ସକାଳୁ ଉଠି ଭୁଲରେ ବି କରନ୍ତୁ ନାହିଁ ଏହି 3 କାମ, ଏମିତି କରୁଥିଲେ ଧନୀ ବି ଖୁବ ଶୀଘ୍ର ହେଇଯିବେ କାଙ୍ଗାଳ

ନମସ୍କାର ବନ୍ଧୁଗଣ, ସକାଳର ସୂର୍ଯ୍ୟ ଉଦୟ ମଣିଷକୁ ସତେଜ ଏବଂ ଏକ ନୂଆ ଦିନର ଅନୁଭୂତି ଦେଇଥାଏ । ତେଣୁ ସକାଳର ଆରମ୍ଭ ସର୍ବଦା ଭଲ ହେବା ଦରକାର । ନିଜର ଦୈନଦିନ ଜୀବନରେ ଆମେ ଅନେକ ଭୁଲ କାର୍ଯ୍ୟ କରିଥାଉ ଯାହା ଆମକୁ କରିବା ଅନୁଚିତ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ଆପଣ ସକାଳୁ ଉଠିବା ପରେ କେଉଁ କରିବା ଉଚିତ ହୋଇନଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜଣାଇବା ସେହିସବୁ କାର୍ଯ୍ୟ ସମ୍ପର୍କରେ ।

ପ୍ରଥମ: ସକାଳୁ ଉଠିବା ପରେ କେବେ ମଧ୍ୟ କାହା ସହ ବାଦ ବିବାଦ କରନ୍ତୁ ନାହିଁ ବା ଆପଣଙ୍କ ମନରେ କୌଣସି ଖରାପ ଭାବନ ଆଣନ୍ତୁ ନାହିଁ । ସକାଳୁ ଉଠିବା ପରେ ନିଜରଜୀବନ ସାଥି ତଥା ପରିବାର ଲୋକଙ୍କ ସହ ବାଦ ବିବାଦ ନକରି ତାଙ୍କ ସହ ପ୍ରସନ୍ନତାର ଦେଖା କରିବା ଦରକାର । ଯଦି ସକାଳୁ ଆପଣ ବାଦ ବିବାଦ କରିବେ ତେବେ ଦିନ ସାରା ଏହାର ପ୍ରଭାବ ଆପଣଙ୍କ ଉପରେ ପଡିବ । ଏହି କାରଣ ହେତୁ ଆପଣ ନିଜେ ଦୁଃଖୀ ରହିବା ସହ ଆପଣଙ୍କ ପରିବାର ଲୋକ ମଧ୍ୟ ଦୁଃଖୀ ରହିଥାନ୍ତି ।

ଦ୍ଵିତୀୟ: ସକାଳୁ ଉଠିବା ପରେ କେବେ ମଧ୍ୟ କ୍ରୋଧ କରନ୍ତୁ ନାହିଁ । କାରଣ ମଣିଷର ସବୁଠାରୁ ବଡ ଶତ୍ରୁ ହୋଇଥାଏ କ୍ରୋଧ । ଯଦି ଆପଣ ଦିନ ଆରମ୍ଭରୁ ଆପଣଙ୍କର କ୍ରୋଧ ସ୍ଵାଭାବ ରଖିବେ ତେବେ ସାରଦିନ ଆପଣଙ୍କ ସହ ଏହି କ୍ରୋଧଭାବ ରହିବ । ଯାହାଫଳରେ ଆପଣଙ୍କ ଦିନଟି ସମ୍ପୂର୍ଣ ଖରାପ ହୋଇଯିବ ।

କ୍ରୋଧ ସମୟରେ ମଣିଷକୁ ଠିକ ଭୂଲର ଧ୍ୟାନ ରହିନଥାଏ । ନିଜ ମୁଖରେ ବାହାରୁଥିବା ବାଣୀ ଉପରେ ନିୟନ୍ତ୍ରଣ ମଧ୍ୟ ରହିନଥାଏ । ଯାହାଫଳରେ ଏହା ସମ୍ପର୍କ ଭାଙ୍ଗିବାର କାରଣ ବନିଯାଏ। ତେଣୁ ନିଜ କ୍ରୋଧକୁ ଆୟତ୍ତରେ ରଖିବା ପାଇଁ ସକାଳ ସମୟରେ ଯୋଗ ବା ଧ୍ୟାନ କରିବା ଉଚିତ ।

ତୃତୀୟ: ଆପଣ ସକାଳୁ ଉଠୁ ଉଠୁ କାହାର ବି ଅପମାନ କରନ୍ତୁ ନାହିଁ । ଆପଣ ସକାଳୁ ଉଠିବା ପରେ ପରିବାରର ସମସ୍ତ ସଦସ୍ୟଙ୍କ ସହ ସମ୍ମାନ ପୂର୍ବକ ବ୍ୟବହାର କରିବା ଉଚିତ । ପରିବାର ଭିତରେ ବେଳେ ବେଳେ ଏମିତି କିଛି କଥା ହୋଇଥାଏ ଯାହା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ।

ଯଦି ଆପଣ ସକାଳୁ ଏଭଳି ଆଚରଣ କରନ୍ତି ତେବେ ଦିନ ସାରା ଆପଣଙ୍କର ଏବଂ ଆପଣଙ୍କ ଘର ଲୋକଙ୍କ ମନ ଉଦାସ ରହିଥାଏ । ତେଣୁ ସକାଳର ଆରମ୍ଭ ସର୍ବଦା ମୁହଁରେ ଏକ ହସ ନେଇ କରିବା ଆବଶ୍ୟକ । ଯଦି ଆପଣ ଏହି ସମସ୍ତ କଥାକୁ ଧ୍ୟାନରେ ରଖନ୍ତି ତେବେ ଆପଣଙ୍କ ଜୀବନ ସୁଖରେ କଟିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।