NCB ଅଫିସର ସମୀର ୱାଙ୍ଖଡେଙ୍କୁ ଏମିତି କାକୁତିମିନତି ହୋଇଥିଲେ କିଙ୍ଗ ଖାନ, ଭାଇରାଲ ହେଉଛି ଶାହରୁଖଙ୍କ ହ୍ଵାଟ୍ସଆପ ଚାଟ୍ !

ଭାଇରାଲ ହେଉଛି ଶାହରୁଖ ଖାନଙ୍କ ହ୍ଵାଟ୍ସଆପ ଚାଟ୍ । ପୁଅ ଆରିୟନକୁ ନେଇ ଏମିତି କିଛି ଅନୁରୋଧ କରିଥିଲେ ଶାହରୁଖ । ଶାହରୁଖ ଲେଖିଥିଲେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋ ପରିବାର ଉପରେ ଦୟା କରନ୍ତୁ । ତାକୁ ଜେଲରେ ରହିବା ଦିଅନ୍ତୁ ନାହିଁ । ଏ ଦିନ ଟ ବିତିଯିବ ହେଲେ ସେ ମାନସିକ ଭାବେ ଭାଙ୍ଗି ପଡିବ । ଏହି ଭଲପାଇବା ଓ ନିବେଦନ ହେଉଛି ଜଣେ ବାପାର । ଖାଲି ଏତିକି ନୁହେଁ ବରଂ ଆହୁରି ଲମ୍ବା ଚଉଡା ମେସେଜ ଲେଖି ପୁଅକୁ ଜେଲରୁ ଛାଡିଦେବା ପାଇଁ ଅନୁରୋଧ କରିଥିଲେ ଶାହରୁଖ ।

NCB ର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଶାହରୁଖ କରିଥିବା ଅନୁରୋଧ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୁଅ ଆରିୟନ ପାଇଁ ଭାବବିହ୍ଵଳ ହୋଇ ସମୀର ୱାଙ୍ଖଡେଙ୍କୁ ଅନେକ ଗୁହାରି କରିଥିଲେ ଶାହରୁଖ । 2021 ଅକ୍ଟୋବରରେ ଶାହରୁଖଙ୍କ ପୁଅ ଆରିୟନ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ । ଠିକ ଏହାପରେ ୱାଙ୍ଖଡେଙ୍କ ନିକଟରେ ଏମିତି କିଛି କାକୁତି ମିନତୀ କରିଥିଲେ ବଲିଉଡ ବାଦଶାହ ଶାହରୁଖ ଖାନ ।

ଶାହରୁଖଙ୍କ ଏହି ଲମ୍ବା ଚାଟ୍ ରେ ଏମିତି କିଛି ପ୍ରଶ୍ନ ରହିଛି ଯାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି । ଖାଲି ଶାହରୁଖ କରିଛନ୍ତି ତାହା ନୁହେଁ ବରଂ ୱାଙ୍ଖଡେ ମଧ୍ୟ ଏହି ମେସେଜ ର ଉତ୍ତର ରଖିଛନ୍ତି । ମୁଁ ଜଣେ ଜୋନାଲ ଡାଇରେକ୍ଟର ବଦଳରେ ଜଣେ ସାଙ୍ଗ ଭଳି କଥା ହୋଇଥାନ୍ତି ଓ ଆପଣଙ୍କ ପରିସ୍ଥିତିକୁ ବୁଝି ପାରିଥାନ୍ତି । କିଛି ଲୋକ ପୁରା ମାହୋଲକୁ ଖରାପ କରିବାକୁ ଚାହୁଁଛନ୍ତି ହେଲେ ମୁଁ ପିଲାଙ୍କୁ ସୁଧାରିବା ପାଇଁ ଚେଷ୍ଟା କରିବାକୁ ଚାହୁଁଛି ।

ଦୁହିଁଙ୍କ ମଧ୍ୟରେ ଏଭଳି ଅନେକ ଜରୁରୀ କଥା ହୋଇଥିଲା । ନିକଟରେ ଅଭିଯୋଗ ହୋଇଥିଲା କି ଆରିୟନଙ୍କ ମାମଲାରେ ସମୀର ୱାଙ୍ଖଡେ ଶାହରୁଖଙ୍କ ଠାରୁ 25 କୋଟି ଲଞ୍ଚ ନେଇଥିଲେ । ବର୍ତ୍ତମାନ CBI ଏହି ମାମଲାର ତଦନ୍ତ କରୁଛି । ତେଣୁ ନିଜ ବିରୋଧରେ ହୋଇଥିବା ଏତଲାକୁ ରବ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସମୀର ୱାଙ୍ଖଡେ । ଆବେଦନରେ ସମୀର ତାଙ୍କ ହ୍ଵାଟ୍ସଆପ ଚାଟ୍ ମଧ୍ୟ ଦେଇଛନ୍ତି ।

କ୍ରୁସ୍ ଡ୍ରଗ୍ସ ମାମଲାରେ ଆରିୟନ ଗିରଫ ହୋଇ କିଛିଦିନ ଜେଲରେ ରହିଥିଲେ ଓ ପରେ ପ୍ରମାଣ ଅଭାବରୁ ମୁକୁଳିଥିଲେ । NCB ମଧ୍ୟ ତାଙ୍କୁ କ୍ଳିନଚିଟ୍ ଦେଇ ସାରିଥିବା ବେଳେ ବର୍ତ୍ତମାନ ଫସି ଯାଇଛନ୍ତି ତାଙ୍କୁ ଗିରଫ କରିଥିବା NCB ଅଫିସର ସମୀର ୱାଙ୍ଖଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।