5 ଥର ଚେଷ୍ଟା ପରେ ବି ଯେତେବେଳେ ଭାଉଜ ହେଇପାରିଲା ନାହିଁ ମା’, ତ ଭଉଣୀ ହିଁ ହେଇଗଲା ପ୍ରେଗନେଣ୍ଟ, ନିଜ ଭାଇର ପିଲାକୁ ଦେଲା ଜନ୍ମ

ଆଗ କାଳରେ ଯଦି କୌଣସି ଝିଅ ପିଲା ଜନ୍ମ କରିପାରେ ନାହି ତେବେ ତାକୁ ସମାଜରେ ଅନେକ ପ୍ରକାରର ତାନା ଶୁଣିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ମେଡିକାଲ ସାଇନ୍ସରେ ବହୁତ ନୂଆ ପରିବର୍ତ୍ତନ ହୋଇ ଯାଇଛି । ଯାହା ଫଳରେ ସବୁ ରୋଗର ନିରାକରଣ କରାଯାଇ ପାରୁଛି । ମେଡିକାଲ ସାଇନ୍ସରେ ସରୋଗେସୀ ଟ୍ରିଟମେଣ୍ଟ କରା ଯାଉଛି ଯାହା ଦ୍ଵାରା ଜଣଙ୍କର ପିଲାକୁ ଅନ୍ୟ ଜଣେ ଗର୍ଭରେ ଧାରଣ କରି ପାରୁଛି ।

ଯଦି ଜଣେ ମହିଳା ତାର କୌଣସି କାରଣ ପାଇଁ ମା ହେଇପାରୁନି ତେବେ ଅନ୍ୟ ଜଣେ ଏହି ସରୋଗେସୀ ପ୍ରକ୍ରିୟା ମାଧ୍ୟମରେ ମା ହେଇ ପାରୁଛି । କିଛି ଦିନ ହେବ ୱାଂସିଙ୍ଗଟନର ବାସିନ୍ଦା ୨୭ ବର୍ଷର ହିଲଡ଼େ ପେରିଗର ନିଜ ଭାଇର ପିଲାକୁ ଜନ୍ମ ଦେଇଛନ୍ତି । ହିଲଡ଼େ ପେରିଗର ନିଜେ ତିନୋଟି ଛୁଆର ମା ହୋଇ ସାରିଛନ୍ତି । ଏହା ଛଡା ତାଙ୍କ ଭାଇ ଓ ଭାଉଜଙ୍କର ମଧ୍ୟ ଚାରୋଟି ଛୁଆ ଅଛନ୍ତି । ଭାଇ ଓ ଭଉଣୀ ମଧ୍ୟରେ ପ୍ରଚୁର ଭଲ ପାଇବା ରହିଛି ।

ଏମାନଙ୍କ ମଧ୍ୟରେ ଭଲ ବୁଝାମଣା ରହିବା ସହ ଗଭୀର ସମ୍ପର୍କ ମଧ୍ୟ ରହିଛି । ହିଲଡ଼େଙ୍କର ତାଙ୍କ ଭାଉଜଙ୍କ ସହ ମଧ୍ୟ ବହୁତ ଭଲ ସମ୍ପର୍କ ରହିବା ସହ ଦୁହିଙ୍କ ଭିତରେ ବୁଝାମଣା ମଧ୍ୟ ରହିଛି । ସେମାନଙ୍କ ପିଲା ମାନଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିଛି । ଦୁଇ ପରିବାର ହସଖୁସିରେ ନିଜ ଜୀବନ ଅତିବାହିତ କରନ୍ତି । ତାଙ୍କ ଭାଇ ଓ ଭାଉଜଙ୍କ ୪ଟି ପିଲା ଥିଲେ ମଧ୍ୟ ତାଙ୍କ ଭାଇଙ୍କର ଆଉ ଗୋଟେ ପିଲା ହେବା ପାଇଁ ଇଚ୍ଛା ରହିଥିଲା । ହିଲଡ଼େଙ୍କର ଭାଇ ଓ ଭାଉଜଙ୍କର ୪ଟି ପିଲା ଥିଲେ ମଧ୍ୟ ତାଙ୍କ ପରିବାର ଅଧୁରା ବା ସମ୍ପୂର୍ଣ ହୋଇନାହି ବୋଲି ସେମାନେ ଅନୁଭବ କରୁଥିଲେ ।

ଏହି କାରଣରୁ ତାଙ୍କ ଭାଇ ଓ ଭାଉଜ ଅନ୍ୟ ଗୋଟେ ପିଲା ଚାହୁଥିଲେ । କିନ୍ତୁ ଡକ୍ଟରଙ୍କ କହିବା ଅନୁସାରେ ହିଲଡ଼େଙ୍କ ଭାଉଜ ୪ଟି ପିଲାର ମା ହୋଇ ସାରିଛନ୍ତି । ତେଣୁ ଅନ୍ୟ ଏକ ପିଲାକୁ ଜନ୍ମ ଦେଲେ ତାଙ୍କର ଜୀବନ ପ୍ରତି ବିପଦ ରହିଛି । ଏହି କାରଣରୁ ହିଲଡ଼େ ନିଜ ଭାଇ ଓ ଭାଉଜଙ୍କର ଏହି ଦୁଖକୁ ନିଜର ଭାବି ତାଙ୍କ ପିଲାକୁ ଜନ୍ମ ଦେବା ପାଇଁ ନିଷ୍ପତି ନେଇଥିଲେ । ଏହା ପରେ ସେ ସରୋଗେସୀ ପ୍ରକ୍ରିୟାର ସାହାଜ୍ଯ ନେଇ ନିଜ ଭାଇ ଓ ଭାଉଜଙ୍କର ପିଲାକୁ ନଅ ମାସ ନିଜ ଗର୍ଭରେ ରଖି ତାଙ୍କ ପିଲାକୁ ଜନ୍ମ ଦେଇଛନ୍ତି।

ହିଲଡ଼େ ପେରିଗର ୨୦୨୧ ମସିହା ଜାନୁଆରୀ ମାସରେ ତାଙ୍କ ୩୫ ବର୍ଷର ଭାଇ ଇୱାନ ସେଲି ଓ ୩୩ ବର୍ଷର ଭାଉଜ କେଲସିୟଙ୍କ ୫ମ ପିଲାକୁ ଜନ୍ମ ଦେଇଛନ୍ତି । ତାଙ୍କ ଭାଇଙ୍କୁ ସାହାଜ୍ଯ କରିବା ପାଇଁ ହିଲଡ଼େ ତାଙ୍କ ଭାଇ ଓ ଭାଉଜଙ୍କର ପିଲାର ମା ହେବା ପାଇଁ ସରୋଗେସୀ ପ୍ରକ୍ରିୟାର ସାହାଜ୍ଯ ନେଇଥିଲେ ।

ଭାଇ ଓ ଭାଉଜଙ୍କର ପିଲାକୁ ଜନ୍ମ ଦେଇ ହିଲଡ଼େ ତାଙ୍କ ପରିବାରକୁ ପୁରା କରିଛନ୍ତି । ହିଲଡ଼େଙ୍କର ମଧ୍ୟ ସରୋଗେସୀ ମଦର ହେବାକୁ ଇଚ୍ଛା ଥିଲା ଯାହା ତାଙ୍କ ଭାଇ ଓ ଭାଉଜଙ୍କ ଯୋଗୁ ପୁରା ହେଇ ପାରିଲା । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।