ସାଙ୍ଗମାନେ ଜାତକ ମିଶେଇ ଦେଲେ ଆମେ ବାହା ହେଇଗଲୁ… ଜୀବନସାଥୀ ସିରିଏଲ ଅଭିନେତା Vikram Mohanty ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ଜୀସାର୍ଥକ ଓଡିଆ ଚ୍ଯାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ “ଜୀବନସାଥି” ଆପଣ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ରାଜୁ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରମ ମହାନ୍ତିଙ୍କ ଏକ ସ୍ଵତନ୍ତ୍ର ସାକ୍ଷାତକାର ଏବେ ସାମ୍ନାକୁ ଆସିଛି । କାରଣ ଆଗକୁ ତାଙ୍କର ଆଉ ଏକ ନୂଆ ସିରିଏଲ “କନ୍ୟାଦାନ” ଆରମ୍ଭ ହେବାକୁ ଯାଉଛି । କେବଳ ସେତିକି ନୁହେଁ ବରଂ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ଲିପ୍ସାଙ୍କ ସହ ମଧ୍ୟ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଫିଲ୍ମଟିର ଶୁଟିଙ୍ଗ ଶେଷ ହୋଇଥିବା ବେଳେ ଏହା ଥିଏଟରରେ ରିଲିଜ ନହୋଇ ସିଧା ଟିଭି ପରଦାରେ ଲୋକଙ୍କୁ ପରିବେଷଣ କରାଯିବ । ତେବେ ଏନେଇ ବିକ୍ରମ କହିଛନ୍ତି ଯେ, ସେମାନଙ୍କ କାମ ହେଉଛି ନିଜର 100% ଦେଇ ଅଭିନୟ କରିବା । ଏହାଛଡା ସେ ସେ ଅଭିନୟ କରୁଥିବା ଧାରାବାହିକ ଓ ଫିଲ୍ମଟିକୁ କେମିତି ଲୋକଙ୍କ ସାମ୍ନାକୁ ଅଣାଯିବ ତାହା କେବଳ ଚ୍ଯାନେଲର ମାଲିକ ତଥା ଫିଲ୍ମ ନିର୍ମାତା ନିଷ୍ପତ୍ତି ନେଇଥାନ୍ତି ।

ସେମାନେ ଯେହେତୁ ବହୁତ ଅଭିଜ୍ଞ ଲୋକ ତେଣୁ କେଉଁ ପ୍ରକାର ଭାବେ ତାହା ଲୋକଙ୍କ ସାମ୍ନାକୁ ଅଣାଯିବ ସେଇଟା ତାଙ୍କୁ ଭଲଭାବେ ଜଣା । ବର୍ତ୍ତମାନ କିଛି ବର୍ଷ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସଂଘର୍ଷ କରିଚାଲିଛି । ଓଡିଆ ଦର୍ଶକ ଏବେ ସବୁକିଛି ଅଲଗା ଆଶା ରଖୁଛନ୍ତି ଫିଲ୍ମ ଓ ସିରିଏଲକୁ ନେଇ । ତେଣୁ ସବୁକୁ ନଜରରେ ରଖି ଆସନ୍ତା 29 ତାରିଖରେ ହିଁ ତାଙ୍କର ଉଭୟ ଧାରିବାହିକ ଓ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

ବିକ୍ରମ 2020 ମସିହାରେ ତାଙ୍କର ଜଣେ ସହ ଅଭିନେତ୍ରୀଙ୍କୁ ବିବାହ କରିଥିଲେ । ଏନେଇ ପ୍ରଶ୍ନ କରାଯିବାରୁ ବିକ୍ରମ କହିଛନ୍ତି କି, ସେମାନେ ଭଲ ବନ୍ଧୁ ଥିଲେ । ହେଲେ ବାହାଘର ସେମାନଙ୍କ ସାଙ୍ଗମାନଙ୍କ ପାଇଁ ହୋଇପାରିଲା । କାରଣ ଦିନେ ତାଙ୍କର ପ୍ରଶାନ୍ତ ନାମକ ଜଣେ ସାନ ଭାଇ ଉଭୟଙ୍କ ଜାତକ ନେଇ ମିଶାଇଥିଲେ । ଜାତକ ମିଶିବା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଜାତକ ମିଶିଲା ତେଣୁ ସେମାନେ ବାହା ହୋଇଗଲେ ବିକ୍ରମ କହିଛନ୍ତି ।

ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ଓ ପ୍ରେମ ଥିବାବେଳେ ସାଙ୍ଗମାନଙ୍କ ଭୂମିକା ଏଥିରେ ଅଧିକ ରହିଥିଲା । ବିକ୍ରମଙ୍କର ଆଉ ଖାସ କଥା ହେଉଛି ସେ ନିରାମିଷ ଭୋଜନ କରନ୍ତି । ଅର୍ଥାତ ସେ ଆମିଷ ତ ଛାଡ ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ । ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇଛନ୍ତି ସେ ମେଡିଟେସନ କରିବା ଓ ଧର୍ମ ରୀତିନୀତି ପାଳନ କରିବାକୁ ମଧ୍ୟ ବେଶ ଭଲ ପାନ୍ତି ଓ ସେଥିରୁ ତାଙ୍କୁ ଶାନ୍ତି ମିଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।