ସଞ୍ଜୁ ସାମସନଙ୍କୁ କ୍ରିକେଟର କରିବା ପାଇଁ ବାପା କରିଥିଲେ କିଛି ଏମିତି କାମା… ଏବେ ପୁଅ IPLରେ କରୁଛି କ୍ୟାପଟେନ୍ସି

ଭାରତୀୟ କ୍ରିକେଟର ମାନେ ନିଜର ସାନଦାର ଖେଳରେ ନିଜ ପାଇଁ ନୂଆ ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜ ଦକ୍ଷତାର ଖୁବ ଭଲ ପ୍ରଦର୍ଶନ କରିଛନ୍ତି । କେତେକ ଖେଳାଳି କ୍ରିକେଟରେ ବିଶ୍ଵ ରେକର୍ଡ କରିବା ପାଇଁ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ସେମାନଙ୍କ ମଧ୍ୟରୁ ସାଞ୍ଜୁ ସାମସନ ନିଜ ଜୀବନରେ ଅନେକ ଦୁଖ କଷ୍ଟ ସହି ଆଜି ଆପିଏଲରେ କ୍ଯାପଟେନ ଭାବରେ ନିଯୁକ୍ତ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ଜୀବନ କାହାଣୀ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ ଯାହା ଆଗରୁ କେହି କେବେ ଶୁଣି ନ ଥିବେ ।

ସଞ୍ଜୁ ସାମସନଙ୍କର କ୍ରିକେଟ କ୍ଯାରିଅର କେବଳ ତାଙ୍କ ପିତାଙ୍କ ପାଇଁ ସମ୍ଭବ ହୋଇ ପାରିଥିଲା ।ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବା ପାଇଁ ଅନେକ କଷ୍ଟ ସହିଥିଲେ ଓ ତାଙ୍କୁ ପ୍ରୋସ୍ଚାହନ ମଧ୍ୟ କରୁଥିଲେ । ସେ ତାଙ୍କ ଜୀବନରେ ଅନେକ କଷ୍ଟ ସାହି ଆଜିକା ଡେଟରେ ଜଣେ ଭଲ କ୍ରିକେଟର ଭାବେ ପରିଚୟ ପାଇ ପାରିଛନ୍ତି । ତାଙ୍କ ବାପାଙ୍କ ନାମ ବିଶ୍ଵନାଥ ସାମସନ ଅଟେ ଯିଏ ଜଣେ ଭଲ ପୋଲିସ କନେଷ୍ଟବଳର ଚାକିରୀ କରିଥିଲେ ।

ସେ ତାଙ୍କ ପୁଅ ସଞ୍ଜୁଙ୍କ ପାଇଁ ଦିନେ ପୋଲିସ ଚାକିରୀ ଛାଡି ଦେଇଥିଲେ । କାରଣ ବିଶ୍ଵନାଥ ସାମସନ ନିଜ ପୁଅ ସଞ୍ଜୁଙ୍କୁ ଯେ କୌଣସି ପରିସ୍ଥିତିରେ ଜଣେ ଭଲ କ୍ରିକେଟର ବନାଇବାକୁ ଚାହୁଥିଲେ । ଯେତେବେଳେ ସଞ୍ଜୁ ଦିଲ୍ଲୀ ଅଣ୍ଡର-୧୩ ରେ ଚୟନ ହୋଇନଥିଲେ ସେତେବେଳେ ତାଙ୍କ ପିତା ପୋଲିସ ଚାକିରୀ ଛାଡି ତାଙ୍କ ପୁରା ପରିବାର ସହ ଚେରୁଅନ୍ତପୁରମ ଚାଲି ଯାଇଥିଲେ । ସେତେବେଳେ ସଞ୍ଜୁ ସାମସନ ରାଜୋରି ସିନିୟର ସେକେଣ୍ଡାରୀ ସ୍କୁଲରେ ଛାତ୍ର  ଭାବେ ପାଠ ପଢୁଥିଲେ ।

ସଞ୍ଜୁ ତାଙ୍କ ଜୀବନରେ ଅନେକ କଷ୍ଟ ସାହି ୨୦୧୩ ମସିହା ଏପ୍ରିଲ ୧୪ ତାରିଖରେ ଇଣ୍ଡିଆନ ଟିମର ରାଜସ୍ଥାନ ରୟାଲ ପକ୍ଷରୁ ଡେବ୍ୟୁ କରିଥିଲେ । ପରେ ୨୦୧୪ ମସିହାରେ ସାଞ୍ଜୁ ଅଣ୍ଡର-୧୯ ଟିମରେ ସ୍ଥାନ ପାଇଥିଲେ । ଏହି ଟିମର ଅଧିନାଯକ ଭାବେ ସଞ୍ଜୁ ନିଯୁକ୍ତି ପାଇଥିଲେ । ଏହା ପରେ ସଞ୍ଜୁ ସାମସନ ୨୦୧୭ ମସିହାରେ ଆପିଏଲର କେନ୍ଦ୍ରବିନ୍ଦୁ ଭାବେ ପରିଚୟ ପାଇଥିଲେ । ସେ ଆପିଏଲର ଦଶମ ସିଜିନରେ ଦିଲ୍ଲୀ କ୍ୟାପିଟାଲ ମୁଖ୍ୟରୁ ଖେଳି ୧୦ଟି ବଲରେ ୧୦୨ ରନ କରି ସାନଦାର ଇନିଙ୍ଗ୍ସ ଖେଳିଥିଲେ ।

ବର୍ତ୍ତମାନ ରାଜସ୍ଥାନ ରୟାଲ ଦିତୀୟ ଥର ପାଇଁ ଟ୍ରଫି ହାସଲ କରିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଜାରି ରଖିଛି । ରାଜସ୍ଥାନ ରୟାଲ ଟିମର ଅଧିନାୟକ ଭାବେ ସଞ୍ଜୁ ସାମସନ ନିଜକୁ ପାଇଛନ୍ତି । ଏହାଛଡା ସଞ୍ଜୁ ମଧ୍ୟ ଟିମର ଦୃଢ ନେତୃତ୍ଵ ନେଉଛନ୍ତି । ଏହା ପରେ ସଞ୍ଜୁ କେରଳ ରଞ୍ଜୀ ଟିମରେ ସ୍ଥାନ ପାଇବା ପରେ ନିଜ ଦକ୍ଷତାର ଦମଦାର ପ୍ରଦର୍ଶନ କରିଥିଲେ ।

ଏହା ପରେ ସଞ୍ଜୁ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଚାରୁଙ୍କ ସହ ୨୦୧୮ ମସିହା ଡିସେମ୍ବର ୧୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ଯଦି ସଞ୍ଜୁ ସାମସନ କ୍ରିକେଟ ଦୁନିଆରେ ସଫଳତା ହାସଲ କରିଛନ୍ତି ତେବେ ତାହା କେବଳ ତାଙ୍କ ପିତାଙ୍କ ପାଇଁ ସମ୍ଭବ ହୋଇପାରିଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।