ରାତିରେ ଏହାକୁ ଲଗେଇ ଶୋଇ ପଡନ୍ତୁ ଓ ସକାଳେ ଉଠି ଧୋଇ ଦିଅନ୍ତୁ, ବାଳ ଏତେ ଲମ୍ବା ହେବ ଯେ ଶେଷରେ କାଟିବାକୁ ପଡିବ

ନମସ୍କାର ବନ୍ଧୁଗଣ, ଆଜିକାଲି ଏହି ପ୍ରଦୂଷିତ ପରିବେଶରେ ଛୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇସାରିଛି । ଯାହାଫକରେ ଏହା ଏକ ବଡ ଚିନ୍ତାର ବିଷୟ ମଧ୍ୟ ପାଲଟି ସାରିଛି କେଶ ଝଡିବା ସମସ୍ୟାକୁ ଦୂର କରିବା ପାଇଁ ବହୁତ ପ୍ରକାର ଉପଚାର କରିଥିଲେ ମଧ୍ୟ ଆପଣ ବିଫଳ ହୋଇ ନିରାଶ ନିଶ୍ଚୟ ହୋଇଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ଜଣାଇବା ପାଇଁ ଯାଉଛି ତାହା ଆପଣ ମାନଙ୍କ ପାଇଁ ନିହାତି ଉପଯୋଗୀ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କ କେଶ ସମସ୍ୟା ଦୂର କରିବା ପାଇଁ ଆପଣ ପ୍ରଥମ ସାମଗ୍ରୀ ନିଅନ୍ତୁ ମିରିକାଳି ମଞ୍ଜି ବା flax seed । ଏହା ଏକ ଚମତ୍କାରୀ ଜିନିଷ ଅଟେ । ଏହା କେଶ ପାଇଁ ବହୁତ ଅଧିକ ଉପଯୋଗୀ ଅଟେ । ପ୍ରସ୍ତୁତ କରୁଥିବା ଉପାୟ ପାଇଁ ଆପଣ ମାତ୍ର ଏକ ଚାମଚ flax seed ନିଅନ୍ତୁ । ଦିତୀୟ ସାମଗ୍ରୀ ଭାବରେ ଆପଣ ଏକ ଚାମଚ ମେଥି ଦାନା ନିଅନ୍ତୁ ।

ତୃତୀୟ ସାମଗ୍ରୀ ଭାବରେ ଆପଣ ଗୋଲାପ ଫୁଲର ପାଖୁଡା ବ୍ୟବହାର କରନ୍ତୁ । ଆପଣ ଏହି ହେୟାର ସେରମ ଟିକୁ ପ୍ରସ୍ତୁତ କରିବା ପାଇଁ ଦୁଇ ଗ୍ଳାସ ପାଣି ଏକ ପାତ୍ରରେ ନେଇ ଗ୍ୟାସରେ ବସାନ୍ତୁ । ଏବେ ଆପଣ ଏହି ପାଣିରେ ଏକ ଚାମଚ flax seed ପକାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ମେଥି ଦାନା ପକାଇ ଦିଅନ୍ତୁ ।

ଏବେ ଆପଣ ଏଥିରେ ଅଳ୍ପ କିଛି ଗୋଲାପ ଫୁଲର ପାଖୁଡା ପକାଇ ଦିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ଆପଣ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇବା ଆବଶ୍ୟକ । ଭଲ ଭାବରେ ଏହା ଫୁଟିବା ପରେ ଜେଲ ଭଳି ହେବାକୁ ଲାଗିବ । flax seed ର ବ୍ୟବହାର ହୋଇଥିବା ହେତୁ ଏହା ଜେଲ ଭଳି ପ୍ରସ୍ତୁତ ହେବ । ଏହା ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏହାକୁ ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଥଣ୍ଡା ହୋଇଯିବା ପରେ ଆପଣ ଏହାକୁ ଛାଣି ଦିଅନ୍ତୁ । ଆପଣ ଏହାକୁ ଏକ କପଡା ମାଧ୍ୟମରେ ଛାଣିବା ଉଚିତ । ଛାଣି ସାରିବା ପରେ ଆପଣ ଏହାକୁ କୌଣସି ସ୍ପ୍ରେ ବଟଲରେ ସଗୃହିତ କରିକି ରଖିପାରିବେ । ଏବେ ଆପଣଙ୍କ ସେରମ ସମ୍ପୂର୍ଣ ଭାବରେ ପ୍ରସ୍ତୁତ । ଏବେ ଆପଣ ନିଜ କେଶ ମୂଳରେ ଭଲ ଭାବରେ ରାତିରେ ଲଗାଇ ମସାଜ କରନ୍ତୁ ଏବଂ ସକାଳେ ଉଠିବା ପରେ କେଶ ସଫା କରିବା ଅବଶ୍ୟକ ।

ଆପଣଙ୍କୁ ଏହା ମୁଣ୍ଡ ସଫା କରିବାର ପୂର୍ବ ଦିନ ରାତିରେ ଲଗାଇବା ଦରକାର । ଦେଖିବେ ଏହାର ପ୍ରୟୋଗ ଆପଣଙ୍କ କେଶକୁ ଲମ୍ବା ହେବା ସହ ଝଡିବା ପାଇଁ ମଧ୍ୟ ଦେବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।