଥିଲା । ଏହା ଏଥିପାଇଁ ସମ୍ଭବ ହେଲା କାରଣ ମୋର ନିଜ ଉପରେ ଭରସା ଥିଲା । ଫ୍ୟାନ୍ସ ଯାହା ଚାହୁଁଛନ୍ତି ତାହା ପୁଣି ଥରେ ମୁଁ କରିବାକୁ ଚାହିଁଥିଲି । ଶେଷରେ କଠିନ ପରିଶ୍ରମର ଫଳ ମିଳିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।