ବ୍ଯାଙ୍କରେ ଆକାଉଣ୍ଟ ନଥିଲେ କେମିତି ପରିବର୍ତ୍ତନ କରିବେ 2 ହଜାର ନୋଟ ? ଏନେଇ କଣ କହୁଛି RBI ନିୟମ ?

ପାଖରେ ଯଦି 2 ହଜାର ଟଙ୍କିଆ ନୋଟ ଅଛି ତେବେ କଣ କରିବେ ? ବ୍ଯାଙ୍କରେ ଆକାଉଣ୍ଟ ନଥିଲେ କେମିତି ଫେରାଇବେ ଏହି ନୋଟ ? ବଜାରରେ ଥିବା ସମସ୍ତ 2 ହଜାର ଟଙ୍କିଆ ନୋଟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ । ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି ଯେଉଁମାନଙ୍କ ବ୍ଯାଙ୍କ ଆକାଉଣ୍ଟ ନାହିଁ ସେମାନେ କେମିତି ଫେରସ୍ତ କରିବେ ଏହି ନୋଟ ? ଆସନ୍ତା ସେପ୍ଟେମ୍ବର 30 ତାରିଖ ଯାଏଁ ଦୁଇ ହଜାର ଟଙ୍କିଆ ନୋଟ ର ଲିଗାଲ ଟେଣ୍ଡର ବଳବତ୍ତର ରହିବ ।

ଅର୍ଥାତ ଦୁଇ ଟଙ୍କିଆ ନୋଟକୁ ବ୍ଯାଙ୍କରେ ପରିବର୍ତ୍ତନ କରିବା ପାଇଁ ସେପ୍ଟେମ୍ବର 30 ସୁଦ୍ଧା ସମୟ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ମାନଙ୍କର ବ୍ଯାଙ୍କରେ ଆକାଉଣ୍ଟ ନାହିଁ ସେମାନେ କିପରି ଦୁଇ ହଜାର ଟଙ୍କିଆ ନୋଟ ପରିବର୍ତ୍ତନ କରିବେ ? RBI ସ୍ପଷ୍ଟ ଭାବେ କହିଛି କି, ଦେଶର ଯେକୌଣସି ବ୍ଯାଙ୍କ କିମ୍ବା ବ୍ଯାଙ୍କ ବ୍ରାଞ୍ଚରେ ଲୋକେ ନୋଟ ପରିବର୍ତ୍ତନ କରିପାରିବେ । ଏହାର ଅର୍ଥ ନୋଟ ପରିବର୍ତ୍ତନ କରିବା ପାଇଁ ବ୍ଯାଙ୍କରେ ଖାତା ରହିବା କୌଣସି ବାଧ୍ୟତାମୂଳକ ନୁହେଁ ।

ଯେକୌଣସି ବ୍ୟକ୍ତି ଯେକୌଣସି ବ୍ଯାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ପରିବର୍ତ୍ତନ କରିପାରିବେ । ତେବେ କଣ ରହିଛି ନୋଟ ପରିବର୍ତ୍ତନ କରିବାର ଲିମିଟ୍ ? ଯେଉଁ ମାନଙ୍କ ପାଖେ ଦୁଇ ହଜାର ଟଙ୍କିଆ ନୋଟ ଅଛି ସେମାନେ ଆସନ୍ତା ମେ’ 23 ତାରିଖ ଠାରୁ ସେପ୍ଟମ୍ବର 30 ତାରିଖ ମଧ୍ୟରେ ବଦଳାଇ ପାରିବେ ।

କିନ୍ତୁ RBI ର ନିଷ୍ପତ୍ତି ଅନୁସାରେ ଜଣେ ବ୍ୟକ୍ତି ଥରକେ 20 ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ । ଏପରିକି ଗ୍ରାହକଙ୍କୁ ଆଉ ଦୁଇ ହଜାର ଟଙ୍କିଆ ନୋଟ ନ ଦେବାକୁ RBI ବ୍ଯାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛି । ତଥାପି ଏହି ନୋଟ ର ଲିଗାଲ ଟେଣ୍ଡର ବଳବତ୍ତର ରହିବ । ନଭେମ୍ବର 2016 ରେ ନୋଟବନ୍ଦୀ ପରେ ନୂଆ କରି ଦୁଇ ହଜାର ଟଙ୍କିଆ ନୋଟ ପ୍ରଚଳନ ହୋଇଥିଲା । ହେଲେ 2018 ମାର୍ଚ୍ଚ ଠାରୁ ଏହି ନୋଟ ଛାପିବା ବନ୍ଦ କରି ଦେଇଥିଲା RBI ।

ଏବେ କିନ୍ତୁ ଏହି ନୋଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି RBI । ଯାହାକୁ ଛୋଟ ନୋଟବନ୍ଦୀ ବୋଲି କୁହାଯାଉଛି । ଦରକାର ପଡିଲେ ଏହି ସମୟସୀମାରେ ବୃଦ୍ଧି କରିବେ ବୋଲି ମଧ୍ୟ କହିଛନ୍ତି RBI । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।