ପୁରୁଣା ଫଟୋ ଦେଖି ଲୁହ ଗଡାଉଛନ୍ତି Amlan, ସାନ ଭାଇ Aklant ଓ ବାପାମା’ଙ୍କ ସହ ଏହି ଆଲବମ ଦେଖିଲେ ଆପଣଙ୍କ ଆଖି ବି ଭିଜିଯିବ

ହସଖୁସିରେ ବିତାଇଥିବା ସମୟ ଯେତେବେଳେ ସ୍ମୃତି ପାଲଟିଯାଏ ହୃଦୟରେ ଯାହା ବିତେ ତାହା କେବଳ ଅଙ୍ଗେ ନିଭାଉଥିବା ଲୋକ ହିଁ ବୁଝିପାରେ । ବର୍ଷିୟାନ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଅକାଳରେ ଚାଲିଯିବା ପରେ ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ଅକ୍ଲାନ୍ତଙ୍କ ଆଲବମରେ ଦେଖିବାକୁ ମିଳିଛି ଏହିସବୁ ଫଟୋ । କେଉଁଠି ସେ ବଡ ଭାଇ ଅମ୍ଳାନଙ୍କ ସହ ଗାଧୋଉଛନ୍ତି ତ ଆଉ କେଉଁଠି ବାପାଙ୍କ ସହ ଶୁଟିଙ୍ଗ ସେଟରେ ବୁଲୁଛନ୍ତି ।

ଅକ୍ଲାନ୍ତ ତାଙ୍କ ପିଲାଦିନରୁ ହିଁ ଗୁଦୁଲୁଗାଦୁଲୁ ଦେଖା ଯାଉଛନ୍ତି । ବାପାଙ୍କ ସହ ଗେଲ ହେବା ବେଳର ଫଟୋ ବି ତାଙ୍କ ଆଲବମରେ ରଖିଛନ୍ତି । ଅକ୍ଲାନ୍ତଙ୍କର ଏଭଳି ଅନେକ ସ୍ମୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହିସବୁ ଫଟୋ ଦେଖି ଏବେ ବଡ ଭାଇ ଅମ୍ଳାନ ଏକଦମ ଭାଙ୍ଗି ପଡ଼ୁଛନ୍ତି । ଏହି ପୁରୁଣା କେତୋଟି ଫଟୋ କାହା ଆଖିରେ ବି ଲୁହ ଆଣିଦେବ ।

ବର୍ଷେ ହେବ ନିଜ ବାପାଙ୍କୁ ହରାଇଥିବା ଅମ୍ଳାନ ସଦ୍ୟ ଭାବେ ନିଜ ସାନ ଭାଇକୁ ବି ମୁଖାଗ୍ନି ଦେଇଛନ୍ତି । ମାଆ ତ 12 ବର୍ଷ ତଳେ ଚାଲି ଯାଇଥିଲେ । ସମସ୍ତେ ଯିବା ପରେ ଅମ୍ଳାନ ଏକା ହୋଇ ଯାଇଛନ୍ତି ଓ ତାଙ୍କ ପାଖେ ରହିଯାଇଛି କେବଳ ସେମାନଙ୍କ ସ୍ମୃତି । ଯାହାକୁ ଦେଖି ଦେଖି ଅମ୍ଳାନ କଇଁ କଇଁ ହୋଇ କାନ୍ଦୁଛନ୍ତି । ସେହି ସବୁ ମୂହୁର୍ତ୍ତ ଆଉ କେବେ ଫେରି ଆସିବନି କି ତାଙ୍କ ଓଠରେ ହସ ଦେବନି ।

ଅମ୍ଳାନ ହରାଇଥିବା ମା, ବାପା କିମ୍ବା ଭାଇ କାହାର ବି ବୟସ ହୋଇ ନଥିଲା ଏହି ଦୁନିଆ ଛାଡି ଚାଲିଯିବାର । ସମସ୍ତେ ଯିବାପରେ ନିଜ ସ୍ତ୍ରୀ ଭୂମି ଓ ଚାରି ମାସର ଝିଅକୁ ଚାହିଁ ବଞ୍ଚିବାକୁ ଅଣ୍ଟା ଭିଡୁଛନ୍ତି ଅମ୍ଳାନ । ହେଲେ ନିଜ ପରିବାରର ଏହି ପୁରୁଣା ସ୍ମୃତି ସବୁକୁ ସେ କେମିତି ବା ଅଣଦେଖା କରିବେ । ସେସବୁ ତାଙ୍କ ଆଖି ଆଗରେ ନାଚି ଯାଉଛି ।

ଅମ୍ଳାନଙ୍କ ସବୁ ଖୁସିର ମୂହୁର୍ତ୍ତ ଏବେ ସ୍ମୃତି ପାଲଟି ଯାଇଛି । ସାନ ଭାଇ ଚାଲିଯିବା ପରେ ପୁରୁଣା ଆଲବମର ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟାଇ ମନର ବେଦନାକୁ ହାଲୁକା କରିବାକୁ ଚେଷ୍ଟା କରୁଛନ୍ତି ଅମ୍ଳାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।