ଏହି ମାସରେ ଜନ୍ମ ହୋଇଥିବା ଝିଅ ସାକ୍ଷାତ ମା’ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି, ଆପଣଙ୍କ ଜନ୍ମ ଏହି ମାସରେ କି ? ଶୀଘ୍ର ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ । ଯେଉଁ ଘରେ ଝିଅଟିଏ ଥାଏ ସେହି ଘର ସବୁବେଳେ ହସ ଖୁସିରେ ଫାଟି ପଡୁଥାଏ । ଘର ମନ୍ଦିର ଭଳି ଅନୁଭୂତ ହୋଇଥାଏ । କାରଣ ଗୋଟିଏ ଝିଅ ହିଁ ଘରକୁ ସମ୍ଭାଳି ରଖିବାର କ୍ଷମତା ରଖିଥାଏ ନିଜ ପାଖରେ । ତେବେ ସମସ୍ତ ଝିଅଙ୍କ ସ୍ଵାଭାବ ତ ଘର ସମ୍ଭାଳିବା ଭଳି ହୋଇନଥାଏ କିଛି ଜଣଙ୍କ ସ୍ଵାଭାବ ଏଭଳି ହୋଇଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ମାସରେ ଜନ୍ମ ହୋଇଥିବା ଝିଅ ସାକ୍ଷାତ ଲକ୍ଷ୍ମୀ ଅଟନ୍ତି ।

ଫେବୃୟାରି: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସ୍ଵଭାବରେ ବହୁତ ବିନମ୍ର ହୋଇଥାନ୍ତି । ଏମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ବିବାହ ପରେ ଭଲ ଘର ଏବଂ ବର ମିଳିବା ସହ ଅନେକ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ । ଏମାନଙ୍କ ଗ୍ରହର ଚଳନ ହେତୁ ଏମାନଙ୍କ ସ୍ଵାଭାବ ବହୁତ ଭଲ ହୋଇଥାଏ । ଯାହା ଏମାନଙ୍କ ସହ ରହୁଥିବା ଘର ଲୋକଙ୍କ ପାଇଁ ବହୁତ ଭଲ ହୋଇଥାଏ ।

ଏପ୍ରିଲ: ଏହି ମାସରର ଜନ୍ମ ନେଇଥିବା ଝିଅ ମାତା ଲକ୍ଷ୍ମୀଙ୍କ ପ୍ରତିମା ଭଳି ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ଏପ୍ରିଲ ମାସଟିକୁ ବହୁତ ଶୁଭ ମାନଯାଇଥାଏ । ଏହି ମାସରେ ଗ୍ରହର ଚାଳନ ବହୁତ ତୀବ୍ର ହୋଇଥାଏ । ଯାହାଫଳରେ ଏମାନଙ୍କ ସମସ୍ତ ଲକ୍ଷ୍ୟ ପୁରା ହୋଇଥାଏ । ଏହି ମାସରେ ଜନ୍ମ ନେଇଥିବା ଝିଅର ବାପଘର ଲୋକ ତଥା ପରିବାର ଲୋକଙ୍କୁ କେବେ ମଧ୍ୟ ଧନର ଅଭାବ ହୋଇନଥାଏ । ଏମାନେ ଯେଉଁ ପୁଅକୁ ବିବାହ କରନ୍ତି ସେମାନଙ୍କ ଭାଗ୍ୟକୁ ଏମାନେ ବଦଳାଇ ଦେଇଥାନ୍ତି ।

ଜୁନ: ଏହି ମାସରେ ଜନ୍ମ ନେଇଥିବା ଝିଅ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । କିନ୍ତୁ ଅଙ୍କ ମାସ ଅନୁଯାୟୀ ଏହି ମାସରେ ଜନ୍ମକୁ ଶୁଭ ମନାଯାଇନଥାଏ । କିନ୍ତୁ ଏହି ମାସରେ ଯଦି କୌଣସି କନ୍ୟା ସନ୍ତାନ ଟିଏ ଜନ୍ମ ନିଏ ତେବେ ଏହାକୁ ବହୁତ ଶୁଭ ମନାଯାଇଥାଏ । ଜୁନ ମାସରେ ଜନ୍ମ ନେଇଥିବା କନ୍ୟା ବହୁତ କର୍ମଯୋଗୀ ହୋଇଥାନ୍ତି । ଏମାନଙ୍କ ସ୍ଵାଭାବ ଚଳ ଚଞ୍ଚଳ ହୋଇଥାଏ ।

ନିଜର ଲକ୍ଷ ହାସଲ କରିବା ପାଇଁ ଏମାନେ ବହୁତ ପରିଶ୍ରମ କରନ୍ତି । ଏମାନଙ୍କ ପରିଶ୍ରମ ଏମାନଙ୍କୁ ଭଲ ଫଳ ମଧ୍ୟ ଆଣିଦେଇଥାଏ । ସେପ୍ଟେମ୍ବର: ଏହି ମାସରେ ଜନ୍ମ ନେଇଥିବା ଜାତକରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏହି ତିନି ଗ୍ରହଙ୍କର ମିଳନ ହୋଇଥାଏ । ତେଣୁ ଏହି କାରଣ ପାଇଁ ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ଝିଅ ବହୁତ ଧନୀ ହୋଇଥାନ୍ତି ।

ନିଜ ଭାଗ୍ୟ ପାଇଁ ଏମାନଙ୍କୁ ସବୁ କିଛି ମିଳିଥାଏ । ଜୀବନରେ କେବେ କୌଣସି ଜିନିଷର ଅଭାବ ଏମାନଙ୍କୁ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।